www.samajalive.in
Saturday, December 6, 2025
26.1 C
Bhubaneswar

ସୋଲାର ପ୍ୟାନେଲ ଆମଦାନୀ ଉପରେ କଟକଣା

ନୂଆଦିଲ୍ଲୀ : ଘରୋଇ ସୋଲାର ପ୍ୟାନେଲ ନିର୍ମାଣକୁ ପ୍ରୋତ୍ସାହନ ଦେବା ନିମନ୍ତେ କେନ୍ଦ୍ର ସରକାରଙ୍କ ପକ୍ଷରୁ ସୋଲାର ପ୍ୟାନେଲ ଆମଦାନୀ ଉପରେ ପୁଣିଥରେ କଟକଣା ଲାଗୁ କରାଯାଇଛି। ତେବେ ଆବଶ୍ୟକତା ଅନୁଯାୟୀ ଘରୋଇ ନିର୍ମାଣ ଯଥେଷ୍ଟ ହେଉ ନ ଥିବାରୁ ଗତ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ସୋଲାର ପ୍ୟାନେଲ ଆମଦାନିକୁ ଅନୁମତି ଦିଆଯାଇଥିଲା। ସରକାରୀ ଅଧିକାରୀଙ୍କ କହିବା ଅନୁଯାୟୀ ବର୍ତ୍ତମାନ ଘରୋଇ ଉତ୍ପାଦନ ବୃଦ୍ଧି ପାଇବା ସହ ଏହା ଚାହିଦା ପୂରଣ କରିବାକୁ ସମର୍ଥ। ତେଣୁ ଆମଦାନୀ କ୍ଷେତ୍ରରେ ଏହି କଟକଣା ଲାଗୁ କରାଯାଇଛି। ୨୦୨୧ରେ ଘରୋଇ ନିର୍ମାଣକୁ ପ୍ରୋତ୍ସାହନ ଦେବା ନିମନ୍ତେ ସୋଲାର ପ୍ୟାନେଲ କିଣିବା ପାଇଁ ଏକ ଅନୁମତିପ୍ରାପ୍ତ ତାଲିକା ପ୍ରସ୍ତୁତ କରାଯାଇଥିଲା। ତେବେ ବର୍ତ୍ତମାନ ପର୍ଯ୍ୟାପ୍ତ ସୋଲାର ପ୍ୟାନେଲ ନିର୍ମାଣ କରାଯାଉଥିବାରୁ ଏପ୍ରିଲ ୧ରୁ ସୋଲାର ପ୍ୟାନେଇ ଆମଦାନୀ ଉପରେ କଟକଣା ଲଗାଯାଇଛି। ୨୦୨୩ ଡିସେମ୍ବର ସୁଦ୍ଧା ଭାରତରେ ୬୪.୫ ଗିଗାୱାଟ୍‌ର ସୋଲାର ପ୍ୟାନେଲ ଓ ୫.୮ ଗିଗାୱାଟ୍‌ର ସୋଲାର ସେଲ୍‌ ନିର୍ମାଣ ଲକ୍ଷ୍ୟ ହାସଲ ହୋଇଥିଲା। ୨୦୨୬ ସୁଦ୍ଧା ଭାରତର ଘରୋଇ ସୋଲାର ପ୍ୟାନେଲ ନିର୍ମାଣ ୧୫୦ ଗିଗାୱାଟ୍‌ ଓ ସୋଲାର ସେଲ୍‌ ନିର୍ମାଣ ୭୫ ଗିଗାୱାଟ୍‌ ଅତିକ୍ରମ କରିବ ବୋଲି ଲକ୍ଷ୍ୟ ରଖାଯାଇଛି।

Hot this week

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

Related Articles

Popular Categories