www.samajalive.in
Saturday, December 6, 2025
19.1 C
Bhubaneswar

ଶବକୁ ଖାଉଛି ମୂଷା !

ଉମରକୋଟ : ଶବ ପ୍ରତି ଅବହେଳା। ରାଜ୍ୟ ସରକାର ଜନ୍ମ ଠାରୁ ମରଣ ପର୍ଯ୍ୟନ୍ତ ଯୋଜନା କରି ବାହାବା ନେଉଥିବା ବେଳେ ନବରଙ୍ଗପୁର ଜିଲା ଉମରକୋଟ ଉପଖଣ୍ଡ ଚିକିତ୍ସାଳୟରେ କିନ୍ତୁ ଏଥିରେ ବ୍ୟତିକ୍ରମ ପରିଲକ୍ଷିତ ହୋଇଛି । ଲକ୍ଷାଧିକ ଟଙ୍କା ବ୍ୟୟରେ ସ୍ଥାପିତ ହୋଇଥିବା ଯନ୍ତ୍ରାଂଶ ଏବେ ଅଚଳ ହୋଇ ପଡ଼ି ରହିଛି। ଯାହାଫଳରେ ଶବକୁ ମିଳିପାରୁନି ଉପଯୁକ୍ତ ସମ୍ମାନ। ଘଟଣା ପ୍ରକାରେ ଦୀର୍ଘବର୍ଷ ତଳେ ଉମରକୋଟ ସ୍ଥିତ ଉପଖଣ୍ଡ ଚିକିତ୍ସାଳୟରେ ଶବକୁ ସୁରକ୍ଷିତ ଭାବେ ରଖିବା ପାଇଁ ଲକ୍ଷାଧିକ ଟଙ୍କା ବ୍ୟୟରେ ଶବ ସୁରକ୍ଷା ଯନ୍ତ୍ର ସ୍ଥାପନ କରାଯାଇଥିଲା। ଏଥିରେ ଏକ ସଙ୍ଗେ ୨ଟି ଶବକୁ ରଖିବା ବ୍ୟବସ୍ଥା ରହିଥିଲା ଏବଂ ଏହି ଯନ୍ତ୍ର ସ୍ଥାପନ ପର ଠାରୁ ଶବ ମଧ୍ୟ ସୁରକ୍ଷିତ ହୋଇ ରହୁଥିଲା। କିନ୍ତୁ ଆଜକୁ ପ୍ରାୟ ୬ ବର୍ଷରୁ ଊର୍ଦ୍ଧ୍ୱ ସମୟ ହେବ ଏହି ଶବ ସୁରକ୍ଷା ଯନ୍ତ୍ର ଅଚଳ ହୋଇ ପଡ଼ି ରହିଥିଲେ ମଧ୍ୟ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କ ଏଥି ପ୍ରତି ନିଘା ନ ଥିବା ମନେ ହେଉଛି। ଶବକୁ ଏଣେ ତେଣେ ରଖାଯାଉଛି। ଯାହା ଫଳରେ ଅନେକ ସମୟରେ ମୂଷା, କୁକୁର ଆଦି ଶବ ଗୁଡିକୁ କ୍ଷତି ପହଞ୍ଚାଇବା ଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳୁଛି। ଏ ନେଇ ଅନେକବାର ଉଚ୍ଚ ପଦାଧିକାରୀଙ୍କୁ ଜଣାଇବା ପରେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନ ଥିବା ଅଭିଯୋଗ ହେଉଛି। ଏ ନେଇ ଉମରକୋଟ ଉପଖଣ୍ଡ ଚିକିତ୍ସାଳୟର ଡାକ୍ତର ସୁମନ୍ତ କୁମାର ରାଉଳଙ୍କୁ ଯୋଗଯୋଗ କରିବାରେ ସେ କହିଛନ୍ତି ସେ ଏହି ଡାକ୍ତରଖାନାରେ ଯୋଗ ଦେବା ପର ଠାରୁ ସେ କେବେ ମଧ୍ୟ ଏହି ଯନ୍ତ୍ରକୁ ଚଳନ୍ତି ଅବସ୍ଥାରେ ଦେଖିନାହାନ୍ତି। ସେ ମଧ୍ୟ ଏ ନେଇ ଉଚ୍ଚ ପଦାଧିକାରୀଙ୍କ ଏଥି ପ୍ରତି ଦୃଷ୍ଟି ଅକର୍ଷଣ କରିଥିବା ପ୍ରକାଶ କରିଛନ୍ତି। ତେବେ, ଉଚ୍ଚ ପଦାଧିକାରୀ ଏଥିପ୍ରତି ଦୃଷ୍ଟି ଦେଇ ତୁରନ୍ତ ଏହାକୁ ସଜାଡ଼ିବା ବ୍ୟବସ୍ଥା କରିବା ପାଇଁ ଦାବି ହେଉଛି।

Hot this week

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

Related Articles

Popular Categories