ନୂଆଦିଲ୍ଲୀ : ଚଳିତ ଆର୍ଥିକବର୍ଷର ସେପ୍ଟେମ୍ବରରେ ଦେଶର ଖୁଚୁରା ମୁଦ୍ରାସ୍ଫୀତି ୮ ମାସର ସର୍ବୋଚ୍ଚ ସ୍ତର ୭.୩୪%ରେ ପହଞ୍ଚିଛି। ଅତ୍ୟାବଶ୍ୟକ ସାମଗ୍ରୀର ଦର ବୃଦ୍ଧି ଏହାର ମୁଖ୍ୟ କାରଣ। ଅଗଷ୍ଟରେ ଶିଳ୍ପ ଉତ୍ପାଦନ ସୂଚୀରେ ୮% ହ୍ରାସ ଘଟିଛି। ବିନିର୍ମାଣ, ଖଣିଜ ଖନନ ଏବଂ ବିଦ୍ୟୁତ ଉତ୍ପାଦନ କ୍ଷେତ୍ରରେ ଉତ୍ପାଦନ କମ୍ ରହିବା ଯୋଗୁ ଅଗଷ୍ଟରେ ଶିଳ୍ପ ଉତ୍ପାଦନ ପ୍ରଦର୍ଶନ ନୌରାଶ୍ୟଜନକ ରହିଥିଲା। ଜାତୀୟ ପରିସଂଖ୍ୟା କାର୍ଯ୍ୟାଳୟ (ସିଏସ୍ଓ) ସୂତ୍ରରୁ ମିଳିଥିବା ତଥ୍ୟାନୁଯାୟୀ, ଗତ ସେପ୍ଟେମ୍ବରରେ ଖାଉଟି ଖାଦ୍ୟ ମୂଲ୍ୟ ସୂଚୀ (ସିପିଆଇ) ଦୁଇ ଅଙ୍କ ଅତିକ୍ରମ କରିଛି। ଅଗଷ୍ଟରେ ଏହା ୧୦.୬୮% ରହିଥିଲା। ତେବେ ଜୁଲାଇରେ ସିପିଆଇ ୯.୦୫% ରହିଥିବା ସିଏସ୍ଓ ପକ୍ଷରୁ ଦର୍ଶାଯାଇଛି।
Popular Categories



