www.samajalive.in
Friday, December 12, 2025
23.1 C
Bhubaneswar

ରବର୍ଟ ଭଦ୍ରାଙ୍କ ଆଗୁଆ ଜାମିନ୍‍ ଆବେଦନ ମାମଲା ; ସେପ୍ଟେମ୍ବର ୨୬ରେ ପରବର୍ତ୍ତୀ ଶୁଣାଣି

ନୂଆଦିଲ୍ଲୀ : ୧୯ ଲକ୍ଷ ପାଉଣ୍ଡରେ ଲଣ୍ଡନ ଭିତ୍ତିକ ଏକ ସମ୍ପତ୍ତି କିଣା ଘଟଣାରେ କଳାଧନ ନିବାରଣ ଆଇନ ଅଧୀନରେ ରୁଜ୍ଜୁ ମାମଲାରେ ଜବାବ୍‍ ଦେବାକୁ ଅଧିକ ସମୟ ଲୋଡ଼ି ରବର୍ଟ ଭଦ୍ରା ଦିଲ୍ଲୀ ହାଇକୋର୍ଟରେ ଆବେଦନ କରିଛନ୍ତି । ରବର୍ଟ ଭଦ୍ରାଙ୍କ ଆଗୁଆ ଜାମିନ୍‍ ଆବେଦନକୁ ଚ୍ୟାଲେଞ୍ଜ୍‍ କରି ପ୍ରବର୍ତ୍ତନ ନିର୍ଦେଶାଳୟ କରିଥିବା ଆବେଦନ ଉପରେ ସେ ଦିଲ୍ଲୀ ହାଇକୋର୍ଟରେ ଆବେଦନ କରିଛନ୍ତି। ଜଷ୍ଟିସ୍‍ ଚନ୍ଦ୍ରଶେଖର ଭଦ୍ରାଙ୍କୁ ଜବାବ୍‍ ଦେବାପାଇଁ ଦୁଇ ସପ୍ତାହ ସମୟ ଦେଇଛନ୍ତି।

ପରବର୍ତ୍ତୀ ଶୁଣାଣି ପାଇଁ କୋର୍ଟ ସେପ୍ଟେମ୍ବର ୨୬ ତାରିଖକୁ ଦିନ ଧାର୍ଯ୍ୟ କରିଛନ୍ତି । ଭଦ୍ରାଙ୍କ ଓକିଲ କହିଛନ୍ତି, ତାଙ୍କ ବିରୁଦ୍ଧରେ କୋର୍ଟରୁ ନୋଟିସ୍‍ ପଠାଯିବା ସମୟରେ ସେ ଦେଶ ବାହାରେ ଥିଲେ ଓ ଗତ ୧୧ ତାରିଖରେ ସେ ଭାରତ ଫେରିଛନ୍ତି। ୧୯ ଲକ୍ଷ ପାଉଣ୍ଡ ସମ୍ବଳିତ ଲଣ୍ଡନ୍‍ ଭିତ୍ତିକ ଏକ ସମ୍ପତ୍ତି କିଣା ଘଟଣାରେ ଭଦ୍ରାଙ୍କ ବିରୁଦ୍ଧରେ କଳାଧନ ମାମଲା ରୁଜ୍ଜୁ ହୋଇଛି। କଳାଧନ ନିବାରଣ ଆଇନ ଅଧୀନରେ ମାମଲାର ତଦନ୍ତ କରାଯାଉଛି।

Hot this week

ଶୁକ୍ର ଗୋଚର: ବର୍ଷ ଶେଷରେ ଏହି ରାଶିଙ୍କ କ୍ୟାରିଅର, ରୋଜଗାର ହେବ ଦ୍ୱିଗୁଣିତ

ସମାଜ ଡିଜିଟାଲ ଡେସ୍କ: ୨୦ ଡିସେମ୍ବର ଶନିବାର ଦିନ ଶୁକ୍ର ଧନୁ...

ଏସ୍‌ଆଇଆର ପ୍ରସଙ୍ଗରେ ମମତାଙ୍କ ଧମକ

ତାଲିକାରୁ ଗୋଟିଏ ନାଁ ବାଦ ପଡ଼ିଲେ ବିଦ୍ରୋହ କଲକାତା : ନିର୍ବାଚନ କମିସନ...

ଜାପାନରେ ୬.୭ ତୀବ୍ରତାର ଭୂକମ୍ପ : ସୁନାମି ସତର୍କତା ଜାରି

ଟୋକିଓ : ଆଜି ସକାଳେ ଜାପାନର ଉତ୍ତର ପୂର୍ବ ଉପକୂଳରେ ଶକ୍ତିଶାଳୀ...

ପାକ୍‌ ମାଛଧରା ବୋଟ ଜବତ, ୧୧ ଗିରଫ

ଅହମଦାବାଦ : ତଟରକ୍ଷୀ ବାହିନୀ ପକ୍ଷରୁ ବୁଧବାର ଗୁଜରାଟର ଊପକୂଳସ୍ଥ ଆରବ...

୬ମାସ ଦରମା ପାଇନାହାନ୍ତି ପାକିସ୍ତାନ ପୁଲିସ

କରାଚୀ : ପାକିସ୍ତାନର ଖାଇବର ପଖତୁନଖ୍ବା ପ୍ରଦେଶରେ ମୁତୟନ ଥିବା ସ୍ବତନ୍ତ୍ର...

Related Articles

Popular Categories