www.samajalive.in
Monday, December 8, 2025
24.1 C
Bhubaneswar

ଭାରତ କରୋନା ମୁକାବିଲା କରିବାରେ ସମର୍ଥ – ଡ. ଭାଗବତ

ନାଗପୁର: ବୈଶ୍ୱିକ ମହାମାରୀ କରୋନା ସଙ୍କଟ ବିଷୟରେ ନାଗପୁର ଠାରେ ଅନଲାଇନ୍‍ ଉଦବୋଧନ ଦେଇ ସଂଘ ଚାଳକ ଡ. ମୋହନ ଭାଗବତ କହିଛନ୍ତି ଯେ, ସମଗ୍ର ବିଶ୍ୱ ମହାମାରୀ ପ୍ରକୋପରେ କବଳିତ। ଏଭଳି ଘଡିସନ୍ଧି ମୂହୁର୍ତ୍ତରେ ଏ ସଂକଟରୁ ବର୍ତ୍ତିବା ପାଇଁ ସର୍ବୋକୃଷ୍ଟ ଉପାୟଟି ହେଉଛି ଘରେ ରହିବା। ଆମେ ସମସ୍ତେ ଧୈର୍ଯ୍ୟର ସହିତ ନିଜ ନିଜ ଘରେ ରହି କରୋନାକୁ ପରାଜିତ କରି ପାରିବା।

ସେ କହିଛନ୍ତି ଯେ, ସ୍ୱୟଂସେବକମାନେ ମଧ୍ୟ ନିଜ ନିଜ ଘରେ ରହି ଲକ୍‍ଡାଉନ ନିୟମ ପାଳନ କରୁଛନ୍ତି। ଏହାଛଡା ବିଭିନ୍ନ ସେବାକାର୍ଯ୍ୟ ମଧ୍ୟ ଚାଲୁ ରହିଛି। ସେ କହିଲେ ଯେ ଏହି ସେବାକାର୍ଯ୍ୟ ଆତ୍ମ ପ୍ରସିଦ୍ଧି କିମ୍ବା ଅହଂକାରର ତୃପ୍ତିନିମନ୍ତେ ନୁହେଁ ବରଂ ମାନବ ସେବା ଓ କଲ୍ୟାଣ ନିମନ୍ତେ ଚାଲୁ ରହିଛି। ଆମେ ଏହି କାର୍ଯ୍ୟ ଏଥିପାଇଁ କରୁଛୁ ଯେ ଏ ଦେଶ ହେଉଛି ଆମର ଏ ସମାଜ ହେଉଛି ଆମର। ଏଥିପାଇଁ ଆମକୁ ନିସ୍ୱାର୍ଥପର ହୋଇ ନିରନ୍ତର କାର୍ଯ୍ୟ କରିବାକୁ ହେବ। କରୋନା ସମ୍ବନ୍ଧିତ ସରକାରୀ ଦିଗ୍‍ଦର୍ଶନକୁ ପାଳନ କରି ସ୍ୱୟଂସେବକମାନେ ନିଜ କାର୍ଯ୍ୟ ଜାରି ରଖିବାକୁ ସଂଘ ଚାଳକ ଆହ୍ୱାନ ଦେଇଛନ୍ତି। ଏଥିନିମନ୍ତେ ସଂଘ ତାର ସମସ୍ତ କାର୍ଯ୍ୟକ୍ରମ ଜୁନ୍‍ ଶେଷ ଯାଏଁ ସ୍ଥଗିତ ରଖିଛି।

Hot this week

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

Related Articles

Popular Categories