www.samajalive.in
Monday, December 8, 2025
13.1 C
Bhubaneswar

ଅଜଣା ଗାଡି ଧକ୍କାରେ ଚାଳକ ମୃତ

ଲାଞ୍ଜିଗଡ଼ : ନିଜର ମାଲବାହୀ ଟ୍ରକ୍ ଏକ ଗଛକୁ ପିଟିଦେବାରୁ ଅଳ୍ପକେ ବର୍ତ୍ତିଯାଇଥିଲେ ଡ୍ରାଇଭର ଓ ହେଲ୍ପର। ତେବେ ଦୁର୍ଘଟଣାଗ୍ରସ୍ତ ଗାଡିକୁ ଜଗିକି ରହିଥିବାବେଳେ ଅନ୍ୟ ଏକ ଗାଡି ଧକ୍କାରେ ଡ୍ରାଇଭରଙ୍କ ମୃତ୍ୟୁ ଘଟିବା ଭଳି ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ସୂଚନା ଅନୁଯାୟୀ, ଗତକାଲି ସନ୍ଧ୍ୟାରେ ଭବାନୀପାଟଣା-ରାୟଗଡା ଛଅ ନମ୍ବର ରାଜ୍ୟ ରାଜପଥର ଢେପଗୁଡା ଘାଟି ନିକଟରେ ଏକ କୋଇଲା ବୋଝେଇ ଟ୍ରକ(ଏପି-୩୯-ଟି-୪୫୭୯) ବ୍ରେକ୍‍ ଫେଲ୍‍ ହେବାରୁ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା। ସେଠାରେ ଅଳ୍ପକେ ରକ୍ଷା ପାଇଯାଇଥିବା ଡ୍ରାଇଭର ଓ ହେଲ୍ପର ଦୁର୍ଘଟଣାର କିଛି ସମୟ ପରେ ନିକଟସ୍ଥ ଏକ ଢାବାକୁ ଖାଇବାକୁ ଯାଇଥିଲେ। ସେଠାରୁ ଫେରିବାବେଳେ ଡ୍ରାଇଭର ଉପରେ ଏକ ଅଜଣାଗାଡି ଚଢିଯିବାରୁ ଘଟଣାସ୍ଥଳରେ ହିଁ ଡ୍ରାଇଭର ଠାକୁର ସିଂହର ମୃତ୍ୟୁ ଘଟିଥିଲା। ସକାଳେ ଏ ସଂପର୍କରେ ଖବର ପାଇ ସିକେରକୁପା ଓ ବିଶ୍ୱନାଥପୁର ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିବାବେଳେ ଏନେଇ ବିଶ୍ୱନାଥପୁର ଥାନା କେସ୍‍ ନଂ ୪୪/୨୦୨୦ରେ ଏକ ମାମଲା ରୁଜୁ କରି ଥାନାଧିକାରୀ ରୁନୁ କୁମାରୀ ମାଝୀ ତଦନ୍ତ କରୁଥିବା ଜଣାପଡିଛି।

Hot this week

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

Related Articles

Popular Categories