www.samajalive.in
Thursday, December 11, 2025
15.1 C
Bhubaneswar

ଦେଶରେ ୨୪୭୧ ଡ଼ାକ୍ତର କରୋନା ସଂକ୍ରମିତ; ୩୮୨ଜଣଙ୍କ ମୃତ୍ୟୁ

କରୋନା ସଂକ୍ରମଣ ମାମଲାରେ ଭାରତ ବିଶ୍ଵରେ ଦ୍ବିତୀୟ ସ୍ଥାନରେ ପହଞ୍ଚିଛି । ଦେଶରେ ଯଦିଓ ସୁସ୍ଥ ଅନୁପାତ ବୃଦ୍ଧି ପାଇଛି ତଥାପି ଏଥିରେ ଅନେକ ସ୍ବାସ୍ଥ୍ୟକର୍ମୀ ଓ ଡ଼ାକ୍ତରଙ୍କ ଜୀବନ ଯାଇଛି । ତେବେ କରୋନାରେ ଡ଼ାକ୍ତରଙ୍କ ମୃତ୍ୟୁ କିପରି ଓ କାହଁକି ହେଉଛି ସେ ସମ୍ପର୍କରେ କିଛି ବିଶେଷଜ୍ଞ ଯେଉଁ ଗବେଷଣା କରିଛନ୍ତି ସେଥିରୁ ମିଳିଛି କିଛି ଚମକାଇଦେବା ପରି ଖବର । ବାଙ୍ଗାଲୋରର ଆନନ୍ଦିତା କପୁର ଏବଂ ମୋହଲିର ଫୋର୍ଟିସ୍ ହସ୍ପିଟାଲ ଏବଂ ଲଣ୍ଡନ ବିଶ୍ୱବିଦ୍ୟାଳୟରେ ସେବା କରୁଥିବା ଡ କୃଷ୍ଣ ମୋହନ କପୁର ଏ ସମ୍ପର୍କରେ ଏକ ବିସ୍ତୃତ ରିପୋର୍ଟ ପ୍ରକାଶ କରିଛନ୍ତି ।

ଏହି ରିପୋର୍ଟ ଅନୁସାରେ ଦେଶରେ ଏ ପର୍ଯ୍ୟନ୍ତ ୨୨୫ ଡ଼ାକ୍ତରଙ୍କ ସହ ୨୬ ଶିଶୁରୋଗ ବିଶେଷଜ୍ଞ, ୨୨ ଜଣ ସାଧାରଣ ସର୍ଜନ, ୧୬ ଜଣ ପ୍ରସୂତି ବିଶେଷଜ୍ଞ  ଏବଂ ୧୪ ଜଣ ଆନାସ୍ଥେସିଓଲୋଜିଷ୍ଟଙ୍କ ମୃତ୍ୟୁ ହୋଇଛି। ଡାକ୍ତରଙ୍କ କ୍ଷେତ୍ର ଅନୁଯାୟୀ ଏହା ହେଉଛି ସର୍ବାଧିକ ମୃତ୍ୟୁ। |  ସେପ୍ଟେମ୍ବର ୧୦ ପର୍ଯ୍ୟନ୍ତ ସାରା ଦେଶରେ ୨୧୭୪ ଡାକ୍ତର ସଂକ୍ରମିତ ହୋଇଥିଲେ ଏବଂ ଏହି ୩୮୨ ଜଣ ମୃତ୍ୟୁବରଣ କରିଥିଲେ । ତେଶରେ କୋଭିଡ଼ ମୃତ୍ୟୁହାର ୧.୭% ଥିବାବେଳେ ଡ଼ାକ୍ତରଙ୍କ ମୃତ୍ୟୁୁହାର ଥିଲା ୧୬.୭%।

- Advertisement -

ଅନ୍ୟପକ୍ଷରେ ସାରା ଦେଶରେ ଡ଼ାକ୍ତରମାନେ କୋଭିଡ଼ ସଂକ୍ରମିତ ହୋଇଥିଲେ ହେଁ ତାମିଲନାଡୁ, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ, ଗୁଜୁରାଟ ଏବଂ ମହାରାଷ୍ଟ୍ରରେ ସର୍ବାଧିକ ଡାକ୍ତରଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ସବୁଠାରୁ ବଡ଼କଥା ହେଲା ମୃତ୍ୟୁବରଣ କରିଥିବା ଡ଼ାକ୍ତରଙ୍କ ହାରାହାରି ବୟସ ୬୦ ବର୍ଷ ଏବଂ କରୋନାରେ ମୃତ୍ୟୁ ସଂପର୍କରେ ଗବେଷଣାରେ ଅନେକ ଗୁରୁତ୍ଵପୂର୍ଣ ତଥ୍ୟ ପ୍ରଦାନ କରାଯାଇଛି ।

* ଡ଼ାକ୍ତର ଓ ସ୍ବାସ୍ଥ୍ୟ କର୍ମୀଙ୍କ ପାଇଁ ପର୍ଯ୍ୟାପ୍ତ ପରିମାଣର ପିପିଇ କିଟ୍ ଅଭାବ
* ପିପିଇ କିଟ୍ ସଠିକ୍ ଭାବରେ ପିନ୍ଧିବା ଏବଂ ଓହ୍ଲଇବା ସମୟରେ ଉପଯୁକ୍ତ ସୁରକ୍ଷାକୁ ଧ୍ୟାନ ନ ଦେବା
* କୋଭିଡ ୧୯ ସଂକ୍ରମିତ ରୋଗୀମାନେ ସଂକ୍ରମଣ ​‌ସୂଚନା ଡ଼ାକ୍ତରଙ୍କଠାରୁ ଲୁଚାଇବା 
* ଡାକ୍ତର ଏବଂ ସ୍ୱାସ୍ଥ୍ୟ କର୍ମୀମାନେ ଘଣ୍ଟା ଘଣ୍ଟା ଧରି ନିରନ୍ତର କାର୍ଯ୍ୟ  କରିବା
* ରୋଗୀ ଏବଂ ଡାକ୍ତରଙ୍କ କମ୍ ଅନୁପାତ ଓ ଡ଼ାକ୍ତରଙ୍କ ଉପରେ ଚାପ
* ସଂକ୍ରମିତ ଚିକିତ୍ସା ସମୟରେ ରୋଗୀମାନଙ୍କ ସହିତ ଡାକ୍ତରମାନେ ପ୍ରତ୍ୟକ୍ଷ ଏବଂ ଘନିଷ୍ଠ ସମ୍ପର୍କରେ ଆସିବା
* ରୋଗୀଙ୍କ ଶରୀରରୁ ତରଳ ପଦାର୍ଥ ଗୋପନରେ ଡ଼ାକ୍ତରଙ୍କ ସଂସ୍ପର୍ଶରେ ଆସିବା

ଏହି ୭ କାରଣ ଯୋଗୁଁ ଭାରତରେ ଡ଼ାକ୍ତରମାନେ କରୋନାରେ ସଂକ୍ରମିତ ହୋଇ ମୃତ୍ୟୁବରଣ କରିଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି ।  ଏହି ଅବସରରେ ପିପିଇ କିଟ୍ ଉପରେ ସମାନ ନୀତି ଗ୍ରହଣ କରିବା ଏବଂ ଏହାକୁ ପିନ୍ଧିବା ନେଇ ଉପଯୁକ୍ତ ତାଲିମ ଦିଆଯିବା, ଡାକ୍ତରମାନେ ସମସ୍ତ ସତର୍କତା ଏବଂ ନିୟମ ପାଳନ କରିବା, ଭିଡ଼ିଓ କନଫରେନ୍ସିଂ ଜରିଆରେ ରୋଗୀଙ୍କ ଚିକିତ୍ସା ଉପରେ ଗବେଷକମାନେ ଗୁରୁତ୍ଵ ଦେଇଛନ୍ତି ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories