ଆସିଲା ରୟାଲ ଏନଫିଲ୍ଡର ଇଲେକ୍ଟ୍ରିକ୍ ବାଇକ୍, ଜାଣନ୍ତୁ ଦାମ୍ ଓ ଫିଚର୍…

ନୂଆଦିଲ୍ଲୀ : ଦୁଇଚକିଆ ନିର୍ମାତା କମ୍ପାନୀ ରୟାଲ ଏନଫିଲ୍ଡ ନିଜ ପ୍ରଥମ ଇଲେକ୍ଟ୍ରିକ୍ ବାଇକ୍ ଫ୍ଲାଇଂ ଫ୍ଲି ସି୬କୁ ଭାରତରେ ପ୍ରଦର୍ଶିତ କରିଦେଇଛି । ସହର ମଧ୍ୟରେ ଯାତ୍ରା କରିବାକୁ ଏହାକୁ ଖାସ୍ ଭାବେ ପ୍ରସ୍ତୁତ କରାଯାଇଛି । ୨୦୨୪ରେ ମିଲାନରେ ପ୍ରଥମ ଥର ଏହି ମଡେଲ ସାମ୍ନାକୁ ଆସିଥିଲା ।

ରୟାଲ ଏନଫିଲ୍ଡ ଫ୍ଲାଇଂ ଫ୍ଲି ସି୬ର ଡିଜାଇନ୍ ବ୍ରିଟିଶ୍ ଆର୍ମୀର ବିଶ୍ବ ଯୁଦ୍ଧ ୨ରେ ବ୍ୟବହାର ହୋଇଥିବା ମୋଟରସାଇକେଲରୁ ପ୍ରେରିତ । ଏହାକୁ ହାଲୁକା ଓ ମଜଭୁତ ଭାବେ ପ୍ରସ୍ତୁତ କରାଯାଇଛି । ଏଥିରେ ମିଳୁଥିବା ଗୋଲ୍ ହେଡଲ୍ୟାମ୍ପ ଓ ସିଙ୍ଗଲ ସିଟ୍ ଏହାକୁ ରେଟ୍ରୋ କ୍ଲାସିକ୍ ଲୁକ୍ ଦେଉଛି । ପଛ ସିଟ୍ ଆକ୍ସେସରୀ ରୂପେ ଉପଲବ୍ଧ ହେବ ଯାହାକୁ ରାଇଡର ନିଜ ଅନୁସାରେ କଷ୍ଟମାଇଜ୍ କରିପାରିବେ ।

ଏହାର ଓଜନ କମାଯାଇଛି ଯାହା ଫଳରେ ଏହାକୁ ସହଜରେ ସମସ୍ତେ ଚଳାଇ ପାରିବେ । ଏହା ସହିତ ଏଥିରେ ଗିରଡର ଫୋର୍କ ସସପେନ୍ସନ ମିଳୁଛି ଯାହା ଏହାକୁ ଖରାପ ରାସ୍ତାରେ ମଧ୍ୟରେ ଉତ୍ତମ ଷ୍ଟାବିଲିଟି ପ୍ରଦାନ କରିବ । ବାଇକକୁ ମୋବାଇଲ ଆପ୍ ମାଧ୍ୟମରେ ମଧ୍ୟ କଣ୍ଟ୍ରୋଲ କରିହେବ । କ୍ରୁଜ୍ କଣ୍ଟ୍ରୋଲ ସହ ଏଥିରେ ଏବିଏସ୍ ସୁବିଧା ମିଳିବ । ଏହାର ଦାମ୍ ପ୍ରାୟ ସାଢେ ୩ ଲକ୍ଷରୁ ସାଢେ ୪ ଲକ୍ଷ ମଧ୍ୟରେ ରହିବା ଅନୁମାନ କରାଯାଉଛି । କମ୍ପାନୀ ଏହାର ଦାମ୍ ସମ୍ପର୍କରେ କୌଣସି ଖୁଲାସା କରିନି ।

Comments are closed.