www.samajalive.in
Monday, December 8, 2025
13.1 C
Bhubaneswar

ଜୀବନଦାତା ଆରପିଏଫ୍ କନେଷ୍ଟବଳ, ଚଳନ୍ତା ଟ୍ରେନ୍ ତଳୁ ବଞ୍ଚାଇଲେ ମହିଳାଙ୍କ ଜୀବନ… ଦେଖନ୍ତୁ ଭିଡିଓ

ଭୁବନେଶ୍ବର: ଜୀବନଦାତା ସାଜିଲେ ଆରପିଏଫ୍ କନେଷ୍ଟବଳ ଆଉ ଚଳନ୍ତା ଟ୍ରେନ୍ ତଳୁ ବଞ୍ଚାଇଲେ ମହିଳାଙ୍କ ଜୀବନ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ରାଜ୍ୟ ରାଜଧାନୀ ଭୁବନେଶ୍ବର ରେଳ ଷ୍ଟେସନରେ । ଶୁକ୍ରବାର ସନ୍ଧ୍ୟା ୫.୨୦ ମିନିଟ ସମୟର ଘଟଣା, ଭୁବନେଶ୍ବର ରେଳ ଷ୍ଟେସନରେ ପୁରୀ-ସମ୍ବଲପୁର ଏକ୍ସପ୍ରେସରେ ଚଢୁଥିଲେ ରମାଦେବୀ ବିଶ୍ବବିଦ୍ୟାଳୟର ଆଇ.ଟି ଅଧ୍ୟ୍ୟାପିକା ନିବେଦିତା ସାହୁ।  ଅଧ୍ୟ୍ୟାପିକା ଟ୍ରେନରେ ଚଢିବା ସମୟରେ ଟ୍ରେନଟି ଚଳନ୍ତା ଅବସ୍ଥାରେ ଥିଲା। ଚଳନ୍ତା ଟ୍ରେନରେ ଚଢିବା ସମୟରେ ଅସାବଧାନତା ହେତୁ ତାଙ୍କ ଗୋଡ ଖସି ଯାଇଥିଲା। ଯାହା ଫଳରେ ସେ ଟ୍ରେନ୍ ତଳକୁ ଗଳି ପଡୁଥିଲେ। ଏହି ସମୟରେ ପ୍ଲାଟଫର୍ମରେ ମୁତୟନ ଥିବା ଆରପିଏଫ୍ କନେଷ୍ଟବଳ ସୁବ୍ରତ କୁମାର ମହାରଣା ଏବଂ ଅନ୍ୟ ଦୁଇ ବ୍ୟକ୍ତି ଅଧ୍ୟ୍ୟାପିକା ନିବେଦିତା ସାହୁଙ୍କୁ ଟାଣି ଆଣିଥିଲେ। ଯାହା ଫଳରେ ନିବେଦିତାଙ୍କ ଜୀବନ ବଞ୍ଚିଯାଇଛି।

- Advertisement -

ଏଭଳି ଘଟଣା ଦେଖି ପ୍ଲାଟଫର୍ମରେ ଉପସ୍ଥିତ ଥିବା ଜନତା ସ୍ତବ୍ଧ ହୋଇଯାଇଥିଲେ। ମରଣ ମୁହଁରୁ ବଞ୍ଚିଥିବା ନିବେଦିତା ବି ହତବାକ୍ ହୋଇଯାଇଥିଲେ। ତାଙ୍କୁ ଉଦ୍ଧାର କରିଥିବା ଆରପିଏଫ୍ କନେଷ୍ଟବଳ ଏବଂ ଅନ୍ୟ ଦୁଇ ବ୍ୟକ୍ତିଙ୍କୁ ପ୍ରଶଂସା କରିବା ସହ ତାଙ୍କ ଜୀବନ ବଞ୍ଚାଇଥିବାରୁ ସେମାନଙ୍କ ପାଖରେ ଚୀର ଋଣି ହୋଇ ରହିବେ ବୋଲି କହିଛନ୍ତି ନିବେଦିତା।

Hot this week

ଆଖି ବୁଜିଲେ ପୀଡିତା ଛାତ୍ରୀ

ସମାଜ ଡିଜିଟାଲ ଡେସ୍କ: ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର...

ଟି-୨୦ ବିଶ୍ବ କପ ଜର୍ସି ଉନ୍ମୋଚନ

ରାୟପୁର: ଭାରତୀୟ କ୍ରିକେଟ୍‌‌ ଦଳର ଅଫିସିଆଲ୍‌‌ କିଟ୍‌‌ ପ୍ରାୟୋଜକ ଆଡିଡାସ୍‌‌ ବିସିସିଆଇ...

ସୋମବାର ରାଶିଫଳ: ଆଜି ଏହି ରାଶିରେ ଋଣ ପରିଶୋଧ ହେବ

ମେଷ: ମନ ପ୍ରଫୁଲ୍ଲ ରହିବ। ଦେବଦର୍ଶନରେ ସମସ୍ତ କଳ୍ମଷ ଦୂର ହେବ।...

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

Related Articles

Popular Categories