www.samajalive.in
Monday, December 8, 2025
14.1 C
Bhubaneswar

ଆରଡିସି ସେକ୍ରେଟାରୀଙ୍କ ଠାକୁରମୁଣ୍ଡା ବ୍ଲକ ଗସ୍ତ

ଠାକୁରମୁଣ୍ଡା: ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନ ସେକ୍ରେଟାରୀ ଧନୁର୍ଜୟ ହେମ୍ବ୍ରମ ଗୁରୁବାର ଠାକୁରମୁଣ୍ଡା ବ୍ଲକ ଗସ୍ତରେ ଆସି ବୁଥରେ ଭୋଟର ତାଲିକା ସମ୍ପର୍କରେ ଆଲୋଚନା କରିବା ସହ ଖଡ଼ିଆ ଜନଜାତି ପୁନଃ ଥାଇଥାନ ହୋଇଥିବା କଲୋନୀକୁ ଯାଇ ସେଠାର ଥିବା ସମସ୍ୟାଗୁଡିକର ସମାଧାନ ନିମନ୍ତେ ଆଲୋଚନା କରିଥିଲେ। ପରେ ଠାକୁରମୁଣ୍ଡା ବ୍ଲକ କାର୍ୟ୍ୟାଳୟରେ ପହଞ୍ଚି ବିଭିନ୍ନ ଉନ୍ନୟନ କାର୍ୟ୍ୟ ଗୁଡିକର ସମୀକ୍ଷା କରିଥିଲେ।

ପ୍ରକାଶ ଯେ, ଶିମିଳିପାଳ ଅଭୟାରଣ୍ୟ ଭିତରେ ଥିବା ଖେଜୁରୀ ଗାଁ ଠାରୁ ବିସ୍ଥାପିତ ହୋଇ ଠାକୁରମୁଣ୍ଡା ବ୍ଲକ ଅନ୍ତର୍ଗତ ସାଲେଇବେଡା ଠାରେ ଅବସ୍ଥାପିତ ହୋଇଥିବା ୧୦୭ଟି ପରିବାର ପାଇଁ ନିର୍ମିତ ହୋଇଥିବା ବିଜୁ ପକ୍କା ଘର କଲୋନୀକୁ ଆଜି ଆରଡିସି ସେକ୍ରେଟାରୀ ପରିଦର୍ଶନ କରିଥିଲେ । ସେ ମୁଖ୍ୟତଃ ବିଜୁଳି ପାଣି ଓ ସଡ଼କ ଉପରେ ଗୁରୁତ୍ବ ଆରୋପ କରି ନିର୍ମିତ ପ୍ରତ୍ୟେକ ଘରକୁ ରାସ୍ତା, ଡ୍ରେନ, ବିଜୁଳି ଏବଂ ପିଇବା ପାଣି ଯୋଗାଇ ଦେବାକୁ ଠାକୁରମୁଣ୍ଡା ବିଡ଼ିଓଙ୍କୁ ପରାମର୍ଶ ଦେଇଥିଲେ। ଅବସ୍ଥାପିତ ହୋଇ ଥିବା ହିତାଧିକାରୀ ମାନେ ଜମି ପଟ୍ଟା ପାଇଛନ୍ତି କି ନାହିଁ ପଚାରି ବୁଝିବା ସହ କିଛି ହିତାଧିକାରୀ ଜମି ପଟ୍ଟା ପାଇ ନ ଥିବା ଜଣାଇବା ପରେ ତୁରନ୍ତ ଜମି ପଟ୍ଟା ଦେବା ପାଇଁ ତହସିଲଦାରଙ୍କୁ କହିଥିଲେ। ଆସନ୍ତା ବୁଧବାର ୧୬ ତାରିଖ ଦିନ ପାଞ୍ଚପିଢ ସବ କଲେକ୍ଟରଙ୍କ ଉପସ୍ଥିତି ରେ ହିତାଧିକାରୀ ମାନଙ୍କୁ ଜମି ପଟ୍ଟା ପ୍ରଦାନ କରିବା ପାଇଁ ଦିନ ଧାର୍ୟ୍ୟ ହୋଇଥିଲା। ବିସ୍ଥାପିତ ହୋଇ ଆସିଥିବା ଲୋକମାନଙ୍କ ପାଇଁ ବିଜୁ ପକ୍କା ଘର ନିର୍ମାଣ ସରିଥିବା ବେଳେ ପାଇଖାନା ନିର୍ମାଣ ହୋଇନଥିବାରୁ ସେମାନଙ୍କୁ ପାଇଖାନା ଯୋଗାଇ ଦେବାକୁ ବ୍ଲକ ପ୍ରଶାସନକୁ ପରାମର୍ଶ ଦେଇଥିଲେ। ପରିମଳ ବିଭାଗର କନିଷ୍ଠ ଯନ୍ତ୍ରୀ ଜାନୁଆରୀ ୧୫ ତାରିଖ ସୁଦ୍ଧା କଲୋନୀକୁ ପାନୀୟ ଜଳ ଯୋଗାଇ ଦେବେ ବୋଲି ପ୍ରତିଶୃତି ଦେବା ସହିତ ପାଇଖାନା ନିର୍ମାଣ କାର୍ୟ୍ୟ ସାମାନ୍ୟ ବିଳମ୍ବ ହେବ ଦର୍ଶାଇଥିଲେ। ଖେଜୁରିଠାରୁ ବିସ୍ଥାପିତ ହୋଇ ଆସିଥିବା ପରିବାର ଏଠାରେ ସରକାରୀ ସୁବିଧା ସୁଯୋଗ ସହିତ ଜୀବନ ଜୀବିକା ମିଶନ ଜରିଆରେ ଆଇଟିଡିଏ ଓ ଡିଟିଈ ଏଲପି ଜରିଆରେ ଯୋଜନାଗୁଡ଼ିକୁ ଯୋଗାଇ ଦେବାକୁ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ। ଏଥି ସହିତ ସେକ୍ରେଟାରୀ କେନ୍ଦୁଜିଆଣି ଗ୍ରାମପଞ୍ଚାୟତର ଆସନବଣି ବୁଥକୁ ଯାଇ ସେଠାରେ ଭୋଟର ତାଲିକା ସମ୍ପର୍କରେ ଆଲୋଚନା କରିଥିଲେ।ପରେ ମଧ୍ୟାହ୍ନ ବ୍ଲକ କାର୍ୟ୍ୟାଳୟରେ ପହଞ୍ଚି ଅଧିକାରୀମାନଙ୍କୁ ନେଇ ବିଭିନ୍ନ ଉନ୍ନୟନ କାର୍ୟ୍ୟର ସମୀକ୍ଷା ବୈଠକ କରିଥିଲେ। ଏହି ପରିଦର୍ଶନ ସମୟରେ ପାଞ୍ଚପିଢ ଉପଜିଲ୍ଲାପାଳ ରଜନୀ କାନ୍ତ ବିଶ୍ଵାଳ, ଠାକୁରମୁଣ୍ଡା ବିଡିଓ ଶ୍ୟାମ ସୁନ୍ଦର ଟୁଡୁ, ତହସିଲଦାର ପ୍ରଦ୍ୟୁମ୍ନ କୁମାର ନାୟକ, ଠାକୁରମୁଣ୍ଡା ବ୍ଲକ ସହକାରୀ ଯନ୍ତ୍ରୀ ମନୋଜ ମିଞ୍ଜଙ୍କ ସମେତ ଅନ୍ୟାନ୍ୟ କର୍ମଚାରୀ ଉପସ୍ଥିତ ଥିଲେ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories