www.samajalive.in
Wednesday, December 10, 2025
18.1 C
Bhubaneswar

ଫାଶୀ ଲଗାଇ ଗୁପଚୁପ୍ ବିକାଳିର ଆତ୍ମହତ୍ୟା

ରେଙ୍ଗାଲି: କତରବଗା ଥାନା ଲଇଡା ଫାଣ୍ଡି ଅନ୍ତର୍ଗତ ମହାପତ୍ରା ବସ୍ ଷ୍ଟାଣ୍ଡ ପଡାର ଟିକେଶ୍ବର ମିର୍ଦ୍ଧା (୩୦) ନାମକ ଜନୈକ ଗୁପଚୁପ୍ ବିକାଳି ନିକଟସ୍ଥ ଗ୍ରାମ ଜଙ୍ଗଳରେ ଏକ ମହୁଲ ଗଛ ଶାଖାରେ ବେକରେ ଦଉଡି ଲଗାଇ ଆତ୍ମହତ୍ୟା କରିଥିବାର ଦେଖିବାକୁ ମିଳିଛି। ଏସଂକ୍ରାନ୍ତରେ ପରିବାର ଲୋକେ ଅପରାହ୍ନରେ ଲଇଡା ଫାଣ୍ଡିକୁ ସୂଚନା ଦେଲା ପରେ ଫାଣ୍ଡି ଅଧିକାରୀ ରବିନ୍ଦ୍ର କୁମାର ପ୍ରଧାନ ସଦଳବଳେ ଘଟଣାସ୍ଥଳକୁ ପହଞ୍ଚି ମୃତ ଦେହକୁ ଉଦ୍ଧାର କରି ପଞ୍ଚନାମା କଲାପରେ ଶବ ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଜାରି ରଖିଥିବାର ପ୍ରକାଶ। ଏସଂକ୍ରାନ୍ତରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି। ଆତ୍ମହତ୍ୟାର କାରଣ ଜଣା ପଡିନାହିଁ। ସୁଚିତ ଯେ ମୃତ ଟିକେଶ୍ବର ଗତ ରାତିରୁ ଘରୁ ନିଖୋଜ ଥିଲା। ପରିବାର ଲୋକେ ବହୁତ ଖୋଜାଖୋଜି କରି ଗ୍ରାମ ଜଙ୍ଗଲରେ ଏକ ମହୁଲ ଗଛରେ ଟିକେଶ୍ବରର ମୃତ ଦେହ ଝୁଲୁଥିବାର ଦେଖି ପୁଳିସକୁ ସୂଚନା ଦେଇ ଥିଲେ।

Hot this week

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

Related Articles

Popular Categories