www.samajalive.in
Wednesday, December 10, 2025
18.1 C
Bhubaneswar

ସୁସ୍ଥ ହେଉଛନ୍ତି ଋଷଭ ପନ୍ତ୍‌

ବେଙ୍ଗାଲୁରୁ : ଗତ ଡିସେମ୍ବରରେ ଏକ କାର୍‌ ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିବା ଭାରତୀୟ କ୍ରିକେଟ୍‌ ଦଳର ତାରକା ୱିକେଟରକ୍ଷକ ଋଷଭ ପନ୍ତ୍‌ ଦ୍ରୁତଗତିରେ ସୁସ୍ଥ ହେଉଛନ୍ତି। ସଂପୂର୍ଣ୍ଣ ସୁସ୍ଥ ହେବାକୁ ପନ୍ତ୍‌ଙ୍କୁ ଯେତିକି ସମୟ ଲାଗିବ ବୋଲି ବିସିସିଆଇ ଚିନ୍ତା କରୁଥିଲା ତାହା ଠାରୁ କମ୍‌ ସମୟରେ ପନ୍ତ୍‌ ସୁସ୍ଥ ହୋଇଯିବେ ବୋଲି ଆଶା କରାଯାଉଛି।
ପନ୍ତ୍‌ ବର୍ତ୍ତମାନ ବେଙ୍ଗାଲୁରୁସ୍ଥିତ ଜାତୀୟ କ୍ରିକେଟ୍‌ ଏକାଡେମୀ (ଏନ୍‌ସିଏ)ରେ ରହି ଶାରୀରିକ ସୁସ୍ଥତା ହାସଲ କରିବାକୁ ଅଭ୍ୟାସ ଜାରି ରଖିଛନ୍ତି। ଏନ୍‌ସିଏରେ ପନ୍ତ୍‌ ବିନା କାହାରି ସହାୟତାରେ ଚାଲିବା ସହ ଶିଢ଼ି ଚଢ଼ୁଥିବା ଜଣାପଡ଼ିଛି। ଭାରତରେ ଖେଳାଯିବାକୁ ଥିବା ଏକଦିବସୀୟ ବିଶ୍ବକପ୍‌ ପୂର୍ବରୁ ପନ୍ତ୍‌ଙ୍କୁ ସଂପୂର୍ଣ୍ଣ ସୁସ୍ଥ କରିବାକୁ ବିସିସିଆଇ ଓ ଏନ୍‌ସିଏ ତରଫରୁ ଚେଷ୍ଟା ଜାରି ରଖିଥିଲେ ମଧ୍ୟ ସେ ବିଶ୍ବକପ୍‌ ଖେଳିବା ସମ୍ଭାବନା କମ୍‌ ଥିବା ଜଣାପଡ଼ିଛି। ଫିଜିଓ ଏସ୍‌.ରଜନୀକାନ୍ତଙ୍କ ଦେଖାଶୁଣାରେ ପନ୍ତ୍‌ ଏନ୍‌ସିଏରେ ବିଭିନ୍ନ ଶାରୀରିକ ଅଭ୍ୟାସ ଜାରି ରଖିଛନ୍ତି। ଏନ୍‌ସିଏରେ ଶାରୀରିକ ଅଭ୍ୟାସ କରିବା ସହ ପନ୍ତ୍‌ ବିଭିନ୍ନ ବୟସବର୍ଗ କ୍ରିକେଟର୍‌ଙ୍କ ସହ ଭାବ ବିନିମୟ କରୁଥିବା ଦେଖିବାକୁ ମିଳୁଛି। କିଛିଦିନ ତଳେ ଖେଳାଯାଇଥିବା ବିଶ୍ବ ଟେଷ୍ଟ ଚମ୍ପିଆନ୍‌ସିପ ଫାଇନାଲ ମ୍ୟାଚ୍‌କୁ ଏନ୍‌ସିଏରେ ଯଶପ୍ରୀତ ବୁମରା, ଶ୍ରେୟାସ ଆୟର ଓ ପ୍ରସିଦ୍ଧ କ୍ରିଷ୍ଣାଙ୍କ ସହ ପନ୍ତ୍‌ ଟିଭିରେ ଦେଖିଥିଲେ।

Hot this week

ଭାରସାମ୍ୟ ହରାଇ ଓଲଟିଲା ଟ୍ରକ

ଫୁଲବାଣୀ :କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଛକ ନିକଟ ବର ଗଛ...

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

Related Articles

Popular Categories