www.samajalive.in
Monday, December 8, 2025
27.1 C
Bhubaneswar

କେଜରିୱାଲଙ୍କ ଶପଥ ଗ୍ରହଣ ଉତ୍ସବ ପାଇଁ ଟ୍ରାଫିକ୍ ଆଡଭାଇଜାରୀ ଜାରି : ବଦଳିବ ଯାତାୟତ ବ୍ୟବସ୍ଥା

ନୂଆଦିଲ୍ଲୀ : ଆମ୍‌ ଆଦମୀ ପାର୍ଟି(ଆପ୍) ମୁଖ୍ୟ ଅରବିନ୍ଦ କେଜରିୱାଲ ଆସନ୍ତାକାଲି(ରବିବାର) ତୃତୀୟ ଥର ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ଦିଲ୍ଲୀର ରାମଲୀଲା ମୈଦାନଠାରେ କେଜ୍ରିୱାଲଙ୍କ ଶପଥ ଗ୍ରହଣ ଉତ୍ସବ ଆୟୋଜିତ ହେବ। ଦିଲ୍ଲୀ ଲ୍ୟୁଟନାଣ୍ଟ ଗଭର୍ଣ୍ଣର ତାଙ୍କୁ ଶପଥ ପାଠ କରାଇବେ। ଏନେଇ ଟ୍ରାଫିକ୍ ପୁଲିସ ପକ୍ଷରୁ ଆଡଭାଇଜାରୀ ଜାରି କରାଯାଇଛି।

ଦିଲ୍ଲୀ ପୁଲିସ୍‌ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଆସନ୍ତାକାଲି ୩୦୦୦ ସୁରକ୍ଷା କର୍ମୀ ନିୟୋଜିତ ହେବେ। ସକାଳ ୮ଟାରୁ ଦ୍ବିପ୍ରହର ୨ଟା ପର୍ୟ୍ୟନ୍ତ ଯାତାୟତ ବ୍ୟବସ୍ଥାରେ ପରିବର୍ତ୍ତନ କରାଯିବ। ଏଥିସହିତ ଭିଡ଼କୁ ଦୃଷ୍ଟିରେ ରଖି କାର ପାର୍କିଂ ପାଇଁ ସ୍ବତନ୍ତ୍ର ବନ୍ଦୋବସ୍ତ କରାଯାଇଛି। ସେହିପରି ରାମଲୀଲା ମୈଦାନକୁ ଯୋଡ଼ୁଥିବା ସବୁ ରାସ୍ତା ଉପରେ ସିସି ଟିଭି କ୍ୟାମେରା ଜରିଆରେ ନଜର ରଖାଯିବ। ଆସନ୍ତାକାଲି ସକାଳ ୧୦ଟାରେ ଶପଥ ଗ୍ରହଣ ଉତ୍ସବ ଆୟୋଜିତ ହେବାକୁ ଥିବା ସୂଚନା ମିଳିଛି।

Hot this week

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

ନାବାଳିକା ଆତ୍ମହୁତି ଘଟଣାରେ ସରକାରଙ୍କୁ ନବୀନଙ୍କ ନିଶାଣ

ସମାଜ ଲାଇଭ ଡେସ୍କ : ରାଜଗାଙ୍ଗପୁର ନାବାଳିକା ଆତ୍ମହୁତି ଘଟଣାରେ ଦୁଖ...

Related Articles

Popular Categories