ମୁମ୍ବଇ : ୨୦୧୨ରେ ପ୍ରଭୁଦେବା ନିର୍ଦେଶିତ ‘ରାୱଡି ରାଠୋର’ ମୁକ୍ତିଲାଭ କରିଥିଲା। ଖିଲାଡି ଅକ୍ଷୟ କୁମାର ଓ ସୋନାକ୍ଷି ସିହ୍ନା ଏଥିରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। ବିଭିନ୍ନ ମହଲରେ ଆଦୃତ ହୋଇଥିବା ଏଇ ଚଳଚ୍ଚିତ୍ରର ଦ୍ବିତୀୟ ଭାଗ କାମ ଖୁବ୍ ଶୀଘ୍ର ଆରମ୍ଭ ହେବ ବୋଲି ଜଣାପଡ଼ିଛି। ପ୍ରଯୋଜକ ଶବିନା ଖାନ୍ଙ୍କ ୟୁନିଟ୍ ତରଫରୁ ଏହା ସ୍ପଷ୍ଟ ହୋଇଛି। ଦ୍ବିତୀୟ ଭାଗରେ ଅକ୍ଷୟ ଅଭିନୟ କରିବା ସହ ସୋନାକ୍ଷୀ ମଧ୍ୟ ତାଙ୍କ ଅଭିନେତ୍ରୀ ଭାବେ ଦେଖାଦେବେ। କାହାଣୀ ଲେଖା ଆରମ୍ଭ ହୋଇସାରିଥିବାବେଳେ ସୁଟିଂ ଦଶହରା ପରେ କରିବାର ଯୋଜନା ରହିଛି।
Popular Categories



