www.samajalive.in
Sunday, December 7, 2025
16.1 C
Bhubaneswar

ପଶ୍ଚିମଓଡ଼ିଶା ସ୍ତରୀୟ ଗ୍ରନ୍ଥାଗାରିକ ଦିବସ

ରେଙ୍ଗାଲିକ୍ୟାମ୍ପ: ପୁସ୍ତକାଳୟ ତଥା ସୂଚନା ବିଜ୍ଞାନର ଜନକ ଏସ ଆର୍ ରଙ୍ଗନାଥନଙ୍କ ଜନ୍ମ ଦିବସ ଜାତୀୟ ଗ୍ରନ୍ଥାଗାରିକ ଦିବସ ରୂପେ ସାରା ଭାରତ ବର୍ଷରେ ପାଳିତ ହୋଇଆସୁଛି । ଏହି ଉପଲକ୍ଷେ ପଶ୍ଚିମ ଓଡ଼ିଶାସ୍ତରୀୟ ଗ୍ରନ୍ଥାଗାରିକ ଦିବସ ବରହାଗୁଡ଼ା ସ୍ଥିତ ମା’ ପଁର୍ରାପାଟ ମନ୍ଦିର ପରିସରରେ ଓଡ଼ିଶା ଗ୍ରନ୍ଥାଗାରିକ ସଂଘର ଜିଲ୍ଲା ସଂଯୋଜକ ତଥା କାଦୋବାହାଳ ମହାବିଦ୍ୟାଳୟର ଗ୍ରନ୍ଥାଗାରିକ ଶାନ୍ତନୁ ମିଶ୍ରଙ୍କ ସଂଯୋଜନା ଓ ଧମା ମହାବିଦ୍ୟାଳୟର ଗ୍ରନ୍ଥାଗାରିକ ସଂଗ୍ରାମ ମିଶ୍ରଙ୍କ ଅଧ୍ୟକ୍ଷତାରେ ପାଳିତ ହୋଇଯାଇଛି । ଉତ୍କଳ ଗ୍ରନ୍ଥାଗାରିକ ସଂଘର ସଂପାଦକ ଗଣେଶ ରାଉତ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଗ୍ରନ୍ଥାଗାରିକମାନଙ୍କ ସମସ୍ୟା ଓ ଭବିଷ୍ୟତ କାର୍ଯ୍ୟ ପନ୍ଥା ଉପରେ ବିସ୍ତୃତ ଆଲୋଚନା କରିଥିଲେ । ଏହି ଦିବସରେ ଜିଲ୍ଲାର ବିଭିନ୍ନ ମହାବିଦ୍ୟାଳୟରୁ ଅବସର ନେଇଥିବା ଚାରି ଜଣ ଗ୍ରନ୍ଥାଗାରିକମାନଙ୍କୁ ମାନପତ୍ର ଦେଇ ସମ୍ମାନିତ କରାଯାଇଥିଲା । ଏଥିରେ ସମ୍ବଲପୁର, ବଲାଙ୍ଗୀର, ସୋନପୁର, ପଦମପୁର, ଝାରସୁଗୁଡ଼ା ଓ ବୌଦ ଜିଲ୍ଲାର ଶତାଧିକ ଗ୍ରନ୍ଥାଗାରିକ ଯୋଗ ଦେଇଥିଲେ । ବରଗଡ଼ ଜିଲ୍ଲାର ସମସ୍ତ ମହାବିଦ୍ୟାଳୟର ଗ୍ରନ୍ଥାଗାରିକମାନଙ୍କ ସହଯୋଗରେ କାର୍ଯ୍ୟକ୍ରମ ସୂଚାରୁ ରୂପେ ସଂପାଦନ ହୋଇଥିଲା । ବରଗଡ଼ ଟ୍ରଷ୍ଟ ଫଣ୍ଡ ଡିଗ୍ରୀ ମହାବିଦ୍ୟାଳୟର ଗ୍ରନ୍ଥାଗାରିକ ସ୍ଵାଧୀନ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories