www.samajalive.in
Friday, December 5, 2025
23.1 C
Bhubaneswar

ରାୟଗଡାରେ କରୋନା ସମ୍ପର୍କିତ ସଚେତନତା ରଥର ପ୍ରଚାର ଅଭିଯାନ ସମାପନ

ରାୟଗଡା : କେନ୍ଦ୍ର ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧିନସ୍ଥ କ୍ଷେତ୍ର ଜନସମ୍ପର୍କ କାର୍ଯ୍ୟାଳୟ ଜୟପୁର ପକ୍ଷରୁ ରାୟଗଡା ଜିଲାରେ ଦୀର୍ଘ ୨୦ ଦିନ ଧରି ଚାଲିଥିବା କରୋନା ସଚେତନତା କାର୍ୟ୍ୟକ୍ରମ ଗତ ସନ୍ଧ୍ୟାରେ ସମାପନ ହୋଇଛି । ଏହି ଜନ ସଚେତନତା କାର୍ୟ୍ୟକ୍ରମ ଗତ ମାସ ୩୦ ରେ ଜିଲା ମୁଖ୍ୟାଳୟ ରାୟଗଡାରୁ ଆରମ୍ଭ ହୋଇଥିଲା । ଏହି ପ୍ରଚାର କାର୍ୟ୍ୟକ୍ରମରେ ଜିଲାର ସବୁ ୧୧ ଟି ବ୍ଲକକୁ ସଚେତନତା ରଥ ମାଧ୍ୟମରେ ମହାମାରୀ କରୋନା ଠାରୁ ରକ୍ଷା ପାଇବା ଲାଗି କଣ କଣ ନିୟମାବଳୀ ମାନିବାକୁ ହେବ ସେ ସମ୍ପର୍କରେ ଜନସାଧାରଣଙ୍କୁ ଅବଗତ କରାଯାଇଛି ।
ଏହି କାର୍ୟ୍ୟକ୍ରମରେ ଡାକ ବାଜି ଯନ୍ତ୍ର ସହିତ ପୋଷ୍ଟର ମାଧ୍ୟମରେ କରୋନାରୁ ରକ୍ଷା ପାଇବା ପାଇଁ ଔଷଧ ନ ବାହାରିବା ପର୍ୟ୍ୟନ୍ତ କିଭଳି କୋଭିଡ ୧୯ ନିୟମାବଳୀ (ବାହାରକୁ ଗଲେ ବାରମ୍ବାର ସାବୁନରେ ହାତ ଧୋଇବା କିମ୍ବା ସାନି ଟେଜର ବ୍ୟବହାର କରିବା , ମାସ୍କ ପିନ୍ଧିବା, ଏବଂ ପରସ୍ପର ମଧ୍ୟରେ ୬ ଫୁଟ କିମ୍ବା ୨ ଗଜ ଦୂରତା ବଜାୟ ରଖିବା ସହିତ ଆବଶ୍ୟକ ନ ଥିଲେ ବାହାରକୁ ନ ଯିବା ଆଦି ) ପାଳିବା ସକାଶେ ସମସ୍ତଙ୍କୁ ସଚେତନ କରାଯାଇଛି ଏବଂ ଏଥି ସହିତ ପ୍ରଚାର ଅଭିଯାନକୁ ଅଧିକ ବ୍ୟାପକ ତଥା ଆକର୍ଷଣୀୟ କରିବା ସକାଶେ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧିନସ୍ଥ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ଜନସମ୍ପର୍କ କାର୍ୟ୍ୟାଳୟ ପକ୍ଷରୁ ପାରମ୍ପରିକ ସାଂସ୍କୃତିକ ଦଳକୁ (ଦାସ କାଠିଆ ) ପ୍ରଚାର କାର୍ୟ୍ୟରେ ସାମିଲ କରାଯାଇଥିଲା ।

ଏହି ଦଳ ଜିଲ୍ଲାର ବିଭିନ୍ନ ସ୍ଥାନରେ ସେମାନଙ୍କ କଳା ଜରିଆରେ କରୋନା ସମ୍ବନ୍ଧୀୟ ବାର୍ତ୍ତା ପ୍ରଚାର କରିଛନ୍ତି । ବର୍ତମାନ ମଧ୍ୟ କରୋନା ରହିଛି ଏବଂ ଔଷଧ ନ ବାହାରିବା ପର୍ୟ୍ୟନ୍ତ ସାବଧାନ ରହିବାକୁ ଓ କୋଭିଡ ନିୟମାବଳୀ ମାନିବାକୁ ଜନସାଧାରଣଙ୍କୁ ପରାମର୍ଶ ଦିଆଯାଇଛି ।
ସୂଚନା ଯୋଗ୍ୟ ଏହି କରୋନା ସଚେତନତା ପ୍ରଚାର ରଥକୁ ରାୟଗଡା ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ପଣ୍ଡା ସବୁଜ ପତାକା ଦେଖାଇ ଉଦଘାଟନ କରିଥିବା ବେଳେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ ଏହି କାର୍ୟ୍ୟକ୍ରମ ପରିଚାଳନା ଲାଗି ସହଯୋଗ କରିଥିଲେ । ଏ ମହତ କାର୍ୟ୍ୟକ୍ରମଟିକୁ ସଫଳ କରିବାରେ ଜିଲ୍ଲା ପ୍ରଶାସନ ବ୍ୟାପକ ସହାୟତାଏବଂ ସହଯୋଗ ପ୍ରଦାନ କରିଥିବା ଯୋଗୁଁ କ୍ଷେତ୍ର ଜନସମ୍ପର୍କ କାର୍ୟ୍ୟାଳୟ ଜୟପୁର ପକ୍ଷରୁ କୃତଜ୍ଞତା ଜ୍ଞାପନ କରାଯାଇଛି ବୋଲି ଜୟପୁର କ୍ଷେତ୍ର ଜନ ସମ୍ପର୍କ କାର୍ୟ୍ୟାଳୟର ସହାୟକ ନିର୍ଦେଶକ ଜିତେନ୍ଦ୍ର କୁମାର ପ୍ରଧାନ ଜଣାଇଛନ୍ତି ।

Hot this week

ମୋଦୀ କହିଲେ ଭାରତ ନିରପେକ୍ଷ ନୁହେଁ, ବିଶ୍ୱ ଶାନ୍ତି ସପକ୍ଷରେ; ପୁଟିନ କଣ କହିଲେ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା...

କମିଲା ରେପୋ ହାର

ସମାଜ ଲାଇଭ ଡ଼େସ୍କ : ଭାରତୀୟ ରିଜର୍ଭ ବ୍ୟାଙ୍କର ତିନି ଦିନିଆ...

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

Related Articles

Popular Categories