www.samajalive.in
Monday, December 8, 2025
27.1 C
Bhubaneswar

ବିପଦରେ ଶିମିଳିପାଳ ଏବଂ ସୁରକ୍ଷା କର୍ମୀ : ଶିକାରୀ ଗୁଳିରେ ଫରେଷ୍ଟର ମୃତ

ଠାକୁରମୁଣ୍ଡା : ଶିକାରୀଙ୍କ ଗୁଳିରେ ପୁଣି ଜଣେ ଫରେଷ୍ଟର ମୃତ । ଏଭଳି ଅଭାବନୀୟ ଘଟଣା ଘଟିଛି ଶିମିଳିପାଳ ଆଭ୍ୟନ୍ତର ଉପରବାରହାକାମୁଡା ରେଞ୍ଜ ନିକଟରେ। ଫରେଷ୍ଟର ମାଥି ହାଁସଦା ୧୬ ତାରିଖ ବିଳମ୍ବିତ ରାତି ପ୍ରାୟ ରାତି ୨.୩୦ ବେଳକୁ ଶିକାରୀ ଗୁଳିରେ ପ୍ରାଣ ହରାଇଛନ୍ତି । ତାଙ୍କୁ କରଞ୍ଜିଆ ଡାକ୍ତରଖାନା ଅଣାଯାଇଥିଲା। ରାତି ୩.୧୫ ରେ ଡାକ୍ତର ମାଥିଙ୍କୁ ମୃତ ଘୋଷଣା କରିଛନ୍ତି।
ଘଟଣାରୁ ପ୍ରକାଶଯେ ଶିମିଳିପାଳ ସାଉଥ ଡିଭିଜନରେ ୬ଜଣ ଶିକାରୀ ବନ୍ଧୁକ ସହ ପ୍ରବେଶ କରିଥିବା ବେଳେ ବନ କର୍ମଚାରୀ ମଧ୍ୟ ୬ ଜଣ ଥିଲେ। ଗମଚାଚରଣ ବିଟ ନିକଟରେ ମୁହାଁମୁହିଁ ଓ ଗୁଳି ବିନିମୟ ସମୟରେ ଉପରବାରହାକାମୁଡା ଫରେଷ୍ଟରଙ୍କ ଦେହରେ ଲାଗିଥିଲା ଗୁଳି । ସଙ୍ଗେ ସଙ୍ଗେ ତାଙ୍କୁ କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟକୁ ଅଣାଯାଇଥିଲା ମାତ୍ର ବଞ୍ଚାଯାଇ ପାରିନଥିଲା। ତେବେ ଗୋଟିଏ ବନ୍ଧୁକ ଜବତ କରିଛି ବନ ବିଭାଗ l ଶିକାରୀଙ୍କୁ ଧରିବା ସମ୍ଭବ ହୋଇନି। କରଞ୍ଜିଆ ଡାକ୍ତରଖାନାରେ ଉତ୍ତର ଶିମିଳିପାଳର ଡେ଼ପୁଟି ଡ଼ାଇରେକ୍ଟର ସାଈ କିରଣ ଡିଏନ, କରଞ୍ଜିଆ ବନଖଣ୍ଡ ଅଧିକାରୀ ଶ୍ରୀକାନ୍ତ ନାଏକ, କରଞ୍ଜିଆ ଉପଖଣ୍ଡ ପୁଲିସ ଅଧିକାରୀ ତଦନ୍ତ ଆରମ୍ଭ କରିଛନ୍ତି । ଅନ୍ୟପଟେ ଏଇ ଘଟଣାକୁ ପୋଲିସ ଗୁରୁତର ସହିତ ନେଇ ଶିମିଳିପାଳ ଅଭୟାରଣ୍ୟର ବିଭିନ୍ନ ଜାଗାରେ ଚଢ଼ାଉ ଆରମ୍ଭ କରିଛି ।

Hot this week

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

Related Articles

Popular Categories