www.samajalive.in
Wednesday, December 10, 2025
16.1 C
Bhubaneswar

ସ୍ମିତାରାଣୀ ବିଶ୍ବାଳ ମୃତ୍ୟୁ ଘଟଣା : ଭଙ୍ଗାହେବ ରୂପେଶଙ୍କ ରଙ୍ଗଶାଳା

ଯାଜପୁର : ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ହରିଦାସପୁର ପିଇଓ ସ୍ମିତାରାଣୀ ବିଶ୍ବାଳଙ୍କ ମୃତ୍ୟୁ ଘଟିଥିବା ରୂପେଶ ଭଦ୍ରଙ୍କ ଗେଷ୍ଟହାଉସ୍ ବା ରଙ୍ଗଶାଳା ଭଙ୍ଗାହେବ। ଗେଷ୍ଟହାଉସଟି ସରକାରୀ ଜମିରେ ଥିବା ପ୍ରମାଣ ମିଳିଛି। ​ଏବେ ସେଠାରେ ୧୪୪ ଧାରା ଜାରି କରାଯାଇଛି। ତଦନ୍ତ ପ୍ରକ୍ରିୟା ଚାଲୁଥିବାରୁ ତଦନ୍ତ ଶେଷ ହେବା ପରେ ଏହା ଭଙ୍ଗା ହେବ ବୋଲି ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ଗେଷ୍ଟହାଉସ୍ ସରକାରୀ ଜମିରେ ଥିବା ନେଇ ଅଭିଯୋଗ ହେବା ପରେ ଏହାର ତଦନ୍ତ କରିବାକୁ ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ତଦନ୍ତ ରିପୋର୍ଟରୁ ସ୍ପଷ୍ଟ ହୋଇଛି ଯେ ଏହି ଗେଷ୍ଟ ହାଉସଟି ସରକାରୀ ଜମିରେ ଅବସ୍ଥିତ । ତେଣୁ ଏହାକୁ ଭାଙ୍ଗିବା ପାଇଁ  ଜିଲାପାଳ ରଂଜନ କୁମାର ଦାସ ନିର୍ଦ୍ଦେଶ ଦେଇଛନ୍ତି। ଯାଜପୁର ଜିଲା କଂଗ୍ରେସ ସଭାପତି ମନୋଜ ରାଉତ ଏହି ଅଭିଯୋଗ ଆଣିଥିଲେ ।

ସୂଚନାଯୋଗ୍ୟ ଗତ ଅକ୍ଟୋବର ୧୬ ଅପରାହ୍ନ ସମୟରେ ସ୍ମିତାରାଣୀ ଭତ୍ତା ଟଙ୍କା ବଣ୍ଟନ ପାଇଁ ପଞ୍ଚାୟତକୁ ଯାଇଥିଲେ। ସେଠାରେ ସରପଞ୍ଚଙ୍କ ସ୍ୱାମୀ ଓ ଅନ୍ୟମାନଙ୍କ ସହିତ ମିଶି ଭତ୍ତା ଟଙ୍କା ବାଣ୍ଟି ଥିଲେ। ଅପରାହ୍ନ ସମୟରେ ସ୍ମିତାରାଣୀ ଖାଇବାକୁ ସରପଞ୍ଚ ସ୍ବାମୀଙ୍କ ଗେଷ୍ଟ ହାଉସକୁ ଯାଇଥିଲେ। ଖାଦ୍ୟ ଖାଇବା ପୂର୍ବରୁ ସେ ବାଥରୁମ ଯିବା ପାଇଁ ଗେଷ୍ଟ ହାଉସର ଉପରମହଲାକୁ ଯାଇଥିଲେ। ପରେ ରୁମ ଭିତରେ ଫ୍ୟାନରେ ଝୁଲନ୍ତା ଅବସ୍ଥାରେ ତାଙ୍କ ମୃତଦେହ ଦେଖିବାକୁ ମିଳିଥିଲା। ଘଟଣା ସମ୍ପର୍କରେ ସରପଞ୍ଚଙ୍କ ସ୍ୱାମୀ ସ୍ମିତାରାଣୀଙ୍କ ବାପା ଏବଂ ପୁଲିସକୁ ଖବର ଦେବା ସହ ତାଙ୍କୁ ଧର୍ମଶାଳା ଡ଼ାକ୍ତରଖାନାକୁ ନେଇଆସିଥିଲେ। ମାତ୍ର ଡ଼ାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।

Hot this week

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

ଭାରସାମ୍ୟ ହରାଇ ଓଲଟିଲା ଟ୍ରକ

ଫୁଲବାଣୀ :କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଛକ ନିକଟ ବର ଗଛ...

Related Articles

Popular Categories