www.samajalive.in
Friday, December 5, 2025
23.1 C
Bhubaneswar

ରାୟଗଡ଼ା ଜିଲାର ସ୍ବାସ୍ଥ୍ୟ ସମସ୍ୟା ନେଇ ସଚିବଙ୍କ ସହ ଆଲୋଚନା

ରାୟଗଡ଼ା: ରାୟଗଡ଼ା ଜିଲାର ସ୍ବାସ୍ଥ୍ୟ ସମସ୍ୟା ଓ ଖାଲିଥିବା ଡାକ୍ତର ପଦବୀ ପୂରଣ ନେଇ ଗୁରୁବାର ସ୍ୱାସ୍ଥ୍ୟ ସଚିବ ଶାଳିନୀ ପଣ୍ତିତଙ୍କ ସହ ଆଲୋଚନା ହୋଇଛି । ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନା ଉପଦେଷ୍ଟା ସୁଧିର କୁମାର ଦାଶ, ରାୟଗଡ଼ା ବିଧାୟକ ମକରନ୍ଦ ମୁଦୁଲି ଓ ଗୁଣପୁର ବିଧାୟକ ରଘୁନାଥ ଗମାଙ୍ଗ ସଚିବାଳୟରେ ଆଲୋଚନା କରିଛନ୍ତି । ରାୟଗଡ଼ା ଓ ଗୁଣପୁର ଉପଖଣ୍ଡରେ ବିଶେଷଜ୍ଞ ଡାକ୍ତର ପଦବୀ ଖାଲିଥିବାରୁ ସ୍ଥାନୀୟ ଜନସାଧାରଣ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଜିଲାର ରୋଗୀମାନେ ବ୍ରହ୍ମପୁର, ଭୁବନେଶ୍ବର କଟକ ବିଶାଖାପାଟଣା ଯାଇ ଅଧିକ ଖର୍ଚ୍ଚାନ୍ତ ହେଉଛନ୍ତି । ଏପରିକି ଗୁଣୁପୁର ଉପଖଣ୍ଡରେ ଜଣେ ହେଲେ ବିଶେଷଜ୍ଞ ଡାକ୍ତର ନଥିବା ସ୍ବାସ୍ଥ୍ୟ ସଚିବଙ୍କୁ ଅବଗତ କରାଇଥିଲେ ତିନି ନେତା।

ସେହିପରି ଗୁମୁଡ଼ା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ସିଏଚସି ମାନ୍ୟତା ଦେବାକୁ ପ୍ରସ୍ତାବ ଦେଇଛନ୍ତି । ଜିଲାର ପୁଟାସିଂ, ରଘୁବାରୀ, ଦିଡିମିରିଗୁଡା, ପାରଶାଲିରେ ହେଲ୍‌ଥ ସେଣ୍ଟର ସ୍ଥାପନ ନେଇ ସଚିବାଳୟରେ ସ୍ବାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତଙ୍କ ସହ ଆଲୋଚନା କରିଛନ୍ତି । ଗୁଣପୁରଠାରେ ୧୯ କୋଟି ଓ କାଶିପୁର ବ୍ଲକରେ ୯ କୋଟି ବ୍ୟୟରେ ନିର୍ମିତ ହେବାକୁ ଥିବା କୋଠା ଯଥାଶୀଘ୍ର ଟେଣ୍ଡର କରି କାମ ଶେଷ କରିବାକୁ ଅନୁରୋଧ କରିଥିଲେ । ପ୍ରଥମେ ଖାଲିଥିବା ବିଶେଷଜ୍ଞ ଡାକ୍ତରଙ୍କୁ ପଠେଇବା ସହ ଆସନ୍ତା ଏପ୍ରିଲ ଓ ସେପ୍ଟେମ୍ବର ସୁଦ୍ଧା ସମସ୍ତ ଡାକ୍ତର ପଦବୀ ପୂରଣ କରିଯିବ ବୋଲି ସ୍ବାସ୍ଥ୍ୟ ସଚିବ ପ୍ରକାଶ କରିଛନ୍ତି । ଏହାସହ ତୁରନ୍ତ ସମସ୍ତ ନିର୍ମାଣାଧିନ ମେଡିକାଲ ବିଲଡିଂ କାମ ଯୁଦ୍ଧକାଳୀନ ଭିତ୍ତିରେ ସମାପ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ବିଜୁ ସ୍ୱାସ୍ଥ୍ୟ କାର୍ଡରେ ଲୋକମାନେ ଆନ୍ତଃଜିଲାରେ କିପରି ସୁବିଧା ପାଇପାରିବେ ସେ ବିଷୟରେ ମଧ୍ୟ ସ୍ବାସ୍ଥ୍ୟ ସଚିବଙ୍କ ସହ ତିନି ନେତାଙ୍କ ଆଲୋଚନା ହୋଇଛି।

- Advertisement -

ଏଠାରେ ସୂଚନାଯୋଗ୍ୟ ଯେ, ରାୟଗଡା ଜିଲାରେ ୧୦୩ ବିଶେଷଜ୍ଞ ଡାକ୍ତର ସହ ୧୫୮ଟି ଡାକ୍ତରୀ ପଦବୀ ଖାଲି ପଡିଛି।

Hot this week

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପୁଟିନ୍‌

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ରାଜଘାଟରେ ପହଞ୍ଚି ଜାତିର ପିତା...

ଫେବୃଆରୀ ୧୯ରୁ ମାଟ୍ରିକ୍‌ ପରୀକ୍ଷା; ଗଣତି ପରୀକ୍ଷା ଦିନ ଅଧିକ ୧୫ମିନିଟ୍‌

ସମାଜ ଡିଜିଟାଲ ଡେସ୍କ: ଫେବୃଆରୀ ୧୯ରୁ ରାଜ୍ୟରେ ଆରମ୍ଭ ହେବ ମାଟ୍ରିକ୍‌...

ରାଷ୍ଟ୍ରପତି ଭବନରେ ପୁଟିନଙ୍କୁ ଭବ୍ୟ ସ୍ଵାଗତ

ସମାଜ ଲାଇଭ ଡ଼େସ୍କ : ରାଷ୍ଟ୍ରପତି ଭବନରେ ପହଞ୍ଚିଲେ ରୁଷ ରାଷ୍ଟ୍ରପତି...

ବିଧାୟକଙ୍କୁ ହତ୍ୟା ଧମକ

କଣ୍ଟାବାଞ୍ଜି: ବଲାଙ୍ଗିର ଜିଲା କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗଙ୍କୁ ଏଠାର ରେଳ...

Related Articles

Popular Categories