www.samajalive.in
Sunday, December 7, 2025
16.1 C
Bhubaneswar

ରାସୋଳ ଗ୍ରାମ୍ୟ ବ୍ୟାଙ୍କରୁ ଲୁଟ୍ ଘଟଣା – ପାଞ୍ଚ କିଲୋ ସୁନା, ୧୧ ଲକ୍ଷ ଉଦ୍ଧାର

ହିନ୍ଦୋଳ (ନି.ପ୍ର): ଢେଙ୍କାନାଳ ଜିଲାର ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ରାସୋଳ ଶାଖାରୁ ଲୁଟ୍‌ ଘଟଣାରେ ପୁଲିସ ୯ ଜଣଙ୍କୁ ଗିରଫ କରିଛି। ବ୍ୟାଙ୍କରୁ ଲୁଟ୍‌ ୫ କିଲୋ ୩୫୮ ଗ୍ରାମ ସୁନା ଅଳଙ୍କାରକୁ ପୁଲିସ ଉଦ୍ଧାର କରିଛି। ସେହିପରି ଲୁଟ୍‌ ହୋଇଥିବା ନଗଦ ୧୨ ଲକ୍ଷ ୭୨ହଜାର ୭ ଶହ ୩୫ ଟଙ୍କା ମଧ୍ୟରୁ ୧୧ ଲକ୍ଷ ୫୫ହଜାର ୪ ଶହ ୬୦ ଟଙ୍କା ଉଦ୍ଧାର କରିଥିବା ଢେଙ୍କାନାଳ ଆରକ୍ଷୀ ଅଧୀକ୍ଷକ ଦିବ୍ୟା.ଭି ସୋମବାର ପୂର୍ବାହ୍ଣରେ ରାସୋଳ ଥାନାରେ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ା ବ୍ୟାଙ୍କ କର୍ମଚାରୀଙ୍କ ଲୁଟ୍ ହୋଇଥିବା ୪ଟି ମୋବାଇଲ ଫୋନ୍‌, ବ୍ୟାଙ୍କ ସିସି କ୍ୟାମେରାର ହାର୍ଡ଼ଡିସ୍କ, ସ୍କୁଟି, ମଟରସାଇକଲ ସହ ଲୁଟ୍ ସାମଗ୍ରୀକୁ କଟକ ସ୍ଥାନାନ୍ତର କରିବାରେ ବ୍ୟବହୃତ ଗାଡ଼ିକୁ ପୁଲିସ ଜବତ କରିଛି।
ଗତ ୧୨ ତାରିଖ ଅପରାହ୍ଣ ୩ଟା ବେଳେ ୫ ଲୁଟିଆ ଟଙ୍କା ଜମା କରିବା ବାହାନାରେ ବ୍ୟାଙ୍କକୁ ଯାଇ ସଟର ବନ୍ଦ କରି ମାରଣାସ୍ତ୍ର ଦେଖେଇ କର୍ମଚାରୀଙ୍କୁ ଆକ୍ରମଣ କରି ଦୁଇ କୋଟିରୁ ଊର୍ଦ୍ଧ୍ବ ଟଙ୍କାର ବ୍ୟାଙ୍କ ଲକରରେ ଥିବା ବନ୍ଧକ ସୁନା ଅଳଙ୍କାର ଓ ନଗଦ ୧୨ ଲକ୍ଷ ଟଙ୍କା ଲୁଟି ନେଇଥିବାର ଥାନାରେ ଅଭିଯୋଗ ହୋଇଥିଲା।

ଜିଲା ପୁଲିସର ତତ୍ପରତା ଯୋଗୁଁ ଘଟଣା ଘଟିବାର ୫ ଘଣ୍ଟା ପରେ ସଦର ଥାନା ଗୋବିନ୍ଦପୁର ଫାଣ୍ଡି ଅଧିକାରୀ ମାନସ ସାହୁ ଗୋବିନ୍ଦପୁର ବଜାର ନିକଟରୁ ସନ୍ଦେହରେ ଏକ କାରକୁ ଯାଞ୍ଚ କରି ଲୁଟ୍ ସୁନା ସହ ଚାରି ଜଣ ଲୁଟିଆକୁ ଗିରଫ କରିବାରେ ସକ୍ଷମ ହୋଇଥିଲେ। ସେହିପରି ଲୁଟ୍‌ରେ ସମ୍ପୃକ୍ତ ଥିବା ଢେଙ୍କାନାଳ ଓ ଅନୁଗୋଳ ଜିଲାର ଆଉ ୫ ଜଣ ଲୁଟିଆଙ୍କୁ ଗିରଫ କରିବାରେ ସକ୍ଷମ ହୋଇଥିଲା ପୁଲିସ। ଘଟଣାରେ ୧୧ ଜଣ ସମ୍ପୃକ୍ତ ଥିବାବେଳେ ୬ ଜଣ ପ୍ରତ୍ୟକ୍ଷ ଭାବେ ଓ ପାଞ୍ଚ ଜଣ ଘଟଣା ଘଟାଇବା ଷଡ଼ଯନ୍ତ୍ରରେ ସାମିଲ ଥିବା ଆରକ୍ଷୀ ଅଧୀକ୍ଷକ ସୂଚନା ଦେଇଛନ୍ତି। ଲୁଟରେ ସମ୍ପୃକ୍ତ ୧୧ ଅଭିଯୁକ୍ତ ମଧ୍ୟରୁ ୯ ଜଣଙ୍କୁ ପୁଲିସ ଗିରଫ କରି ଆଜି ଅଦାଲତ ଚାଲାଣ କରିଛି। ଖୁବ୍ ଶୀଘ୍ର ଆଉ ଦୁଇ ଅପରାଧୀଙ୍କୁ ଗିରଫ କରାଯିବ ବୋଲିି ଆରକ୍ଷୀ ଅଧୀକ୍ଷକ ସୂଚନା ଦେଇଥିଲେ। ସାମ୍ୱାଦିକ ସମ୍ମିଳନୀରେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଶିଶୁରଞ୍ଜନ ମହାପାତ୍ର, ଉପଖଣ୍ଡ ପୁଲିସ ଅଧିକାରୀ ମଳୟ ନାୟକ, ରାସୋଳ ଥାନା ଅଧିକାରୀ ବିଜୟ କୁମାର ହାଇବୃ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories