www.samajalive.in
Monday, December 8, 2025
14.1 C
Bhubaneswar

ଶନିବାର ରାଶିଫଳ

ମେଷ: ଅାଗାମୀ କାର୍ଯ୍ୟ ପାଇଁ ସଫଳତାର ସୂଚନା ମିଳଛି। କ୍ଲାନ୍ତ ଶରୀରକୁ ବିଶ୍ରାମ ଦେଇପାରନ୍ତି। ଭାଗ୍ୟଶାଳୀ ହେବେ। ଭୋଗ ବିଳାସରେ ସମୟ କଟାଇ ସୁଖୀ ହେବେ। ସମୃଦ୍ଧିର ମୂଳଦୁଆ ପକାଇବେ। ଧର୍ମାତ୍ମା ହେବେ।

ବୃଷ: ଆସୁଥିବା ପ୍ରମାଦ ପ୍ରତି ସତର୍କ ରହିବାକୁ ପଡ଼ିବ। ଶାରୀରିକ ଅସୁସ୍ଥତା ଅନୁଭବ କରିପାରନ୍ତି। ଖର୍ଚ୍ଚାନ୍ତ ହେବେ। ବ୍ୟବସାୟ ଲାଭ ଜନକ ହେବ। ଅଷ୍ଟମ ଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବେ। କାର୍ଯ୍ୟକ୍ଷେତ୍ରର ସିଦ୍ଧାନ୍ତରେ ଉପନୀତ ହେବେ।

- Advertisement -

ମିଥୁନ: କାର୍ଯ୍ୟରେ ସିଦ୍ଧିପ୍ରାପ୍ତ ହୋଇପାରନ୍ତି। ମନ ପ୍ରସନ୍ନ ରହିବ। ବ୍ୟବସାୟ ଲାଭଜନକ ହେବ। ସମାଜ ସେବା ପ୍ରତି ମନ ବଳାଇବେ। ଶାନ୍ତ ଓ ଧୈର୍ଯ୍ୟବାନ୍‌ ହୋଇପାରନ୍ତି। ପତ୍ନୀଙ୍କ ପରାମର୍ଶ ଉପାଦେୟ ହେବ। ବନ୍ଧୁ ସୁଖ ମିଳିବ।

କର୍କଟ: କାର୍ଯ୍ୟଧାରାର ପରିବର୍ତ୍ତନ ଘଟାଇ ପାରନ୍ତି। ଆପଣଙ୍କ ଉପରେ କେହି ଅସୌଜନ୍ୟ ବ୍ୟବହାର କରିପାରନ୍ତି। ସୁସ୍ଥ ଓ ନିରାମୟ ଜୀବନ ଯାପନ କରିବେ। ଶତ୍ରୁହନ୍ତା ହେବେ। ବଳିଷ୍ଠ ଓ ଶତ୍ରୁହନ୍ତା ହେବେ।

ସିଂହ: କେଉଁଠି ରହିଲା ଭୁଲ; ତାହା ବୁଝି ପାରିବେ। ଅନୁତପ୍ତ ହୋଇପାରନ୍ତି। ଚଞ୍ଚଳ ଚେଷ୍ଟିତ ହେବେ। ହଠାତ୍ କିଛି ଅର୍ଥ ମିଳିପାରେ। ବ୍ୟବସାୟରୁ ପ୍ରଚୁର ଲାଭ ମିଳିବ। ଆର୍ଥିକ ସ୍ରୋତ ବିଭିନ୍ନ ଜାଗାରୁ ଆସିବ। ତେଜସ୍ବୀ ଓ ଉତ୍ତମ ବ୍ୟକ୍ତିତ୍ବ ସମ୍ପନ୍ନ ହେବେ।

କନ୍ୟା: ପ୍ରମାଦ ଏଡ଼ାଇବା ପାଇଁ ଚିନ୍ତା କରିବେ। ଉଦାର ସ୍ୱଭାବର ହୋଇପାରନ୍ତି। ଦାନଶୀଳ ହେବେ। ସ୍ୱାସ୍ଥ୍ୟ ଭଲ ରହିବ। କୃଷିକ୍ଷେତ୍ରରୁ ଲାଭବାନ ହେବେ। ଭାଇମାନଙ୍କ ମଧ୍ୟରେ ଶ୍ରେଷ୍ଠ ହେବେ।

ତୁଳା: ସାଧାରଣ କ୍ଷେତ୍ରରେ ପ୍ରଧାନ୍ୟ ବିସ୍ତାର କରିପାରନ୍ତି। ମନରେ ପ୍ରସନ୍ନ ଭାବ ଦେଖା ଦେବ। ଆସ୍ତିକ ସ୍ୱଭାବର ହୋଇପାରନ୍ତି। ଥଣ୍ଡା କଫଜନିତ ସାମାନ୍ୟ ପୀଡ଼ା ଭୋଗ କରିପାରନ୍ତି। ପ୍ରେମୀ ଓ ସାହସୀ ହେବେ। ବିବାଦରେ ବିଜୟୀ ହେବେ।

ବିଛା: ଭାଗ୍ୟଶାଳୀ ହୋଇପାରନ୍ତି। ଶୋଭନ ବ୍ୟକ୍ତିତ୍ୱର ଅଧିକାରୀ ହେବେ। ବିଭିନ୍ନ ଦିଗରୁ ଧନାଗମ ହେବ। ପରଦେଶବାସୀ, ମଧୁରଭାଷୀ, ସହନଶୀଳ, ଶାନ୍ତିପ୍ରିୟ ଓ ଉଦାର ବିଦ୍ୟାପ୍ରେମୀ ହେବେ। ମିତ୍ରମାନଙ୍କ ସହାୟତା ମିଳିପାରେ।

ଧନୁ: ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ରୋଜଗାର ଆଶାନୁରୂପ ହେବ। ସରକାର କିମ୍ବା ବନ୍ଧୁ ସହାୟତା ପାଇ ଲାଭବାନ ହେବେ। ଲୋକପ୍ରିୟତା ଅର୍ଜନ କରିବେ। ମୋକଦ୍ଦମାରେ ବିଜୟୀ ହୋଇ ଧନଲାଭ କରିପାରନ୍ତି। ଦାମ୍ପତ୍ୟ ସୁଖ ମିଳିବ।

ମକର: ଦକ୍ଷତାର ସଦୁପଯୋଗ କରିପାରନ୍ତି। କାର୍ଯ୍ୟରେ ବାଧା, ବିଘ୍ନ ଦେଖା ଦେଇପାରେ। ଚଞ୍ଚଳ ସ୍ୱଭାବର ହେବେ। ମିଷ୍ଟଭାଷୀ ହୋଇପାରନ୍ତି। ଚକ୍ଷୁପୀଡ଼ା ଅନୁଭବ କରିବେ।

କୁମ୍ଭ: ଆୟ ଆଶାନୁରୂପ ହେବ। ଚଞ୍ଚଳ ପ୍ରକୃତିର ହୋଇପାରନ୍ତି। ଲୋକପ୍ରିୟତା ବୃଦ୍ଧି ହେବ। ବ୍ୟବସାୟରୁ ଲାଭ ମିଳିବ। ସରକାରୀ ସ୍ତରରେ ସମ୍ମାନିତ ହେବେ। ରାଜକୋଷ ଅର୍ଥ ମିଳିବ। କରିତ୍‍କର୍ମା ହେବେ।

ମୀନ: କୁଳ ଉଦ୍ଧାରକ ହେବେ। ମନ ପ୍ରସନ୍ନ ରହିବ। ସୁସ୍ଥ ଓ ନିରାମୟ ଜୀବନ ଯାପନ ବିତାଇବେ। ବ୍ୟବସାୟ ଲାଭଜନକ ହେବ। ସେବା ମନୋଭାବ ଗ୍ରହଣ କରିପାରନ୍ତି। ଯଶ୍ୱସୀ ହେବେ। ସୁଖ ମିଳିବ। ପରିବାର ପ୍ରତି ସ୍ନେହଭାବ ଅତୁଟ ରହିବ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories