www.samajalive.in
Saturday, December 6, 2025
16.1 C
Bhubaneswar

ଏପ୍ରିଲ-ଅଗଷ୍ଟରେ ଚୀନ୍‌ରୁ ଆମଦାନୀ ୨୮% ହ୍ରାସ

ନୂଆଦିଲ୍ଲୀ : ଚୀନ୍‌ରୁ ପୂର୍ବରୁ ଭାରତ କରୁଥିବା ବିଭିନ୍ନ ସାମଗ୍ରୀର ଆମଦାନୀ ଏବେ ହ୍ରାସ ପାଇଛି। ଚଳିତ ଆର୍ଥିକ ବର୍ଷ-୨୦୨୦-୨୧ରେ ​ଏପ୍ରିଲରୁ ଅଗଷ୍ଟ ମଧ୍ୟରେ ଚୀନ୍‌ ସାମଗ୍ରୀର ଆମଦାନୀ ୨୭.୬୩ ପ୍ରତିଶତ ହ୍ରାସ ଘଟିଥିବା ଲୋକସଭାରେ ଲିଖିତ ଉତ୍ତର ଦେଇଛନ୍ତି କେନ୍ଦ୍ର ଶିଳ୍ପ ଓ ବାଣିଜ୍ୟ ମନ୍ତ୍ରୀ ପୀୟୁଷ ଗୋୟଲ। ଅଗଷ୍ଟରେ ୪.୯୮ ବିଲିୟନ୍ ଡଲାର ଥିବାବେଳେ ଜୁଲାଇରେ ୫.୫୮ ବିଲିୟନ୍‌ ଡଲାର ରହିଥିବା ମନ୍ତ୍ରଣାଳୟ ତଥ୍ୟରୁ ପ୍ରକାଶ। ଏପ୍ରିଲରୁ ଅଗଷ୍ଟ ମଧ୍ୟରେ ଚୀନ୍‌ରୁ ମୋଟ ଆମଦାନୀ ୨୧.୫୮ ବିଲିୟନ୍ ଡଲାର ଥିବା ଜଣାପଡିଛି। ଏପରିକି ଭାରତ-ଚୀନ୍‌ ରପ୍ତାନୀ-ଆମଦାନୀ ହ୍ରାସ କରିବା ଲାଗି ଚୀନ୍‌ଠାରୁ ଭାରତ ମୋଷ୍ଟ ଫେଭର୍ଡ ନେସନ୍‌ (ଏମଏଫଏନ) ଷ୍ଟାଟସ୍‌ ପ୍ରତ୍ୟାହାର କରିବା ଲାଗି ବିଚାର କରୁଛି କି ବୋଲି ଏକ ପ୍ରଶ୍ନର ଉତ୍ତର ଦେଇ ଗୋୟଲ କହିଛନ୍ତି ଯେ, ବର୍ତ୍ତମାନ ପର୍ଯ୍ୟନ୍ତ ଏଭଳି କୌଣସି ପ୍ରସ୍ତାବ ଉପରେ ବିଚାର କରାଯାଇନି। ତେବେ ଭାରତର ରପ୍ତାନୀ କାରବାରରେ ଅନେକ ସୁଧାର ଆସିଛି ଏବଂ ସେପ୍ଟେମ୍ବର ଦୁଇ ସପ୍ତାହ ସୁଦ୍ଧା ରପ୍ତାନୀ ଅଭିବୃଦ୍ଧି ଗତବର୍ଷ ଅପେକ୍ଷା ୧୦ ପ୍ରତିଶତ ଅଧିକ ରହିଥିବା ମନ୍ତ୍ରୀ ଶ୍ରୀ ଗୋୟଲ ଗୃହରେ ସୂଚନା ଦେଇଛନ୍ତି। ସୀମାରେ ଚୀନ୍‌ ସେନାର ଭାରତ ବିରୋଧୀ ଉତ୍ତେଜନା ଯୋଗୁଁ ଆମଦାନୀ ହ୍ରାସ ଘଟିଛି।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଭିନ୍ନ ଭିନ୍ନ ଦୂରତ୍ବ ପାଇଁ କମ୍ପାନୀ ନେବେ ଏତିକି ଟଙ୍କା

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

Related Articles

Popular Categories