ରୋଜର ବିନ୍ନି ବିସିସିଆଇର ନୂଆ ଅଧ୍ୟକ୍ଷ ନିର୍ବାଚିତ

ଡେସ୍କ: ୧୯୮୩ ବିଶ୍ୱକପ ବିଜେତା ପୂର୍ବତନ ଭାରତୀୟ ଅଲରାଉଣ୍ଡର ରୋଜର ବିନ୍ନି ବିସିସିଆଇର ୯୧ତମ ବାର୍ଷିକ ସାଧାରଣ ସଭାରେ ନୂତନ ଅଧ୍ୟକ୍ଷ ଭାବରେ ନିର୍ବାଚିତ ହୋଇଛନ୍ତି। କର୍ଣ୍ଣାଟକ କ୍ରିକେଟ୍ ଆସୋସିଏସନର ଅଧ୍ୟକ୍ଷ ଭାବେ କାର୍ଯ୍ୟ କରୁଥିବା ବିନ୍ନି ବିଦାୟୀ ମୁଖ୍ୟ ସୌରଭ ଗାଙ୍ଗୁଲିଙ୍କ ଠାରୁ ଦାୟିତ୍ୱ ଗ୍ରହଣ କରିଛନ୍ତି।

ବିସିସିଆଇ ଇତିହାସରେ ବିଶ୍ୱକପ୍ ବିଜେତା ଭାବେ ଅଧ୍ୟକ୍ଷ ପଦ ଗ୍ରହଣ କରିବାରେ ବିନ୍ନି ହେଉଛନି ପ୍ରଥମ। ୧୯୮୩ରେ କପିଲ ଦେବଙ୍କ ନେତୃତ୍ୱାଧୀନ ଏକଦିବସୀୟ ବିଶ୍ୱକପ ବିଜେତା ଦଳର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଭାବରେ ସେ ସର୍ବାଧିକ ୱିକେଟ୍ ନେଇଥିଲେ। ବିନ୍ନି ୨୭ଟି ଟେଷ୍ଟ ମ୍ୟାଚ୍ ଏବଂ ୭୨ଟି ଏକ ଦିବସୀୟ ଖେଳିଛନ୍ତି। ସେ ଦିନିକିଆରେ ୭୭ଟି ୱିକେଟ୍ ଏବଂ ଟେଷ୍ଟରେ ୪୭ଟି ୱିକେଟ୍ ନେଇଛନ୍ତି।

ପୂର୍ବରୁ ବିସିସିଆଇ ଚୟନ କମିଟିର ସଦସ୍ୟ ଭାବରେ କାର୍ଯ୍ୟ କରିଥିବା ୬୭ ବର୍ଷୀୟ ବିନ୍ନିଙ୍କର କ୍ରିକେଟ୍ ପ୍ରଶାସନରେ ବିପୁଳ ଅଭିଜ୍ଞତା ରହିଛି। ୨୦୧୯ ଠାରୁ ବିନ୍ନି କର୍ଣ୍ଣାଟକ ରାଜ୍ୟ କ୍ରିକେଟ୍ ଆସୋସିଏସନର ଅଧ୍ୟକ୍ଷ ବ୍ୟତୀତ ବିଭିନ୍ନ ପଦବୀରେ କାର୍ଯ୍ୟ କରିଛନ୍ତି। ବିସିସିଆଇ ଅଧ୍ୟକ୍ଷ ଭାବରେ ବିନ୍ନି ୩ ବର୍ଷ କାର୍ଯ୍ୟ କରିବେ।

Comments are closed.