www.samajalive.in
Monday, December 8, 2025
13.1 C
Bhubaneswar

ଆସନ୍ତାକାଲି ବିଶ୍ବ ପରିବେଶ ଦିବସ: ପଲିଥିନ୍ କଟକଣା ପାଲଟିଛି ପ୍ରହସନ

ଭୁବନେଶ୍ୱର: ଆସନ୍ତାକାଲି ବିଶ୍ବ ପରିବେଶ ଦିବସ। ୨୦୨୦ ପରିବେଶ ଦିବସର ଥିମ୍‌ ହେଉଛି ‘ପ୍ରକୃତି ପାଇଁ ସମୟ’। ତେବେ ପ୍ରକୃତିକୁ ବଞ୍ଚାଇବା ଏବଂ ପରିବେଶ ପ୍ରଦୂଷଣ ରୋକିବା ପାଇଁ ଓଡ଼ିଶାରେ ପଲିଥିନ୍‌ ବ୍ୟବହାର ନିଷେଧ କରାଯାଇଥିଲା। ଜଳବାୟୁ ପରିବର୍ତ୍ତନ ପରିବେଶକୁ ପ୍ରଭାବିତ କରୁଛି। ଆଧୁନିକ ସଭ୍ୟତା ଆଳରେ ପରିବର୍ତ୍ତିତ ପରିବେଶକୁ ବିଗାଡ଼ି ଦେଇଛି ଆଜିର ମଣିଷ ସମାଜ। ଏବେ ପ୍ରଦୂଷଣ ଭଳି ଭୟଙ୍କର ପରିସ୍ଥିତିର ସମ୍ମୁଖୀନ ହେଉଛି। ପରିବେଶ ସାଙ୍ଗକୁ ବାୟୁ ଓ ଶବ୍ଦ ପ୍ରଦୁଷଣ ବଳୟରେ ସମସ୍ତେ ରୁନ୍ଧି ହୋଇଯାଇଛନ୍ତି। ସଚେତନତା ଅଭାବ ଓ ଅମାନିଆ ଗୁଣ ଯୋଗୁ ପ୍ରତିଦିନ ପରିବେଶ ପ୍ରଦୂଷଣ ହେଉଥିବା ଜଣାପଡ଼ିଛି। ପରିବେଶ ପାଇଁ ମାରାତ୍ମକ କୁହାଯାଉଥିବା ପ୍ଲାଷ୍ଟିକ୍‍ ଓ ପଲିଥିନ୍‍ ବ୍ୟବହାର ଉପରେ ପ୍ରଶାସନର କଟକଣାକୁ କେହି ମାନୁନାହାନ୍ତି। ଭବିଷ୍ୟତରେ ଏହା ମଣିଷ ସମାଜ ପାଇଁ ଘାତକ ପାଲଟିବ। ଏହା ଜାଣିସୁଦ୍ଧ ଏଥିରୁ କେହି ମୁହଁ ଫେରାଉ ନ ଥିବା ପରିଲକ୍ଷିତ ହୋଇଛି। ଭୁବନେଶ୍ୱର ସହର ସମେତ ରାଜ୍ୟର ସମସ୍ତ ମହାନଗର ଓ ଜିଲା ସଦର ମହକୁମା ଉପରେ ରାଜ୍ୟ ସରକାର ପ୍ଲାଷ୍ଟିକ୍‍ ଓ ପଲିଥିନ୍‍ ବ୍ୟବହାରଉପରେ କଟକଣା ଲାଗୁ କରିଛନ୍ତି, ଯାହା ଏବେ ପ୍ରହସନରେ ପରିଣତ ହୋଇଛି।

୨୦୧୮ ଗାନ୍ଧି ଜୟନ୍ତୀରୁ ଓଡ଼ିଶାରେ ଲାଗୁ ହୋଇଥିଲା କଟକଣା 

୨୦୧୮ ଗାନ୍ଧି ଜୟନ୍ତୀରୁ ରାଜ୍ୟ ସରକାରଙ୍କ ପକ୍ଷରୁ ଭୁବନେଶ୍ୱର, କଟକ, ବ୍ରହ୍ମପୁର, ରାଉରକେଲା,ସମ୍ବଲପୁର ଓ ସମ୍ବଲପୁରରେ ପ୍ରଥମ ପର୍ଯ୍ୟାୟରେ ପଲିଥିନ୍‌ ବ୍ୟବହାର ନିଷେଧ କରାଯାଇଥିଲା। ଏହାପରେ ୨୦୧୯ ଗାନ୍ଧିଜୟନ୍ତୀରୁ ସାରା ରାଜ୍ୟରେ ପ୍ଲାଷ୍ଟିକ୍‍ ବ୍ୟବହାର ଉପରେ ନିଷିଦ୍ଧ ଘୋଷଣା କରାଯାଇଥିଲା। ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ପ୍ଲାଷ୍ଟିକ୍‍ର ବିକ୍ରି, ଉତ୍ପାଦନ, ଆମଦାନୀ, ରପ୍ତାନୀ କିମ୍ବା ବଣ୍ଟନ ଉପରେ କଟକଣା ଲଗାଯାଇଥିଲା। କେବଳ କମ୍ପୋଷ୍ଟେବୁଲ୍‍ ପଲିଥିନ୍‍ କ୍ୟାରି ବ୍ୟାଗ୍‍ ବ୍ୟବହାରକୁ ଅନୁମତି ଦିଆଯାଇଥିଲା। ପ୍ରାଥମିକ ପର୍ଯ୍ୟାରେ ପ୍ଲାଷ୍ଟିକ୍‍ ବ୍ୟବହାର ନିଷିଧ ନିୟମ କଡ଼ାକଡ଼ା ପାଳନ କରାଯାଇଥିଲା। ଏପରିକି ବିଭିନ୍ନ ବ୍ୟବସାୟ ପ୍ରତିଷ୍ଠାନ ଉପରେ ଚଢ଼ାଉ ସାଙ୍ଗକୁ ଜରିମାନା ଆଦାନ କରାଯାଇଥିଲା। ମାତ୍ର ଏବେ ରାଜ୍ୟରେ ଏହି ଧରପଗଡ଼ ଶିଥିଳ ହୋଇଯାଇଛି। ଫଳରେ ପୁଣି ପଲିଥିନ୍‍ ଓ ପ୍ଲାଷ୍ଟିକ୍‍ କାରବାର ବ୍ୟାପକ ମାତ୍ରାରେ ଚାଲିଛି।

ଲୋକ ସଚେତନ ନ ହେଲେ କଟକଣା ମୂଲ୍ୟହୀନ

ଜଙ୍ଗଲ ଓ ପରିବେଶ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ରାଜ୍ୟରେ ପଲିଥିନ୍‌ ବ୍ୟବହାର ନିଷେଧ ପାଇଁ ନିର୍ଦେଶ ରହିଛି। ବିଭିନ୍ନ ସମୟରେ ଚଢ଼ାଉ ମଧ୍ୟ ହେଉଛି। ସଉଦା କିମ୍ବା ପରିବା ଆଣିବାକୁ ଯିବାବେଳେ ସାଙ୍ଗରେ କନା ବ୍ୟାଗ୍‌ ନେବାକୁ କୁହାଯାଇଥିଲା। ତେବେ ଲୋକେ ସଚେତନତ ହେଲେ ପଲିଥିନ୍‌ ବ୍ୟବହାର ସମ୍ପୂର୍ଣ୍ଣ ନିଷେଧ କରାଯାଇପାରିବ।
ଭୁବନେଶ୍ବର ସତ୍ୟନଗର ଅଞ୍ଚଳର ଜଣେ ଗ୍ରୋସରୀ ଦୋକାନୀ କହିଛନ୍ତି ଯେ ପ୍ରଥମେ ଲୋକେ ଜରିମାନା ଆଦାୟ ଭୟରେ ସଉଦା ଓ ପନିପରିବା ନେବାକୁ ଆସୁଥିଲେ। ଦୋକାନି ଓ ପରିବା ବ୍ୟବସାୟୀ ମଧ୍ୟ ବ୍ୟାଗ୍‌ ନ ଆଣିଥିଲେ ଜିନିଷ ଦେଉନଥିଲେ। କିନ୍ତୁ ଏବେ ଲୋକେ ବ୍ୟାଗ୍‌ ଆଣୁନାହାନ୍ତି। ଫଳରେ ବାଧ୍ୟ ହୋଇ ଦୋକାନୀମାନେ ପଲିଥିନ୍‌ରେ ଜିନିଷ ଦେଉଛନ୍ତି।
କଟକ ଖାନ୍‌ନଗର ବାସିନ୍ଦା ପ୍ରଫୁଲ୍ଲ କୁମାର ମହାନ୍ତିଙ୍କ କହିବା ଅନୁଯାୟୀ ଦୋକାନି କିମ୍ବା ପରିବା ବ୍ୟବସାୟୀ ଲୋକେ ବ୍ୟାଗ୍‌ ଆଣିନଥିଲେ ଯଦି ଜିନିଷ ଦେବାକୁ ମନା କରିଦିଅନ୍ତୁ। ଫଳରେ ଧୀରେ ଧୀରେ ଲୋକେ ବ୍ୟାଗ୍‌ ଆଣିବାକୁ ଅଭ୍ୟାସ କରିବେ ଓ ପଲିଥିନ୍ ବ୍ୟବହାର ବନ୍ଦ ହୋଇପାରିବ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories