ଓଡ଼ିଆ ଭାଷା ଓ ସଂସ୍କୃତିକୁ ସମୃଦ୍ଧ କରିବାର ଅଭିନବ ପ୍ରୟାସ

ରେଙ୍ଗାଲିକ୍ୟାମ୍ପ:ଓଡ଼ିଶାର ଭାଷା ତଥା ଭାଷା କ୍ଷେତ୍ରରେ ବିଶିଷ୍ଟ ଭାଷାବିଦ, ସାରସ୍ଵତ ସ୍ରଷ୍ଟାଙ୍କ ସୃଷ୍ଟିକୁ ସମୃଦ୍ଧି କରିବାର ମହାନ୍ ଉଦ୍ଦେଶ୍ୟକୁ ନେଇ ଓଡ଼ିଶା ସଂସ୍କୃତି  ବିଭାଗ  ପକ୍ଷରୁ ତଥା ବରଗଡ଼ ଜିଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଅତାବିରା ବ୍ଲକ ଶିକ୍ଷା ଅଧିକାରୀ  ମିଶ୍ରାଣି କୁମ୍ଭାରଙ୍କ ତତ୍ତ୍ଵାବଧାନରେ ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟ ଠାରେ ବ୍ଲକ ସ୍ତରୀୟ ସାହିତ୍ୟ  ସମ୍ପର୍କିତ ପ୍ରବନ୍ଧ, ସାଧାରଣ ଜ୍ଞାନ, ବକ୍ତୃତା, ଅନୁବାଦ ଓ କବିତା ଆବୃତ୍ତି ଆଦି ପ୍ରତିଯୋଗିତା  ଅନୁଷ୍ଠିତ ହୋଇ ଯାଇଛି। ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ସୁରେନ୍ଦ୍ର ବେହେରାଙ୍କ  ପରିଚାଳନା କ୍ରମେ ଅନୁଷ୍ଠିତ ଏହି ବ୍ଲକ ସ୍ତରୀୟ ପ୍ରତିଯୋଗିତାରେ ବ୍ଲକ ବିଭିନ୍ନ ବିଦ୍ୟାଳୟ ମାନଙ୍କରୁ କନିଷ୍ଠ ଓ ବରିଷ୍ଠ ବିଭାଗରେ ପ୍ରାୟ ୧୦୦ ରୁ ଅଧିକ ସଂଖ୍ୟକ ଛାତ୍ର ଛାତ୍ରୀ ଅଂଶଗ୍ରହଣ କରିଥିଲେ ।
ସେମାନଙ୍କ ମଧ୍ୟରୁ କନିଷ୍ଠ ବିଭାଗରେ ପ୍ରବନ୍ଧ ରେ ଲହଣ୍ଡl ଉଚ୍ଚ ବିଦ୍ୟାଳୟ ର ଷଷ୍ଠ ଶ୍ରେଣୀ ର ଛାତ୍ରୀ  ସୌମ୍ୟାଶ୍ରି କର୍ମୀ, ବକୃତାରେ ଲଚିଦା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର  ଷଷ୍ଠ ଶ୍ରେଣୀ ର ଛାତ୍ରୀ ପ୍ରାଚୀ ପ୍ରଧାନ, କବିତା ଆବୃତ୍ତିରେ ସରକାରୀ ବାଳିକା ବିଦ୍ୟାଳୟ ର  ଷଷ୍ଠ  ଶ୍ରେଣୀ ର ଛାତ୍ରୀ ସମୀକ୍ଷା ଦାଶ,ସାଧାରଣ ଜ୍ଞାନ ରେ ଖଇରପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ସପ୍ତମ ଶ୍ରେଣୀ ଛାତ୍ରୀ  ରୋଜା ସେଠ୍  ଓ  ଅନୁବାଦରେ  ଆଦର୍ଶ ବିଦ୍ୟାଳୟର ସପ୍ତମ ଶ୍ରେଣୀ ଛାତ୍ର ସିଦ୍ଧିକାନ୍ତ ଗଡତିଆ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ବରିଷ୍ଠ ବିଭାଗରେ  ପ୍ରବନ୍ଧରେ  ଅତାବିରା ବାଳିକା ଉଚ୍ଚ ବିଦ୍ୟାଳୟ ର ଦଶମ  ଶ୍ରେଣୀ ଛାତ୍ରୀ  ତନିଷ୍କା ଅଗ୍ରୱାଲ,ବକୃତା ରେ  ପାହାର ଶ୍ରିଗିଡା ଉଚ୍ଚ ବିଦ୍ୟାଳୟ ର ଛାତ୍ରୀ ସ୍ୱାଗତିକା ବାରିକ, କବିତା ଆବୃତ୍ତିରେ  ଅତାବିରା ଉଚ୍ଚ ବିଦ୍ୟାଳୟ ର ଛାତ୍ର  କରଣ ସାହୁ,ସାଧାରଣ ଜ୍ଞାନ ରେ ବାଳିକା ଉଚ୍ଚ ବିଦ୍ୟାଳୟ ର ଛାତ୍ରୀ  ଆଲିଶା ମିଶ୍ର  ଓ ଅନୁବାଦରେ ଭିଏସଏସ ଉଚ୍ଚ ବିଦ୍ୟାଳୟ ଦେବହାଲ ର  ଦଶମ ଶ୍ରେଣୀ ଛାତ୍ରୀ ସୃଷ୍ଟି ସାହୁ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ।
ହିଂମାଶୁ ସାହୁ, ଡିଗ୍ରୀ ଚରଣ ଧର, ମନବୋଧ ମାଝୀ, ଅନସୂୟା ଦେବତା, କଲ୍ୟାଣୀ ସାମନ୍ତ , ଜ୍ୟୋସ୍ନାରାଣୀ ପ୍ରଧାନ, ସ୍ନିଗ୍ଧାରାଣୀ ପଣ୍ଡା, ଡିଲେଶ୍ୱରି କୁଆର୍, ଋଷୁଭ ପଣ୍ଡା, ରଶ୍ମୀ ରାଣୀ ନନ୍ଦ,ରୁବୀ ସାହୁ ରାଜୀବ ବିଶ୍ଵାଳ,କିଚକ ସୁନା,ନୃପ ଭୋଇ,ସିତାପତି ପ୍ରଧାନ ,ଅଳକା ଦାଶ ଓ କେଶବ ଛନ୍ଦ ପ୍ରମୁଖ ଶିକ୍ଷକ ଶିକ୍ଷୟିତ୍ରୀ ବିଚାରକ ଭାବେ ପ୍ରତିଯୋଗିତା  ଗୁଡ଼ିକର ବିଚାର କରିଥିଲେ।  ପ୍ରଥମ ସ୍ଥାନ ଅଧିକାର କରିଥିବା  ସମସ୍ତ ପ୍ରତିଯୋଗୀ ମାନେ ଆସନ୍ତା ୬ ତାରିଖରେ ହେବାକୁ ଥିବା ଜିଲା ସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ ବୋଲି ସୂଚନା  ମିଳିଛି ।

Comments are closed.