www.samajalive.in
Saturday, December 6, 2025
23.1 C
Bhubaneswar

ମୂଷା କାଟି ଦେଲା ଦୁଇ ଲକ୍ଷ ଟଙ୍କା

ରାୟଗଡ଼ା: ସଞ୍ଚିତ ଟଙ୍କା ମୂଷା କାଟିଦେବା ପରେ ଗରୀବ ଝିଅର ବାହାଘର ଗ୍ରାମବାସୀଙ୍କ ସହାୟତାରେ ସମ୍ପନ୍ନ ହୋଇଥିବା ଘଟଣା ଏ ଅଞ୍ଚଳରେ ଆଲୋଚନାର ବିଷୟ ପାଲଟିଛି। ସୂଚନାଯୋଗ୍ୟ, ଗରିବ ବ୍ୟକ୍ତିଟି ବହୁ କଷ୍ଟ କରି ଝିଅ ବାହାଘର କରିବାକୁ ଦୁଇଲକ୍ଷ ଟଙ୍କା ରଖିଥିଲା। କିନ୍ତୁ ଭାଗ୍ୟର ବିଡ଼ମ୍ବନା ସବୁତକ ଟଙ୍କା ମୂଷା କାଟି ଦେଲା। ଫଳରେ ପିତାମାତା ଦୁଃଖରେ ଭାଙ୍ଗି ପଡ଼ିଥିଲେ।

ଆଗକୁ ଝିଅ ବାହାଘର ଥିବାରୁ ଟଙ୍କା ନିହାତି ଆବଶ୍ୟକ ଥିଲା। କ’ଣ କରିବେ ସେ ନେଇ ବାପାମା’ ଚିନ୍ତାରେ ଥିଲେ। ଏତିକିବେଳେ ଗ୍ରାମବାସୀ ସାହାଯ୍ୟର ହାତ ବଢାଇଥିଲେ। ଶେଷରେ ସୁରୁଖୁରୁରେରେ ଝିଅର ବାହାଘର ହୋଇଥିଲା। ଏପରି ଏକ ଘଟଣା ଦେଖିବାକୁ ମିଳିଥିଲା ରାୟଗଡ଼ା ଜିଲା ସୀମାବର୍ତ୍ତୀ ଅଞ୍ଚଳ ମାନ୍ୟମ୍ ଜିଲାରେ ଗୁମାଲକ୍ଷ୍ମୀପୁରମ ମଣ୍ଡଳର ଗର୍ଗୁବାଲି ଗ୍ରାମରେ। ଗାଁର କେ ରାମୁ ଦିନ ମଜୁରିଆ ଭାବେ କାମ କରୁଛନ୍ତି। ରୋଜଗାର ଅର୍ଥ ସ୍ତ୍ରୀ ସୀତମାକୁ ଦେଇଥାନ୍ତି। ସୀତାମା ଝିଅ ବାହାଘର ଅଳଙ୍କାର କିଣିବା ପାଇଁ ଏକ ବ୍ୟାଗ୍‌ରେ ସବୁ ଦିନର ଟଙ୍କାକୁ ସଞ୍ଚୟ କରି ରଖୁଥିଲେ। ସଞ୍ଚିତ ଟଙ୍କାକୁ ମୂଷା କାଟି ଦେଇଥିବା ଦେଖିବା ପରେ

- Advertisement -

ସୀତମାଙ୍କ ହୋସ୍‌ ଉଡ଼ି ଯାଇଥିଲା। ଏକଥା ସ୍ବାମୀ ରାମୁ ଜାଣିବା ପରେ ଉଭୟଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା। ଏହା ଶୁଣିବା ପରେ ଗ୍ରାମବାସୀ ଝିଅର ବିବାହ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ଶେଷରେ ଏହି ଶୁଭ କାର୍ଯ୍ୟ ସମ୍ପନ୍ନ ହୋଇଥିଲା।

Hot this week

ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ ବିଦ୍ୟୁତ ଉପଭୋକ୍ତା ମହାସଂଘ କ୍ଷୋଭ

ଭୁବନେଶ୍ୱର: ବିଦ୍ୟୁତ ଗ୍ରାହକଙ୍କ ଠାରୁ ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ...

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

Related Articles

Popular Categories