www.samajalive.in
Monday, December 8, 2025
14.1 C
Bhubaneswar

ରଥ ନିର୍ମାଣ ପରେ ଯାତ୍ରା ବନ୍ଦ ଇତିହାସରେ ପ୍ରଥମ

ସମାଜ ପୋର୍ଟାଲ ଡେସ୍କ: ତିନିରଥ ନିର୍ମାଣ ପରେ ରଥଯାତ୍ରା ବନ୍ଦହେବା ଶ୍ରୀମନ୍ଦିର ଇତିହାସରେ ପ୍ରଥମ ଘଟଣା। ରାଜ୍ୟ ସରକାର ୧୯୬୦ ମସିହାରେ ଶ୍ରୀମନ୍ଦିର ପରିଚାଳନା ଦାୟିତ୍ବ ନେବା ପରଠାରୁ କେବେବି ରଥଯାତ୍ରା ବନ୍ଦ ହୋଇ ନ ଥିଲା। ପୂର୍ବରୁ ୧୫୫ ବର୍ଷ ବନ୍ଦ ହୋଇଛି ମହାପ୍ରଭୁଙ୍କ ରଥଯାତ୍ରା। ସେଥିରୁ ୧୪୪ବର୍ଷ ଦାରୁବ୍ରହ୍ମ ପାତାଳି ହେବା ସମୟରେ ରଥଯାତ୍ରା ହୋଇ ନ ଥିଲା। ମହାପ୍ରଭୁ ଜିଲା ବାହାରେ ଅବସ୍ଥାନ କରିଥିବା ବେଳେ ୮ବର୍ଷ ସେଠାରେ ରଥଯାତ୍ରା କରାଯାଇଛି। ସେହିପରି ୧୫୬୮ରୁ ୧୭୭୧ ଖ୍ରୀଷ୍ଟାବ୍ଦ ମଧ୍ୟରେ ବିଭିନ୍ନ ସମୟରେ ବାହ୍ୟ ଶତ୍ରୁ ଆକ୍ରମଣ ଫଳରେ ମହାପ୍ରଭୁଙ୍କ ରଥଯାତ୍ରା ୩୨ଥର ବନ୍ଦ ହୋଇଥିବା ଇତିହାସରୁ ଜଣାଯାଏ।

ନିର୍ଦ୍ଦେଶକୁ ସମ୍ମାନ ଦେବା ସମସ୍ତଙ୍କ କର୍ତ୍ତବ୍ୟ : ଗଜପତି
ମାନ୍ୟବର ସୁପ୍ରିମ କୋର୍ଟଙ୍କ ରାୟ ନିଶ୍ଚିତଭାବେ ଜଗନ୍ନାଥପ୍ରେମୀଙ୍କୁ ଦୁଃଖ ଦେଇଛି; ତଥାପି ନ୍ୟାୟାଳୟଙ୍କ ନିର୍ଦେଶକୁ ସମ୍ମାନ ଦେବା ସମସ୍ତଙ୍କ କର୍ତ୍ତବ୍ୟ ବୋଲି ଗଜପତି ମହାରାଜା ଦିବ୍ୟସିଂହ ଦେବ କହିଛନ୍ତି। ଅତିଶୀଘ୍ର ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ବସିବ। ଯଦି ବାହାରେ ରଥଯାତ୍ରା ହୋଇ ନ ପାରିବ, ମନ୍ଦିର ଭିତରେ କିପରି ପାଳନ କରାଯିବ ସେଥିନେଇ ଜଗତ୍‌ଗୁରୁ ଶଙ୍କରାଚାର୍ୟ୍ୟଙ୍କ ପରାମର୍ଶ ଲୋଡ଼ାଯିବ। ତାହାକୁ ଭିତ୍ତିକରି ପରବର୍ତ୍ତୀ ପଦକ୍ଷେପ ନିଆଯିବ।

- Advertisement -

କ୍ୟାବିନେଟରେ ସଂକଳ୍ପ – ନିର୍ଦ୍ଦେଶ କଡ଼ାକଡ଼ି ପାଳନ ହେବ
ରଥଯାତ୍ରା ନେଇ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରିପ୍ରେକ୍ଷୀରେ ଶ୍ରୀମନ୍ଦିର ପରିସର ମଧ୍ୟରେ ସମସ୍ତ ପ୍ରକାର ନିର୍ଦେଶାବଳୀର କଡ଼ାକଡ଼ି ଅନୁପାଳନ ସହିତ ସବୁ ରୀତି ନୀତି ପାଳନ କରାଯିବ। ଗୁରୁବାର ରାତିରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟର ଏକ ଜରୁରୀ ବୈଠକରେ ସୁପ୍ରିମକୋର୍ଟଙ୍କ ନିର୍ଦେଶ ସମ୍ପର୍କରେ ବିସ୍ତୃତ ଆଲୋଚନା ପରେ ଏହି ନିଷ୍ପତ୍ତି ନିଆଯାଇଛି।

ସୁପ୍ରିମକୋର୍ଟଙ୍କ ନିର୍ଦେଶ କାର୍ୟ୍ୟକାରୀ କରିବା ପାଇଁ କ୍ୟାବିନେଟରେ ସଂକଳ୍ପ ଗୃହୀତ ହେବା ପରେ ଏ ସଂକ୍ରାନ୍ତରେ ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ ଏହି ନିଷ୍ପତ୍ତି ପ୍ରତ୍ୟେକ ଓଡ଼ିଆ ଏବଂ ଜଗନ୍ନାଥପ୍ରେମୀଙ୍କୁ ନିଶ୍ଚୟ ଦୁଃଖ ଦେବ। ମହାପ୍ରଭୁ ଶ୍ରୀଜଗନ୍ନାଥ ଓଡ଼ିଆ ଜାତିର ଆତ୍ମା, ଏ ଜାତିର ସର୍ବଶ୍ରେଷ୍ଠ ପରିଚୟ। ପ୍ରତ୍ୟେକ ଓଡ଼ିଆର ସୁଖଦୁଃଖର ପଥପ୍ରଦର୍ଶକ। ସମଗ୍ର ମାନବ ସମାଜର କଲ୍ୟାଣ ପାଇଁ ସେ ଦାରୁବ୍ରହ୍ମ ରୂପରେ ଲୀଳା କରୁଛନ୍ତି। ସେହି ଲୀଳାମୟ ହିଁ ସବୁର କର୍ତ୍ତା, ସବୁର ନିୟନ୍ତା; ଆମେ କେବଳ ନିମିତ୍ତ ମାତ୍ର। ତାଙ୍କ ଇଚ୍ଛା ବିନା କିଛି ବି ସମ୍ଭବ ନୁହେଁ। ମହାପ୍ରଭୁଙ୍କ ଇଚ୍ଛାକୁ ସମର୍ପିତ ଭାବରେ ଗ୍ରହଣ କରି ଜୀବନର ଜୟଯାତ୍ରାକୁ ଆଗେଇ ନେବା ହିଁ ପ୍ରକୃତ ଭକ୍ତି। ଆଜିର ଏହି କଠିନ ପରିସ୍ଥିତିରେ ଯେତେବେଳେ ସମଗ୍ର ବିଶ୍ବ କରୋନା ମହାମାରୀ ସହିତ ଲଢ଼ୁଛି, ଆମେ ତାଙ୍କ ନିକଟରେ ନିଜକୁ ସମ୍ପୂର୍ଣ୍ଣ ସମର୍ପଣ କରିଦେଇଛୁ। ମହାପ୍ରଭୁ ଶ୍ରୀଜଗନ୍ନାଥ ଏହି ବିପଦରୁ ଆମ ସମସ୍ତଙ୍କୁ ରକ୍ଷା କରନ୍ତୁ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଗୁରୁବାର ସନ୍ଧ୍ୟାରେ ଅନୁଷ୍ଠିତ ଜରୁରୀ କ୍ୟାବିନେଟ ବୈଠକରେ ଆଇନ ମନ୍ତ୍ରୀ ପ୍ରତାପ ଜେନା ରଥଯାତ୍ରା ସଂକ୍ରାନ୍ତରେ ଏକ ସଙ୍କଳ୍ପ ଆଗତ କରିିଥିଲେ। ରାଜ୍ୟ ଆଡ୍‌ଭୋକେଟ ଜେନେରାଲ ଅଶୋକ ପରିଜା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ସମ୍ପର୍କରେ ସୁପ୍ରିମକୋର୍ଟଙ୍କ ନିର୍ଦେଶ କ୍ୟାବିନେଟକୁ ଅବଗତ କରାଇଥିଲେ। ଏ ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା ପରେ ସୁପ୍ରିମକୋର୍ଟଙ୍କ ନିର୍ଦେଶ ଅନୁଯାୟୀ ଶ୍ରୀମନ୍ଦିର ପରିସର ମଧ୍ୟରେ ସମସ୍ତ ପ୍ରକାର ନିର୍ଦେଶାବଳୀର ଅନୁପାଳନ ସହିତ ସବୁ ରୀତି ନୀତି ପାଳନ କରିବା ପାଇଁ ପଦକ୍ଷେପ ନେବାକୁ ଶ୍ରୀ ଜଗନ୍ନାଥ ମନ୍ଦିର ପରିଚାଳନା କମିଟିକୁ କୁହାଯାଇଛି। ଏଥିସହିତ ବିଭିନ୍ନ ଜିଲାରେ ଥିବା ପରିଚାଳନା କମିଟି ଏବଂ ଅନୁଷ୍ଠାନଗୁଡ଼ିକ ଯେପରି ସୁପ୍ରିମକୋର୍ଟଙ୍କ ନିର୍ଦେଶକୁ ପାଳନ କରିବେ ତାହା ସୁନିଶ୍ଚିତ କରିବା ପାଇଁ ସମସ୍ତ ଜିଲା ମାଜିଷ୍ଟ୍ରେଟମାନଙ୍କୁ ନିର୍ଦେଶ ଦିଆଯାଇଛି। ଭାରତ ସରକାରଙ୍କ ଗତ ମେ ୩୦ତାରିଖର ନିର୍ଦେଶ, ଓଡ଼ିଶା ସରକାରଙ୍କ ଜୁନ୍‌ ୧ତାରିଖ ନିର୍ଦେଶ ଏବଂ କୋଭିଡ୍‌- ୧୯ ପରିଚାଳନା ପାଇଁ ରାଷ୍ଟ୍ରୀୟ ସ୍ତରର ସମସ୍ତ ନିର୍ଦେଶାବଳୀର ଦୃଢ଼ ଅନୁପାଳନ ସହିତ ଏହା କାର୍ୟ୍ୟକାରୀ କରାଯିବାକୁ କ୍ୟାବିନେଟରେ ନିଷ୍ପତ୍ତି ନିଆଯାଇଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories