www.samajalive.in
Saturday, December 6, 2025
26.1 C
Bhubaneswar

ଚାଷୀଙ୍କ ମନୋବଳକୁ ଦୃଢୀଭୂତ କଲା ଓଡ଼ିଶା ରାଜ୍ୟ କୃଷକ ସଙ୍ଗଠନର ବନ୍ଧୁ ମିଳନ

ରେଙ୍ଗାଲିକେମ୍ପ : ଅତାବିରା ବ୍ଲକ ଅନ୍ତର୍ଗତ ଖରମୁଣ୍ଡା ଠାରେ ଓଡିଶା ରାଜ୍ୟ କୃଷକ ସଙ୍ଗଠନ ଅତାବିରା ଶାଖାର ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଦୀର୍ଘ ବର୍ଷର ଏହି ସଂଗଠନ ରେ ଜଡିତ ରହିଥିବା ଦିବଂଗତ ଚାଷୀଙ୍କ ଆତ୍ମା ପ୍ରତି ଶ୍ରଦ୍ଧା ସୁମନ ଅର୍ପଣ କରି ତାଙ୍କର ସ୍ମୃତି ଚ।ରଣ କରିଥିଲେ। ପରସ୍ପର ମଧ୍ୟରେ ଭାବର ଆଦାନପ୍ରଦାନ କରି ନିଜ ନିଜ ସମସ୍ୟାକୁ ପ୍ରକାଶ କରିଥିଲେ। ଅବସରରେ ସଂଗଠନ ର ସଭାପତି ହାରାଧନ ପ୍ରଧାନ ଙ୍କ ଅଧ୍ୟକ୍ଷତାରେ ଚାଷୀ ସମସ୍ୟାକୁ ନେଇ ଏକ ଆଲୋଚନା ଚକ୍ର ହୋଇଥିଲା।ଚଳିତ ଖରିଫ ଋତୁରେ ଧାନ ବିକ୍ରି ସମସ୍ୟା,ପଞ୍ଜିକରଣ,ସାର୍ ଯୋଗାଣରେ ଅବ୍ୟବସ୍ଥା ଆଦି ଉପରେ ପର୍ଯ୍ୟାୟ କ୍ରମେ ଆଲୋଚନା ହୋଇଥିଲା। ଚଳିତ ଖରିଫ ଫସଲରେ ଯୋଗାଣ କମିଶନର ଜିଲ୍ଲା ଯୋଗାଣ ବିଭାଗକୁ ଚାଷୀ ପଞ୍ଜିକରଣ ନିର୍ଦ୍ଦେଶ ନାମା ଜାରି କରିଥିଲେ ଯାହା ଗାଇଡ ଲାଇନ୍ ର ୧୩ ନଂ ପୃଷ୍ଠାରେ ଉଲ୍ଲେଖ ରହିଅଛି। ଅନ୍ୟ ବର୍ଷ କେବଳ ପେକ୍ସ କୁ ଏହି ଦାୟିତ୍ଵ ଦିଆଯାଇଥିଲା।ଏହି ଋତୁରେଜି କିସମ, ଜମି ପଟ୍ଟାର ମାଲିକାନା,ଜଳ ର ଉତ୍ସ ଆଦି ଉପରେ ଅନେକ କଟକଣା ରହିଥିଲା।ଯାହା ଫଳରେ ଅନେକ ଚାଷୀ କ୍ଷତି ସହିଛନ୍ତି। ଜଳ ସେଚିତ ରେ ଚକ ପଟ୍ଟା ଅନୁସାରେ ସର୍ଭେ କରାଯାଇଥିବାରୁ ଅନେକ ଚାଷୀଙ୍କ ଚାଷ ଜମି ପଞ୍ଜିକରଣ ବାଦ୍ ପଡ଼ିଥିଲା।
ଉକ୍ତ ଜମି ଗୁଡ଼ିକର ପ୍ଲଟ ନମ୍ବର ଉଚ୍ଛେଦ କରି କିଛି ପେକ୍ସ୍ କର୍ମଚାରୀ ଅଣଚାଷୀ ମାନଙ୍କ ନାମରେ ନକଲି ପଞ୍ଜିକରଣ କରି ସେହି ପଞ୍ଜିକରଣ ଧାନ ମିଲ କୁ ବିକ୍ରି କରିଛନ୍ତି। ଫଳରେ ମିଲର୍ସ କମ ଦରରେ କିଣି ତାକୁ ସରକାରୀ ଦରରେ ବିକ୍ରୀ କରିଛନ୍ତି। ତେଣୁ ପଞ୍ଜିକରଣ ର ସଠିକ୍ ତଦନ୍ତ କରାଯିବା ପାଇଁ ଏଠାରେ ଦାବି ଉପସ୍ଥାପନ କରାଯାଇଥିଲା। ନିୟମ ଅନୁସାରେ ୧୭ ପ୍ରତିଶତ ରୁ ଅଧିକ ଆର୍ଦ୍ରତା ଥିବା ଧାନକୁ ମିଲ ରୁ ଫେରାଉଛନ୍ତି କିନ୍ତୁ ୧୭ ପ୍ରତିଶତ ରୁ କାମ ଆର୍ଦ୍ରତା ଥିବା ଧାନ କୁ ଜବରଦସ୍ତି ୨ରୁ ୩ କେଜି କରାଯାଉଛି। ଟୋକନ୍ ଟାର୍ଗେଟ ଆଳରେ ଅନେକ ଚାଷୀ ତାଙ୍କର ଧାନ ବିକ୍ରି କରିପାରୁ ନାହାନ୍ତି।
ଏହା ବ୍ୟତୀତ ବର୍ତ୍ତମାନ ରବି ଫସଲ ଆରମ୍ଭ ହୋଇଯାଇଛି,ଚାଷୀ ମାନେ ସାର କିଣିବାକୁ ଗଲେ ଲାଇସେନ୍ସ ପ୍ରାପ୍ତ ଦୋକାନୀ ମାନେ ନିଜର ଲାଭଖୋର ମନିବୃତ୍ତି ନେଇ ସାର ସହିତ ଭିଟାମିନ କିମ୍ବା ଜିଙ୍କ କିଣିବା ପାଇଁ ବାଧ୍ୟ କରୁଛନ୍ତି।ତେଣୁ ଯେଉଁ ଚାଷୀ ମାନଙ୍କର କେବଳ ସାର ଦରକାର୍ ସେମାନେ କିଣି ପାରୁ ନାହାନ୍ତି।
ଏହି ବନ୍ଧୁ ମିଳନ ରେ ସମ୍ପାଦକ ଲୋକେଶ୍ଵର୍ ପ୍ରଧାନ,ଭିକାରୀ ଚରଣ ବାରିକ୍,ଦଇତାରୀ ଭୋଇ,ବସନ୍ତ ବାରିକ୍,ବୃସଭାନୁ ସାହୁ, ଧନେଶ୍ଵର ସାହୁ,ଶ୍ରିମନ୍ତ ବାରିକ୍,ରବୀନ୍ଦ୍ର ବେହେରା,ଉପେନ୍ଦ୍ର ବେହେରା,ରାଜକିଶୋର ମହାକୁର,ସୁରେନ୍ଦ୍ର ବେହେରା,ଜଗନ୍ନାଥ ସାହୁ, ଦୀପକ ପ୍ରଧାନ,ହୃଷୀକେଶ ପ୍ରଧାନ,ତେଜରାଜ୍ ସାହୁ,ଗଣେଶ ମହାକୁର,ପଞ୍ଚାନନ ପ୍ରଧାନ,ପଲଉ ମାଝୀ,ଶ୍ରୀପତି ତଥା ଭିନ୍ନ ଗ୍ରାମାଞ୍ଚଳର ଚାଷୀ ମାନେ ସାମିଲ ହୋଇଥିଲେ।

Hot this week

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

Related Articles

Popular Categories