www.samajalive.in
Friday, December 12, 2025
19.1 C
Bhubaneswar

ରାମ-କୃଷ୍ଣଙ୍କ ଠାରୁ ଆରମ୍ଭ କରି ବୁଦ୍ଧ ଓ ଗାନ୍ଧୀଙ୍କ କଥା ଚିତ୍ରକୁ ନେଇ ସୁସଜ୍ଜିତ ଆମ ସମ୍ବିଧାନ

ଭାରତ ୭୧ତମ ଗଣତନ୍ତ୍ର ଦିବସ ପାଳନ କରୁଛି। ୧୯୪୯ ମସିହା ନଭେମ୍ବର ୨୬ ତାରିଖରେ ଭାରତର ସମ୍ବିଧାନ ପ୍ରସ୍ତୁତ କରାଯାଇଥିଲା। ଡାଃ ଭୀମରାଓ ଆମ୍ବେଦକରଙ୍କ ନେତୃତ୍ବରେ ବିଶ୍ବର ସବୁଠାରୁ ବଡ ଗଣତନ୍ତ୍ରର ସମ୍ବିଧାନ ପ୍ରସ୍ତୁତ କରାଯାଇଥିଲା। ୨୨ ଭାଗ ବିଶିଷ୍ଟ ଏହି ଭାରତୀୟ ସମ୍ବିଧାନରେ ଅଧିକାରୀଙ୍କ ଠାରୁ ଆରମ୍ଭ କରି  ସେମାନଙ୍କ କର୍ତ୍ତବ୍ୟ ପର୍ୟ୍ୟନ୍ତ ବିସ୍ତୃତ ଭାବରେ ବର୍ଣ୍ଣନା କରାଯାଇଛି। ଏବିଷୟରେ ପ୍ରାୟତଃ ଅଳ୍ପ ବହୁତେ ସମସ୍ତଙ୍କୁ ଜଣାଥିବ। କିନ୍ତୁ କ’ଣ ଆପଣ ଜାଣିଛନ୍ତି କି, ଆମ ସମ୍ବିଧାନରେ ଐତିହାସିକ ଚିତ୍ରକୁ ସ୍ଥାନ ଦିଆଯାଇଛି। ଆମ ସଂସ୍କୃତି ଓ ଇତିହାସକୁ ମନେ ରଖିବା ପାଇଁ ସମ୍ବିଧାନର ପ୍ରତ୍ୟେକ ଭାଗରେ ପୌରାଣିକ ଓ ଐତିହାସିକ କଥା ଚିତ୍ରକୁ ସ୍ଥାନ ଦିଆଯାଇଛି।

ଆମ ସମ୍ବିଧାନର ପ୍ରତ୍ୟେକ ଅଧ୍ୟାୟ ଚିତ୍ରରୁ ଆରମ୍ଭ ହୋଇଛି। କେଉଁଠି ଆପଣଙ୍କୁ ରାବଣ ବଧ ପରେ ଭଗବାନ ରାମ ମାତା ସୀତାଙ୍କୁ ଫେରଇ ଆଣିଥିବା ଦେଖିବାକୁ ମିଳିବ, ତ ଅନ୍ୟ କେଉଁଠି ଗାନ୍ଧିଜୀଙ୍କ ଅହିଂସା ବର୍ତ୍ତା ଦେଖିବାକୁ ମିଳିବ। କେବଳ ସେତିକି ନୁହେଁ ଗୌତମ ବୁଦ୍ଧଙ୍କ ଠାରୁ ଆରମ୍ଭ କରି ରାଣୀ ଲକ୍ଷ୍ମୀବାଈ ଏବଂ ମହାରାଣା ପ୍ରତାପଙ୍କ ବିଷୟରେ ସମ୍ବିଧାନରେ ଦେଖିବାକୁ ମିଳିବ। ସମ୍ବିଧାନରରେ ମହେନ୍‌ଞ୍ଜୋଦାରୋ, ବୈଦିକ କାଳ, ଗୁପ୍ତ ବଂଶ ଏବଂ ମଧ୍ୟକାଳୀନ ଯୁଗ ବିଷୟରେ ବର୍ଣ୍ଣନା କରାଯାଇଛି। ଏହା ସହ ମୋଗଲ ସମ୍ରାଜ୍ୟ ଏବଂ ବ୍ରିଟିଶ ଶାସନ ବିଷୟରେ ମଧ୍ୟ ଉଲ୍ଲେଖ ରହିଛି। ଏହା ପରେ ଅହିଂସା ମାର୍ଗରେ ଚାଲି ଦେଶକୁ ସ୍ବାଧୀନତା ଦେଇଥିବା ମହାତ୍ମା ଗାନ୍ଧୀଙ୍କ ବିଷୟରେ ଚିତ୍ରରେ ଆଲୋଚନା କରାଯାଇଛି। ଏହି ଚିତ୍ରକୁ ପଶ୍ଚିମବଙ୍ଗର ଶାନ୍ତି ନିକେତନର ଆଚାର୍ୟ୍ୟ ନନ୍ଦଲାଲ ବୋଷ ଏବଂ ତାଙ୍କ ଛାତ୍ର ପ୍ରସ୍ତୁତ କରିଥିଲେ।

- Advertisement -

ତୃତୀୟ ଭାଗରେ ଭଗବାନ ରାମଚନ୍ଦ୍ର
ମୌଳିକ ଅଧିକାର ବିଷୟରେ ଅବଗତ କରାଉଥିବା ସମ୍ବିଧାନର ତୃତୀୟ ଭାଗ ତ୍ରେତୟା ଯୁଗରୁ ଆରମ୍ଭ ହୋଇଛି। ଏଥିରେ ରାବଣ ଯୁଦ୍ଧରେ ରାବଣକୁ ପରାସ୍ତ କରି ଭଗବାନ ରାମ ମାତା ସୀତାଙ୍କୁ ଲଙ୍କାରୁ ଫେରାଇ ଆଣିଛନ୍ତି। ତାଙ୍କ ସହ ଭାଇ ଲକ୍ଷ୍ମଣ ମଧ୍ୟ ରହିଛନ୍ତି।

୪ର୍ଥ ଭାଗରେ ଶ୍ରୀକୃଷ୍ଣ
ଭାରତୀୟ ସମ୍ବିଧାନର ଅଧ୍ୟାୟ ୪ରେ ଭଗବାନ ଶ୍ରୀକୃଷ୍ଣଙ୍କୁ ଦେଖିବାକୁ ମିଳିବ। ମହାଭାରତ ଯୁଦ୍ଧ ସମୟରେ ଅର୍ଜୁନଙ୍କୁ ଉପଦେଶ ଦେଉଥିବା ଶ୍ରୀକୃଷ୍ଣଙ୍କ ଚିତ୍ର ଦେଖିବାକୁ ମିଳିବ।

ପଞ୍ଚମ ଭାଗରେ ଗୌତମ ବୁଦ୍ଧ
ସମ୍ବିଧାନର ପଞ୍ଚମ ଭାଗର ଆରମ୍ଭରେ ଗୌତମ ବୁଦ୍ଧଙ୍କ ଚିତ୍ର ଦେଖିବାକୁ ମିଳିବ। ସେଥିରେ ସେ ଦିବ୍ୟଜ୍ଞାନ ପ୍ରାପ୍ତି କରୁଥିବା ସମୟର ଦୃଶ୍ୟ ଦେଖିବାକୁ ମିଳିବ। ଏହି ଅଧ୍ୟାୟର ନାମ ‘ସଂଘ’ ରହିଛି। ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତିଙ୍କ ବିଷୟରେ ମଧ୍ୟ ଏହି ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି।

୧୦ମ ଅଧ୍ୟାୟରେ ଅନୁସୂଚିତ ଜନଜାତି
ଭାରତୀୟ ସମ୍ବିଧାନର ୧୦ମ ଅଧ୍ୟାୟରେ ଅନୁସୂଚିତ ଜନଜାତି ବିଷୟରେ ବର୍ଣ୍ଣନା କରାଯାଇଛି। ଗୁପ୍ତକାଳର ନାଳନ୍ଦା ବିଶ୍ବବିଦ୍ୟାଳୟର ଚିତ୍ରରୁ ଏହି ଅଧ୍ୟାୟର ଆରମ୍ଭ ହୋଇଛି। ନାଳନ୍ଦା ବିଶ୍ବବିଦ୍ୟାଳୟ ସେସମୟରେ ବହୁତ ଲୋକପ୍ରିୟ ଥିଲା। ସେଠାରେ ପଢିବା ପାଇଁ ବହୁ ଦୂର ଦୁରାନ୍ତରୁ ଛାତ୍ରମାନେ ଆସୁଥିଲେ।

ସମ୍ବିଧାନର ୧୪ଶ ଅଧ୍ୟାୟରେ ମୋଗଲ ସମ୍ରାଟ୍ ଆକବର
ଆମ ସମ୍ବିଧାନର ୧୪ଶ ଅଧ୍ୟାୟରେ ମୋଗଲ ସମ୍ରାଟ୍ ଆକବରଙ୍କ ବିଷୟରେ ଉଲ୍ଲେଖ କରାଯାଇଛି। ପ୍ରଥମ ପୃଷ୍ଠାରେ ସମ୍ରାଟ୍ ଆକବର ସିଂହାସନ ଉପରେ ବସିଥିବା ଚିତ୍ର ଦେଖିବାକୁ ମିଳିବ । ସମ୍ବିଧାନର ଏହି ଅଧ୍ୟାୟ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ଥିବା ସେବା ବିଷୟରେ ସୂଚନା ପ୍ରଦାନ କରେ।

ସମ୍ବିଧାନର ୧୬ଶ ଅଧ୍ୟାୟରେ ରାଣୀ ଲକ୍ଷ୍ମୀବାଈ
ସମ୍ବିଧାନର ୧୬ଶ ଅଧ୍ୟାୟରେ ଚିତ୍ର ମାଧ୍ୟମରେ ରାଣୀ ଲକ୍ଷ୍ମୀବାଈଙ୍କ ବିଷୟରେ ବର୍ଣ୍ଣନା କରାଯାଇଛି।

ସମ୍ବିଧାନର ୧୮ଶ ଜରୁରୀକାଳୀନ ପରିସ୍ଥିତି ଏବଂ ମହାତ୍ମା ଗାନ୍ଧୀ
ସମ୍ବିଧାନର ୧୮ଶ ଅଧ୍ୟାୟରେ ଜରୁରୀକାଳୀନ ପରିସ୍ଥିତି ଏବଂ ମହାତ୍ମା ଗାନ୍ଧୀଙ୍କ ଚିତ୍ର ରହିଛି। ଏହା ସମ୍ପ୍ରଦାୟିକ ସଦ୍‌ଭାବକୁ ପ୍ରତିନିଧିତ୍ବ କରିଥାଏ।

ତଥ୍ୟ ସୌଜନ୍ୟ: ଅମର ଉଜାଲା

Hot this week

୫୦ ବର୍ଷ ପରେ ବଡ ପରଦାକୁ ଆସିଲା ‘ସୋଲେ’

ଭୁବନେଶ୍ୱର:୫୦ ବର୍ଷ ପରେ ବଡ ପରଦାକୁ ଆସିଲା 'ସୋଲେ' ।ସିଲଭର ସ୍କ୍ରିନରେ...

ଦାମୀ କାର୍‌ରେ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଚୋରା ଚାଲାଣ- ଧରି ପକାଇଲେ ଗାଁ ଲୋକ

ଗୁରୁଡ଼ିଝାଟିଆ - ମଧ୍ୟାହ୍ନ ଭୋଜନ ଚାଉଳ ଚୋରା ଚାଲାଣ ବେଳେ ଧରିଲେ...

ନନ୍ଦନକାନନ ଥାନାର ପୂର୍ବତନ ଏସ୍ଆଇ ଅମିନ ଖାନ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ

ଭୁବନେଶ୍ୱର - ଭୁବନେଶ୍ୱରରେ ଥିବା ନନ୍ଦନକାନନ ଥାନା (ଅବସରପ୍ରାପ୍ତ) ପୂର୍ବତନ ପୋଲିସ...

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

Related Articles

Popular Categories