www.samajalive.in
Saturday, December 6, 2025
26.1 C
Bhubaneswar

ରୁଷ୍‌-ୟୁକ୍ରେନ୍‌ ଯୁଦ୍ଧ ହେଲେ ଭାରତକୁ କ୍ଷତି

ନୂଆଦିଲ୍ଲୀ : ରୁଷ୍‌-ୟୁକ୍ରେନ୍‌ ମଧ୍ୟରେ ଯୁଦ୍ଧ ହେଲେ ଏହାର ପ୍ରଭାବ ବିଶ୍ବ କିମ୍ବା ଆମେରିକା ଉପରେ କେବଳ ପଡ଼ିବ ନାହିଁ; ଭାରତ ମଧ୍ୟ ଏଥିରେ କ୍ଷତି ସହିବ। ବିଶ୍ବର ସ ମସ୍ତ ସେୟାର ବଜାରରେ ଉତଥାନ-ପତନ ଦେଖିବାକୁ ମିଳିଲାଣି। ୨୦୨୦ରେ ଭାରତ-ୟୁକ୍ରେନ୍‌ ମଧ୍ୟରେ ୨.୬୯ ବିଲିୟନ ଡଲାରର ବ୍ୟବସାୟ ହୋଇଥିଲା। ଏଥିରେ ୟୁକ୍ରେନ ଭାରତରୁ ୧.୯୭ ବିଲିୟନ ଡଲାର ସାମଗ୍ରୀ ଆମଦାନୀ କରିଥିଲା। ଏହି ସମୟ ମଧ୍ୟରେ ଭାରତ ୟୁକ୍ରେନଠାରୁ ୭୨୧.୫୪ ନିୟୁତ ଡଲାରର ସାମଗ୍ରୀ ଆମଦାନୀ ଥିଲା। ୟୁକ୍ରେନ ଭାରତକୁ ଖାଇବା ତେଲ, ଆଣବିକ ଯନ୍ତ୍ରାଂଶ ଭଳି ଜରୁରୀ ମେସିନାରୀ ରପ୍ତାନି କରିଥାଏ। ସେହିପରି ଭାରତ ଠାରୁ ଔଷଧ ଓ ଇଲୋକ୍ଟ୍ରୋନିକ୍ସ ସାମଗ୍ରୀ ୟୁକ୍ରେନ କିଣିଥାଏ।

ବର୍ଷ ୨୦୨୦ରେ ଭାରତ ୟୁକ୍ରେନ ଠାରୁ ୧.୪୫ ବିଲିୟନ ଡଲାରର ଖାଇବା ତେଲ କ୍ରୟ କରିଥିଲା। ସେହିପରି ଭାରତ ୟୁକ୍ରେଠାରୁ ପାଖାପାଖି ୨୧୦ ମିଲିୟନ ଡଲାରର କମ୍ପୋଷ୍ଟ ଓ ପାଖାପାଖି ୧୦୩ ନିୟୁତ ଡଲାରର ନ୍ୟୁକ୍ଲିୟର ରିଏକ୍ଟର ଓ ବୟଲର କ୍ରୟ କରିଛି। ଆଣବିକ ଯନ୍ତ୍ରାଂଶ କ୍ଷେତ୍ରରେ ଭାରତ ପାଇଁ ଋଷ ପରେ ୟୁକ୍ରେନ ହେଉଛି ସବୁଠାରୁ ବଡ ରପ୍ତାନିକାରୀ । ଯଦି ଯୁଦ୍ଧ ହୁଏ ତେବେ ଭାରତକୁ ଆସୁଥିବା ନ୍ୟୁକ୍ଲିୟର ଯନ୍ତ୍ରାଂଶ ଆଉ ଆସିପାରିବ ନାହିଁ।

- Advertisement -

ବିଗତ କିଛି ବର୍ଷରେ ଦୁଇ ଦେଶ ମଧ୍ୟରେ ବ୍ୟାବସାୟିକ ସମ୍ପର୍କ ବୃଦ୍ଧି ପାଇଛି। ବର୍ଷ ୨୦୧୪ରେ କ୍ରିମିୟାକୁ ନେଇ ୟୁକ୍ରେନ ଓ ରୁଷ ମଧ୍ୟରେ ତିକ୍ତତା ବଢିବା ପୂର୍ବରୁ ଦୁଇ ବିଲିୟନ ଡଲାରରୁ ଅଧିକ ବ୍ୟବସାୟ ହୋଇଥିଲା। ତିକ୍ତତା ପରେ ୨୦୧୫ ରେ ଏହି ସଂଖ୍ୟା ୧.୮ ବିଲିୟନ ଡଲାରକୁ ହ୍ରାସ ପାଇଥିଲା। ଏହାପରେ ୟୁକ୍ରେନ ସହ ବେପାର ବଣିଜ ମାମଲା କିଛିଟା ସୁଧୁରିଥିଲା। ବିଶେଷଜ୍ଞଙ୍କ ମତ ଅନୁଯାୟୀ, ୟୁକ୍ରେନ ଓ ରୁଷ ମଧ୍ୟରେ ଯୁଦ୍ଧ ହେଲେ ଭାରତ ପାଇଁ କୂଟନୈତିକ ସ୍ତରରେ ସମସ୍ୟା ଉପୁଜିପାରେ। ଯଦି ତିକ୍ତତା ବଢେ ତେବେ ଭାରତ କେଉଁ ପକ୍ଷ ନେବ ତାହା ଏବେଠାରୁ ଅନୁମାନ କରିବା କଷ୍ଟ। ଯୁଦ୍ଧ ହେଲେ ଆର୍ଥିକ କ୍ଷେତ୍ରରେ ଭାରତ ଭିନ୍ନ ଭିନ୍ନ ଆହ୍ବାନର ସମ୍ମୁଖୀନ ହେବ। ଏହାବାଦ୍ ୟୁକ୍ରେନରେ ଭାରତୀୟ ବିଦ୍ୟାର୍ଥୀ ଡାକ୍ତରୀ ପାଠ୍ୟକ୍ରମରେ ନାମ ଲେଖାଇଛନ୍ତି ା ଯୁଦ୍ଧ ହେଲେ ଏମାନେ ସ୍ବଦେଶ ଫେରିବାକୁ ବାଧ୍ୟହେବେ।

Hot this week

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

Related Articles

Popular Categories