www.samajalive.in
Friday, December 5, 2025
27.1 C
Bhubaneswar

ଟ୍ରକ୍ ମାଲିକ ସଂଘର ୬ ମାସ ରୋଡ଼ ଟିକସ ରିହାତି ଦାବି

ବ୍ରଜରାଜନଗର: କରୋନା ହେତୁ ଲକଡାଉନ ପ୍ରଭାବରେ ବ୍ୟବସାୟିକ ପ୍ରତିଷ୍ଠାନ, ଦୋକାନ ବଜାର, ଯାତ୍ରୀବାହୀ ଓ ମାଲବାହୀ ଗାଡ଼ି ଚଳାଚଳ ବନ୍ଦ ରହିଥିଲା  ଏହି ପରିପ୍ରେକ୍ଷୀରେ ମାସାଧିକ କାଳ ଟ୍ରକ ଚଳାଚଳ ବନ୍ଦ ରହିଥିବାରୁ ବ୍ରଜରାଜନଗର ଅଞ୍ଚଳର ଟ୍ରକ ମାଲିକମାନେ ଭାରି ଆର୍ଥିକ ସମସ୍ୟା ଦେଇ ଗତି କରୁଛନ୍ତି। ଏମିତିରେ ରୋଡ଼ ଟିକସ ଦେବାକୁ ଅସମର୍ଥ ହୋଇ ପଡ଼ିଥିବାରୁ ସଂଘରେ ପଞ୍ଜିକୃତ ସମସ୍ତ ଟ୍ରକର ୬ ମାସର ରୋଡ଼ ଟିକସ ରିହାତି କରିବା ପାଇଁ ବ୍ରଜରାଜନଗର ଟ୍ରକ୍ ମାଲିକ ସଂଘ(ବିଟିଓଏ ) ବାଣିଜ୍ୟ ଓ ପରିବହନ ବିଭାଗକୁ ପତ୍ର ଲେଖି ଅନୁରୋଧ କରିଛି। ଏହାର ନକଲ ରାଜ୍ୟ ମାନବାଧିକାର କମିଶନ, ଝାରସୁଗୁଡ଼ା ଜିଲାପାଳ, ଆରଟିଓ ଓ ନିର୍ବାଚିତ ପ୍ରତିନିଧିଙ୍କୁ ପ୍ରେରଣ କରାଯାଇଛି। ଗୋଟିଏ ପଟେ ଗାଡ଼ି ମାଲିକ ରୋଡ଼ ଟ୍ୟାକ୍ସ ଦେବାରେ ଅସମର୍ଥ ଥିବା ବେଳେ ଅନ୍ୟପଟେ ଟ୍ୟାକ୍ସ ଉପରେ ମାତ୍ରାଧିକ ଜୋରିମାନା ବୃଦ୍ଧି ପାଇବା ଟ୍ରକ ମାଲିକଙ୍କ ପାଇଁ ବଡ଼ ଚିନ୍ତାର ବିଷୟ ପାଲଟିଛି ବୋଲି ପତ୍ରରେ ଉଲ୍ଲେଖ କରାଯାଇଛି। ଟ୍ରକ ମାଲିକ ସଞ୍ଜୀବ ମେହେର କହିଛନ୍ତି ଅନେକ ଗାଡ଼ି ମାଲିକ ଏପ୍ରିଲରୁ ଏ ପର୍ଯ୍ୟନ୍ତ ରୋଡ଼ ଟିକସ ଦେବାରେ ଅକ୍ଷମ ଥିବାରୁ ଜୋରିମାନା ଢେର ଗୁଣା ବୃଦ୍ଧି ପାଇ ସାରିଛି। ଯାହା ଫଳରେ ଗାଡ଼ି ଗୁଡ଼ିକର ଫିଟନେସ ହୋଇ ପାରୁନାହିଁ ।

ସୂଚନା ଯୋଗ୍ୟ ଯେ, ମାଲ ପରିବହନ କରୁଥିବା ଗାଡ଼ି ଗୁଡ଼ିକ ବର୍ଷକୁ ୪ ଥର ରୋଡ଼ ଟିକସ( ମୋଟର ଯାନ କର) ଦେଇଥାନ୍ତି । ତେବେ ଧାର୍ଯ୍ୟ ତାରିଖରେ ବିଳମ୍ବ ହେଲେ ଜୋରିମାନା ଦାଖଲ କରିବାକୁ ପଡ଼ିଥାଏ। ଗତ ଅକ୍ଟୋବରରୁ ଡ଼ିସେମ୍ବର ତିନି ମାସିଆ ରୋଡ଼ ଟ୍ୟାକ୍ସ( ମୋଟର ଯାନ କର) ଦାଖଲ ଅବଧିକୁ ରାଜ୍ୟ ସରକାର ନଭେମ୍ବର ୩୦ ପର୍ୟ୍ୟନ୍ତ ବୃଦ୍ଧି କରିଥିଲେ। ହେଲେ ଟ୍ରକ ମାଲିକଙ୍କ ଆର୍ଥିକ ଅବସ୍ଥା ଶୋଚନୀୟ ଥିବାରୁ ଟୀକସ ସାଙ୍ଗକୁ ଜୋରିମାନା ଦାଖଲ କରିବା ତାଙ୍କ ପାଇଁ ସମ୍ଭବପର ହୋଇ ପାରୁ ନ ଥିବା ଦର୍ଶାଇଛନ୍ତି ।

Hot this week

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

ଏଏନଏମ୍‌ ପ୍ରଶ୍ନ ପତ୍ର ଲିକ୍‌ ପରେ ପରୀକ୍ଷା ବାତିଲ

ମାଲକାନଗିରି: ମାଲକାନଗିରି ଜିଲାରେ ଏଏନଏମ୍‌ ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍ ହେବା...

ଡ଼ଲାର ତୁଳନାରେ ଟଙ୍କାକୁ ମିଳିଲା ସାମାନ୍ୟ ଆଶ୍ଵସ୍ତି

ସମାଜ ଲାଇଭ ଡ଼େସ୍କ : ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ...

ଜବତ ଗଞ୍ଜେଇ ହେରଫେର: ଥାନା ଅଧିକାରୀ ନିଲମ୍ବିତ

ସମାଜ ଡିଜିଟାଲ ଡେସ୍କ: ଜବତ ଗଞ୍ଜେଇ ହେରଫେର କରିଥିବା ଅଭିଯୋଗରେ କାର୍ଯ୍ୟରୁ...

ବିଶ୍ୱବିଦ୍ୟାଳୟରେ ଖାଲି ପଡିଛି ଏତିକି ପଦବୀ

ଭୁବନେଶ୍ୱର: ରାଜ୍ୟରେ ବିଶ୍ୱବିଦ୍ୟାଳୟ ଗୁଡିକରେ ଖାଲି ପଡିଛି ପ୍ରଧ୍ୟାପକ ପଦବୀ ।...

Related Articles

Popular Categories