www.samajalive.in
Monday, December 8, 2025
14.1 C
Bhubaneswar

ବିବାହର ପ୍ରତିଶ୍ରୁତି ଦେଇ ନାବାଳିକାକୁ ଦୁଷ୍କର୍ମ; ଥାନାରେ ମାମାଲା

ରେଙ୍ଗାଲି: କତରବଗା ଥାନା ଅନ୍ତର୍ଗତ ଦେହେରିପାଲି ଗ୍ରାମର ଜନୈକ ୧୬ ବର୍ଷ ବୟସ୍କା ଆଦିବାସୀ ସଂପ୍ରଦାୟର ନାବାଳିକାକୁ ବିବାହର ପ୍ରତିଶ୍ରୁତି ଦେଇ ଉକ୍ତ ଗ୍ରାମ ର ନିଲେଶ ସାହୁ(୨୪) ନାମକ ଯୁବକ ଦୁଇ ବର୍ଷ ହେଲା ଶାରିରୀକ ସମ୍ପର୍କ ସ୍ଥାପନ ରଖିଥିଲା। ସମ୍ପୃକ୍ତ ଯୁବକ ଜଣକ ସେହି ନାବାଳିକାଙ୍କୁ ବିବାହ ପାଇଁ ମନା କରି ଦେଇଥିଲେ। ଦୁଷ୍କର୍ମର ଶିକାର ହୋଇଥିବା ନାବାଳିକା ଥାନାର ଦ୍ୱାରସ୍ଥ ହୋଇଥିବାର ଜଣାପଡିଛି। ନାବଳିକା ଥାନାରେ କରିଥିବା ଅଭିଯୋଗର ଆଧାରରେ କତରବଗା ଥନାରେ ଦଫା ୩୭୬/୩୪୧/୩୨୩/୫୦୬/୬ ପସ୍କୋ ଆକ୍ଟ ଏବଂ ୨ବବିଏ ଏଟ୍ରୋସିଟି ଧାରା ରେ ମାମଲା ରୁଜୁ କରଯାଇଛି। ଡି.ଏସ୍.ପି ଯୋଗେଶ୍ୱର ଓରାମ ଏହି ମାମଲା ର ତଦନ୍ତ କରୁଛନ୍ତି। ଅଭିଯୁକ୍ତ ଫେରାର୍ ହୋଇ ଯାଇଥିବାରୁ ତାକୁ ଧରିବା ପାଇଁ ପୁଳିସ ତନାଘନା ଜାରି ରଖିଛି।
ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ ବିବାହ ର ପ୍ରତିଶ୍ରୁତି ଦେଇ ଦୀର୍ଘ ଦୁଇ ବର୍ଷ ଧରି ନିଲେଶ ସାହୁ ନାବାଳିକା ସହିତ ପ୍ରତି ରାତି ରେ ଶାରିରୀକ ସମ୍ପର୍କ ସ୍ଥାପନ କରିଥିଲା। ଗତ ୪ ତାରିଖ ଦିନ ନିଲେଶ ନାବଳିକା କୁ ସାଙ୍ଗରେ ନେଇ କୋଲାବିରା ଥାନା ଅନ୍ତର୍ଗତ କେଲଡା ଗ୍ରାମରେ ରହୁଥିବା ନିଲେଶର ବଡମାଆ ଏବଂ ବଡ ବାପା ଘରକୁ ନେଇଯାଇଥିଲା। ସେଠାରେ ନିଲେଶର ଭାଇ ଦିନେଶ ମଧ୍ୟ ଉପସ୍ଥିତ ଥିଲା। ନିଲେଶର ବଡମାଆ, ବଡବାପା ଏବଂ ଭାଇର ଉପସ୍ଥିତିରେ ନାବାଳିକା ଜଣକ ବିବାହ କରିବାର ପ୍ରସ୍ତାବ ଦେଇଥିଲା ବେଳେ ତାକୁ କିଛି ଟଙ୍କା ନେଇ ଚୁପ୍ ରହିବାକୁ ସେମାନେ କହିଥିଲେ। କିନ୍ତୁ ନାବାଳିକା ବିବାହ ନକଲେ ଥାନା ରେ କେସ୍ କରିବି ବୋଲି କହିବାରୁ ନିଲେଶ ଏବଂ ତାର ଭାଇ ଅଶ୍ରାବ୍ୟ ଭାଷାରେ ଗାଳି ଗୁଳଜ କରି ମୋତେ ମାଡ ମାରି ଥିଲେ ବୋଲି ନାବାଳିକା ଥାନାରେ ଅଭିଯୋଗ କରିଛନ୍ତି।

 

- Advertisement -

ନିଲେଶର ଭାଇ ଦିନେଶ ନାବାଳିକାକୁ ଏକ ବାଇକ୍ ଓଡି-୨୩-ଡି୭୬୮୨ ରେ କେଲଡା ଗ୍ରାମରୁ ଆଣିି ଦେହରୀପାଲି ଗ୍ରାମର ଶଙ୍କରଙ୍କ ଘର ସାମ୍ନା ରେ ଛାଡି ଫେରାର୍ ହୋଇଯାଇଥିଲା। ନାବାଳିକା ଜଣକ ପ୍ରେମିକ ଠାରୁ ପ୍ରତାରିତ ଏବଂ ନିର୍ଯ୍ୟାତିତ ହେଲାପରେ ନିଜ ବାପା ମଆ ପାଖକୁ ଯାଇଥିଲା। ବାପା ମଆ ନାବାଳିକାକୁ ଗ୍ରହଣ କରିବାକୁ ମନା କରିଥିଲେ। ଏହାପରେ ନିରାଶ୍ରୟ ନବାଳିକା ନ୍ୟାୟ କରିଦେବା ପାଇଁ ଗ୍ରାମ୍ୟ କମିଟିର ପଞ୍ଚଭଦ୍ରବ୍ୟକ୍ତିଙ୍କ ଦ୍ୱାରସ୍ଥ ହୋଇଥିଲେ। ଗ୍ରାମ୍ୟ କମିଟି ଦ୍ୱାରା ଡକାଯାଇ ଥିବା ବୈଠକରେ ନିଲେଶ , ତା’ର ବାପା ନିତ୍ୟାନନ୍ଦ ଏବଂ ଭାଇ ଉପସ୍ଥିତ ରହି ନବାଳିକା ଛୋଟ ଜାତିର ହୋଇଥିବାରୁ ବିବାହ ହୋଇ ପାରିବ ନାହିଁ ବୋଲି ରୋକ୍ ଠୋକ୍ ଭାବେ ଜବାବ ଦେଇ ନାବାଳିକାକୁ ଜାତିଆଣ ଆକ୍ଷେପ କରି ଅସଭ୍ୟ ଭାଷାରେ ଗାଳି ଗୁଳଜ କରିଥିଲେ। ଥାନାରେ କେସ୍ କଲେ ଜୀବନରେ ମାରିଦେବାକୁ ଧମକ ଦେଇଥିଲେ। ସମାଧାନ ବୈଠକରୁ ନିଲେଶ ଦୌଡି ଦୌଡି ଫେରାର୍ ହୋଇଯାଇଥିଲା। ବୈଠକରେ କୌଣସି ସମାଧାନ ହୋଇ ନଥିଲେ ମଧ୍ୟ ଦିନେ ଦୁଇ ଦିନ ମଧ୍ୟରେ ସମାଧାନ ହୋଇଯିବ ବୋଲି ନାବାଳିକା ଜଣକ ଆଶା ରଖିଥିଲେ। ତେବେ ଫେରାର ପ୍ରେମିକ ଏବଂ ତାଙ୍କ ପରିବାରର ଆଭିମୁଖ୍ୟରେ କୌଣସି ପରିବର୍ତ୍ତନ ନହେବାରୁ ୯ତାରିଖ ବୁଧବାର ଦିନ କତରବଗା ଥାନାରେ ପ୍ରେମିକ ନିଳେଶ ,ଭାଇ ଦିନେଶ ଏବଂ ତା’ର ବାପା ନିତ୍ୟାନନ୍ଦ ବିରୋଧରେ ଲିଖିତ ଅଭିଯୋଗ କରିଥିଲେ। ୧୦ ତାରିଖ ଗୁରୁବାର ଡି.ଏସ୍.ପି ଯୋଗେଶ୍ୱର ଓରାମ ଏହି ଘଟଣା ର ତଦନ୍ତ ପାଇଁ କତରବଗା ଥାନାକୁ ଆସି ପୀଡିତା ନାବାଳିକାର ବୟାନ ରେକର୍ଡ କରିବା ସହିତ ଡାକ୍ତରି ମାଇନା ପାଇଁ ପଠାଇଥିବା ଜଣାପଡ଼ିଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories