କେନ୍ଦୁଝର : ଭୂୟାଁ ଜୁଆଙ୍ଗ ପୀଢ ରେଞ୍ଜରେ ବୁଧବାର ରାତିରେ ବନବିଭାଗ ଚଢାଉ କରି ଗୋଟିଏ ବଲେରୋ ଗାଡି ସହ ଲକ୍ଷାଧିକ ଟଙ୍କାର କାଠ ଜବତ କରିଛି। ମିଳିଥିବା ସୂଚନା ଅନୁସାରେ, ୨୩ ତାରିଖ ରାତି ପ୍ରାୟ ୧୧ଟା ସମୟରେ ଏକ ବଲେରୋ ଗାଡିରେ ଚୋରା କାଠ ଯାଉଥିବା ସୂଚନା ପାଇ କାଦକଳାରୁ ବାଂଶପାଳ ରାସ୍ତାରେ ଏକ ସ୍କ୍ୱାର୍ଡ ଟିମ ଗାଡିଟିକୁ ଗୋଡାଇଥିଲା। ଚୋରା ବଲେରୋ ଗାଡି ବନବିଭାଗର ପେଟ୍ରୋଲିଂ ସମୟରେ ବିଜାଗୋଠ ନିକଟ ଏକ ପୋଲ ପାଖରେ ଗାଡିର ଡ୍ରାଇଭର ଗାଡି ଛାଡି ଫେରାର୍ ହୋଇ ଯାଇଥିଲା। ବନ ବିଭାଗ ବଲେରୋ ଗାଡି ଜବତ୍ ସହ ୩୦ ପିସ ଶାଳ ଚଉକାଠ ଜବତ କରିଛି। ଜବତ କାଠର ଆନୁମାନିକ ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ଜଣାପଡିଛି। ବଣେଇ ସୀମାନ୍ତରୁ ନିୟମିତ ଭାବେ କାଠ ମାଫିଆମାନେ ବାଂଶପାଳ-ଶୁଆକାଟୀ ଦେଇ କେନ୍ଦୁଝରକୁ ଶାଳ କାଠ ଚୋରା ଚାଲାଣ କରୁଥିବାବେଳେ ଏହି ରାସ୍ତାରେ ପେଟ୍ରୋଲିଂ କଡାକଡି କରିବାକୁ ଦାବି ହୋଇଛି।
Popular Categories



