www.samajalive.in
Monday, December 8, 2025
14.1 C
Bhubaneswar

ନଅ ଦଫା ଦାବି ନେଇ ଓଡିଶା ରାଜ୍ୟ ମୋଟର ଚାଳକ ସଂଘର ବନ୍ଦ ଡାକରା

ରେଙ୍ଗାଲିକେମ୍ପ: ଆଜି ଓଡିଶା ରାଜ୍ୟ ମୋଟର ଚାଳକ ସଂଘ ମୋଟର ଚାଳକମାନଙ୍କ ପ୍ରତି ସରକାର ଅଣଦେଖା କରୁଥିବା ଯୋଗୁଁ ନଅ ଦଫା ଦାବି ନେଇ ଚାରିଆଡେ ବନ୍ଦ ଡାକରା ଦେଇଛି। ଏ ନେଇ ଅତାବିରା ଶାଖା ଅନ୍ତର୍ଗତ ରେଙ୍ଗାଲିକ୍ୟାମ୍ପ, ଅତାବିରା ଓ ଗୋଡ଼ଭଗା ଠାରେ ସକାଳ ୬ଠାରୁ ସନ୍ଧ୍ୟା ୬ଟା ଯାଏଁ ଅଞ୍ଚଳର ଦୋକାନ ବଜାର ସହ ଯାନବାହାନ ଚଳାଚଳ ସମ୍ପୂର୍ଣ୍ଣ ରୂପେ ବନ୍ଦ କରିବା ପାଇଁ ସଙ୍ଘ ଡାକରା ଦେଇଥିଲା। ଚାଳକମାନଙ୍କ ପାଇଁ କଲ୍ୟାଣ ପାଣ୍ଠି ଗଠନ କରିବା, ଶ୍ରମ ବିଭାଗରେ ପଞ୍ଜୀକୃତ କରିବା, ପିଲାଛୁଆଙ୍କ ପାଠପଢା ବ୍ୟବସ୍ଥା କରିବା, ୬୦ ବର୍ଷରୁ ଉର୍ଦ୍ଧ୍ବ ଚାଳକମାନଙ୍କୁ ପେନସନ ସୁବିଧା, କରୋନାରେ ପ୍ରାଣ ହରାଇଥିବା ଚାଳକମାନଙ୍କୁ ପଚାଶ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ, କରୋନା କଟକଣା ଯୋଗୁଁ ଦୀର୍ଘ ଦିନ ଧରି ଯାନବାହନ ସବୁ ବନ୍ଦ୍ ରହିବା ଫଳରେ କାର୍ଯ୍ୟ ହରାଇ ଥିବା ଏହି ଚାଳକମାନଙ୍କୁ ଦଶ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ, ଚାଳକମାନଙ୍କୁ ସମ୍ମୁଖ ଯୋଦ୍ଧା ଘୋଷଣା, ପେଟ୍ରୋଲ, ଡିଜେଲ ଏବଂ ଖାଦ୍ୟ ସାମଗ୍ରୀର ଦର ଦାମ୍ ହ୍ରାସ କରିବା ଓ ଚାଳକମାନଙ୍କୁ ଭୋଟ ଦେବାର ଅଧିକାର ଆଦି ଦାବିକୁ ନେଇ ଚାଳକ ସଂଘ ବନ୍ଦ ଡାକରା ଦେଇଛି ବୋଲି ସଂଘ ପ୍ରକାଶ କରିଛି।

ଏ ନେଇ ଅତାବିରା ତହସିଲଦାର,ଥାନା, ଗୋଡ଼ଭଗା ଥାନା ରେ ସଂଘ ଲିଖିତ ଭାବେ ଜଣାଇ ଏହି ବନ୍ଦ ପାଳନ ପାଇଁ ସଂପୂର୍ଣ୍ଣ ସହଯୋଗ ପାଇଁ ଅନୁରୋଧ କରିଥିଲେ। ରେଙ୍ଗାଲି କ୍ୟାମ୍ପ ଚାଳକ ସଂଘର ସଭାପତି ପ୍ରଭାକର ମେହେର, ସମ୍ପାଦକ କିଶୋର ଚନ୍ଦ୍ର ପ୍ରଧାନ, କୋଷାଧ୍ୟକ୍ଷ ଜୟରାମ ବେହେରା, ଅତାବିରା ଛକ ସଂଘର ସଭାପତି ଜଗଦୀଶ ସରାଫ, ସମ୍ପାଦକ କିଶୋର ମହାଲିଙ୍ଗ ଗୋଡ଼ଭଗା ଚାଳକ ସଂଘର ସଭାପତି ଦିଆଯାଇଛି। ଦେବାଶିଷ ସେଠ, ସମ୍ପାଦକ ମୋତିରାମ ନନ୍ଦ ପ୍ରମୁଖଙ୍କ ତତ୍ତ୍ଵାବଧାନରେ ଏହି ବନ୍ଦ ଡାକରା ଦିଆଯାଇ ଦାବି ପୂରଣ ନ ହେଲେ ଷ୍ଟେରିଙ୍ଗ ଛାଡ଼ କରିବେ ବୋଲି ସଂଘ ଚେତାବନୀ ଦେଇଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories