www.samajalive.in
Sunday, December 7, 2025
16.1 C
Bhubaneswar

ଓହରିଲା ଓଡ଼ିଶା ରାଜ୍ୟ କୃଷକ ସଂଗଠନ ର ୭୨ ଘଣ୍ଟିଆ ରିଲେ ଅନଶନ

ରେଙ୍ଗାଲିକେମ୍ପ :  ଓଡ଼ିଶା ରାଜ୍ୟ କୃଷକ ସଂଗଠନ ଅତାବିରା ଶାଖା ପକ୍ଷରୁ ବୀର ସୁରେନ୍ଦ୍ର ସାଏ ପ୍ରତିମୂର୍ତ୍ତି ସମ୍ମୁଖରେ ତିନି ଦିନ ବ୍ୟାପୀ ଚାଲିଥିବା ରିଲେ ଅନଶନ ରୁ ବୁଧବାର ଓହରି ଯାଇଛି। ଚାଷ ଓ ଚାଷୀ ମାନଙ୍କ ୪ଦଫା ଦାବି ତଥା ବିଭିନ୍ନ ସମସ୍ୟା ଗୁଡ଼ିକୁ ନେଇ ସଭାପତି ହାରାଧନ ପ୍ରଧାନ ଙ୍କ ସଭାପତିତ୍ବ ରେ ସଂଗଠନ ର ସକ୍ରିୟ କର୍ମୀ ତଥା ଚାଷୀ ମାନଙ୍କୁ ନେଇ ସୋମବାର ଦିନ ଠାରୁ ଶାନ୍ତି ପୂର୍ଣ୍ଣ ଭାବେ ରିଲେ ଅନଶନ ଆରମ୍ଭ କରିଥିଲା ଏହି ସଂଗଠନ। ବୁଧବାର ତିନି ଦିନ ପରେ ରିଲେ ଅନଶନ ରୁ ଓହରି ଆଗାମୀ ଦିନରେ ଆଇନ ହାତ କୁ ନେବାକୁ ନିଷ୍ପତ୍ତି ନେଇଛି। ଏନେଇ ଅନଶନ ପୂର୍ବରୁ ସ୍ଥାନୀୟ ବ୍ଲକ, ତହସିଲ,ଥାନା ପ୍ରଶାସନ କୁ ଜଣାଇ ଅନଶନ ଜାରି ରଖିଥିଲେ ହେଁ କୌଣସି ଅଧିକାରୀ ଧାରଣା ସ୍ଥଳକୁ ନପହଞ୍ଚିବା ଏକ ଲଜ୍ଜା ଜନକ ବୋଲି ସଂଗଠନ କ୍ଷୋଭ ପ୍ରକାଶ କରିଛି। ବିଭିନ୍ନ ରାଜନୈତିକ ଦଳ ର ଜନ ପ୍ରତିନିଧି ମାନେ ଯିବା ଆସିବା କରୁଥିଲେ ହେଁ ବରିଷ୍ଠ ତଥା ସକ୍ରିୟ ଚାଷୀ ମାନଙ୍କ ପ୍ରତି କୌଣସି ଦରଦ ନଥିବା ଭଳି ରିଲେ ଅନଶନ ରେ ଥିବା ସଂଗଠନ କୁ ଅଣଦେଖା କରିଥିବା ଚାଷୀ ମାନେ ପ୍ରକାଶ କରିଛନ୍ତି।ଚାଷୀ ଆଗାମୀ ଦିନରେ ନିଜର ହକ୍ ପାଇଁ ଆଇନ କୁ ହାତ କୁ ନେବା ପାଇଁ ବାଧ୍ୟ ହେବା ସହ ବିରାଟ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରିବ ବୋଲି ସଂଗଠନ ଚେତାବନୀ ଦେଇଛି । ଏନେଇ ଯଦି କୌଣସି ଅପ୍ରୀତିକର ଘଟଣା ଘଟେ ତେବେ ସମ୍ପୂର୍ଣ୍ଣ ମାତ୍ରାରେ ଜିଲ୍ଲା ପ୍ରଶାସନ ଦାୟୀ ରହିବେ ବୋଲି ସଂଗଠନ ମତ ପ୍ରକାଶ କରିଛି।ଏଥିରେ ଜଗନ୍ନାଥ ସାହୁ,ଭିକାରୀ ଚରଣ ବାରିକ,ନାରାୟଣ ସାହୁ,ବିରେନ୍ଦ୍ର ସାହୁ,ପଲଉ ମାଝି,ଶ୍ରିମନ୍ତ ବାରିକ,ସଂପାଦକ ଲୋକେଶ୍ଵର ପ୍ରଧାନ, ବୃଷଭାନୁ ସାହୁ,ଦଶରଥ ଭୋଇ,ବସନ୍ତ ବାରିକ,ପ୍ରଦୀପ କୁମାର ସାହୁ ତଥା ବିଭିନ୍ନ ଗ୍ରାମରୁ ଆସିଥିବା ଚାଷୀ ପ୍ରମୁଖଙ୍କ ସକ୍ରିୟ ସହଯୋଗ ରହିଥିଲା।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories