www.samajalive.in
Saturday, December 13, 2025
14.1 C
Bhubaneswar

ଜାନୁଆରୀ ୧ରୁ ପୁଣି ବଢ଼ିବ ବ୍ରିଟେନକୁ ବିମାନ ଚଳାଚଳ କଟକଣା; ସୂଚନା ଦେଲେ କେନ୍ଦ୍ରମନ୍ତ୍ରୀ ହରଦୀପ ସିଂହ ପୁରୀ

ନୂଆଦିଲ୍ଲୀ: କରୋନା ଭୂତାଣୁର ନୂଆ ଷ୍ଟ୍ରେନ ବ୍ରିଟେନରେ ଠାବ ହେବା ପରେ ବିଭିନ୍ନ ଦେଶ ସହ ଭାରତ ମଧ୍ୟ ବିମାନ ଚଳାଚଳ ଉପରେ କଟକଣା ଜାରି କରିଛି । ବ୍ରିଟେନକୁ ବିମାନ ଯାତାୟତ ୩୧ ତାରିଖ ପର୍ଯ୍ୟନ୍ତ ନିଷିଦ୍ଧ କରାଯାଇଛି । ମାତ୍ର ଆସନ୍ତା ୩୧ ତାରିଖ ପରେ ଅର୍ଥାତ୍ ଜାନୁଆରୀ ୧ ତାରିଖରୁ ଆଉ କିଛିଦିନ ପାଇଁ ବ୍ରିଟେନକୁ ବିମାନ ଉଡ଼ାଣ ଉପରେ ନିଷେଧାଦେଶ ଜାରି ହୋଇପାରେ । ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂହ ପୁରୀ ମଙ୍ଗଳବାର ଏହି ସୂଚନା ଦେଇଛନ୍ତି ।

କୋଭିଡ୍ ନୂତନ ଷ୍ଟ୍ରେନ୍ ସଂକ୍ରମଣର ଭୟାବହତାକୁ ଦୃଷ୍ଟିରେ ରଖି ଭାରତ  ୨୨ ଡିସେମ୍ବରରୁ ୩୧ ଡିସେମ୍ବର ମଧ୍ୟରେ ବ୍ରିଟେନକୁ ସମସ୍ତ ବିମାନ ଉଡ଼ାଣ ରଦ୍ଦ କରିଥିଲା । ଆସନ୍ତା ୩୧ ତାରିଖ ମଧ୍ୟରାତ୍ରିରୁ ଏହି ଅବଧି ଶେଷ ହେଉଛି । ଏହି ସ୍ଥିତିରେ ଶ୍ରୀ ପୁରୀ କହିଛନ୍ତି ଯେ  ଏହି ଅବଧି ବୃଦ୍ଧି ହେବାର ସମ୍ଭାବନା ରହିଛି । ତେବେ ଏହା ଦୀର୍ଘ ବା ଅନିର୍ଦିଷ୍ଟ କାଳ ପାଇଁ ହେବ ନାହିଁ । ଦିନେ ଦୁଇଦିନ ମଧ୍ୟରେ ଏ ସମ୍ପର୍କରେ ନିଷ୍ପତ୍ତି ନିଆଯିବ ।

- Advertisement -

ଗତ ସପ୍ତାହରେ ବ୍ରିଟେନରେ କରୋନା ଭୂତାଣୁର ଏକ ନୂତନ ପ୍ରକାର ଆରମ୍ଭ ହେବା ଦିନଠାରୁ ସାରା ବିଶ୍ୱରେ ଆତଙ୍କ ଖେଳିଯାଇଥିଲା ଏବଂ ଅନେକ ଦେଶ ବ୍ରିଟେନ ଯାତାୟତ ଉପରେ କଟକଣା ଲଗାଇଥିଲେ ।  ସାମ୍ପ୍ରତିକ ଅବସ୍ଥାକୁ ଦୃଷ୍ଟିରେ ରଖି ଭାରତ ସରକାର ବ୍ରିଟେନରୁ ଭାରତକୁ ସମସ୍ତ ବିମାନ ଚଳାଚଳକୁ ୨୦୨୦ ଡ଼ିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ସାମୟିକ ରଦ୍ଦ କରିଥିଲେ ।  ସୂଚନାନୁସାରେ, ବ୍ରିଟେନରୁ ଭାରତ ଆସିଥିବା ୬ ଜଣ ବ୍ୟକ୍ତି ଏହି ନୂତନ ଷ୍ଟ୍ରେନ୍‌ରେ ସଂକ୍ରମିତ ହୋଇଥିବା ଜଣାପଡିଛି। କେନ୍ଦ୍ର ସରକାରଙ୍କ ନୂତନ ନିର୍ଦ୍ଦେଶାବଳୀରେ ଲୋକଙ୍କୁ କରୋନାର ଏହି ନୂତନ ଷ୍ଟ୍ରେନ୍ ପ୍ରତି ସାବଧାନ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories