www.samajalive.in
Tuesday, December 9, 2025
16.1 C
Bhubaneswar

ବଧୂ ହତ୍ୟା ମାମଲା: ୩ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ

କଟକ : ଲାଲବାଗ ଥାନା ଅନ୍ତର୍ଗତ କାଫଲା ବଜାର ଅଞ୍ଚଳରେ ସଂଗଠିତ ଏକ ବଧୂ ହତ୍ୟା ମାମଲାରେ କଟକ ଜିଲା ତୃତୀୟ ଅତିରିକ୍ତ ଜିଲା ଜଜ ବିକ୍ରମ ପଟ୍ଟନାୟକ ରାୟ ପ୍ରକାଶ କରି ଅଭିଯୁକ୍ତମାନଙ୍କୁ ଆଜୀବନ କରାଦଣ୍ଡରେ ଦଣ୍ଡିତ କରିଛନ୍ତି। ସରକାରଙ୍କ ପକ୍ଷରୁ ଅତିରିକ୍ତ ପିପି ବିଜୟ କୁମାର ମହାନ୍ତି ମାମଲା ପରିଚାଳନା କରୁଥିଲେ। ମାମଲାର ବିବରଣୀରୁ ପ୍ରକାଶ ଯେ ଲାଲବାଗ ଥାନା ଅନ୍ତର୍ଗତ କାଫଲା ବଜାର ଅଞ୍ଚଳର ପ୍ରଦୀପ ବେହେରାଙ୍କ ୨୦୦୩ ମସିହାରେ ବାପ ଛେଉଣ୍ଡ ଝିଅ ପ୍ରତିମା ବେହେରାଙ୍କ ସାଥେ ବିବାହ ସଂପନ୍ନ ହୋଇଥିଲା। ବିବାହ ପରେ ପ୍ରତିମାକୁ ଯୌତୁକ ପାଇଁ ନିର୍ଯାତନା ଦିଆଯାଉଥିଲା। କିନ୍ତୁ ୨୦୦୮, ମେ ମାସ ୧୬ତାରିଖରେ ଶାଶୁ ଘର ଲୋକମାନେ ପ୍ରତିମାଙ୍କ ଜୀବନ ନେଇଯାଇଥିଲେ। ପ୍ରତିମାକୁ ଏକ ଘରେ ପୂରାଇ ନିଅାଁ ଲଗାଇଦେଇଥିଲେ। ମୁମୂର୍ଷୁ ଅବସ୍ଥାରେ ଏସସିବି ମେଡ଼ିକାଲରେ ଭର୍ତ୍ତୀ କରି ତାଙ୍କ ଘର ଲୋକଙ୍କୁ ଖବର ଦେଇଥିଲେ। ସଂଧ୍ୟା ଧୂପ ଦେଉଥିବାବେଳେ ପ୍ରତିମା ପୋଡିଯାଇଛି ବୋଲି କହିଥିଲେ। ଏହି ଖବର ପାଇ ପ୍ରତିମା ଘର ଲୋକମାନେ ମେଡିକାଲରେ ପହଞ୍ଚିବା ପରେ ମୃତ ଦେହ ଦେଖିବା ପାଇଁ ପାଇଥିଲେ। ଏହାପରେ ଲାଲବାଗ ଥାନାରେ ଏତଲା ଦେବା ପରେ ପୁଲିସ ଘଟଣାର ତଦନ୍ତ କରି ଅଭିଯୁକ୍ତମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଏହି ମାମଲା କୋର୍ଟରେ ଚାଲିଥିବାବେଳେ ସରକାରଙ୍କ ପକ୍ଷରୁ ୧୯ଜଣ ଓ ପ୍ରତିପକ୍ଷଙ୍କ ପକ୍ଷରୁ ୩ଜଣ ସାକ୍ଷ୍ୟ ପ୍ରଦାନ କରିଥିଲେ। ତେବେ ସାକ୍ଷୀମାନଙ୍କ ବୟାନକୁ ଭିତ୍ତି କରି କୋର୍ଟ ଆଇପିସି ୩୦୪-ବି ଧାରାରେ ପ୍ରତିମାଙ୍କ ସ୍ୱାମୀ ପ୍ରଦୀପ ବେହେରା, ଶାଶୁ ଶ୍ରୀମତୀ ହାରାମଣୀ ବେହେରା ଓ ଶ୍ୱଶୁର ପରମାନନ୍ଦ ବେହେରାଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିବା ୨୦ହଜାର ଟଙ୍କା ଜୋରିମାନ ଆଦେଶ ଦେଇଛନ୍ତି। ଅନାଦେୟ ଆହୁରି ୧ବର୍ଷ ଜେଲ ଭୋଗିବା ପାଇଁ ପଡିବ ବୋଲି ସ୍ପଷ୍ଟ କରିଛନ୍ତି। ସେହିପରି ଆଇପିସି ୪୯୮-ଏ ଧାରାରେ ୩ବର୍ଷ ଜେଲ ସହ ୧୦ହଜାର ଟଙ୍କା ଜୋରିମାନା ଆଦେଶ ଦେଇଛନ୍ତି। ଅନାଦେୟ ଆହୁରି ୬ ମାସ ଜେଲ ଭୋଗିବା ପାଇଁ ପଡିବ ବୋଲି ସ୍ପଷ୍ଟ କରିଛନ୍ତି। ୪ଡିପି ଧାରାରେ ୧ବର୍ଷ ସଶ୍ରମ କାରାଦଣ୍ଡ ସହ ୫ହଜାର ଜୋରିମାନା ଆଦେଶ ଦେଇଛନ୍ତି। ଅନାଦେୟ ଆହୁରି ୩ମାସ ଜେଲ ଭୋଗିବା ପାଇଁ ପଡିବ ବୋଲି ସ୍ପଷ୍ଟ କରିଛନ୍ତି।

Hot this week

ସେନସେକ୍ସ ୬୧୦ ପଏଣ୍ଟ ଓ ନିଫ୍ଟି ୨୨୬ ପଏଣ୍ଟ ହ୍ରାସ

ନୂଆଦିଲ୍ଲୀ : ଘରୋଇ ଇକ୍ୱିଟି ସୂଚକାଙ୍କ ସୋମବାର ହ୍ରାସ ପାଇଛି। ସୂଚକାଙ୍କଗୁଡ଼ିକ...

ବୁଧବାର ଭାରତ-ଆମେରିକା ଆଲୋଚନା

ନୂଆଦିଲ୍ଲୀ : ବୁଧବାର ପରବର୍ତ୍ତୀ ପର୍ଯ୍ୟାୟ ଭାରତ-ଆମେରିକା ମୁକ୍ତ ବାଣିଜ୍ୟ ଚୁକ୍ତି...

ଦୁର୍ନୀତି ବ୍ୟାଧିର ଉପଚାର

ପୂର୍ବ ୟୁରୋପର ଦେଶ ଜର୍ଜିଆ, ଯାହା କି ପୂର୍ବରୁ ସୋଭିଏତ୍‌‌ ରୁଷ...

ଚିନ୍ତାକଳ୍ପ : ଗୃହୀ ସାଧକର ଆଭିମୁଖ୍ୟ

ମହର୍ଷି ଅଙ୍ଗିରାଙ୍କ ଆଶ୍ରମରେ ରହି ଶିଷ୍ୟମାନେ ଅଧ୍ୟୟନ କରୁଥାନ୍ତି। ତାଙ୍କ ମାର୍ଗଦର୍ଶନରେ...

ସମ୍ପାଦକୀୟ : ଜାତିସଂଘର ପାଣ୍ଠି ଚିନ୍ତା

ବିଶ୍ବବ୍ୟାପୀ ମାନବିକ ସହାୟତା ପ୍ରଭାବିତ ମିଳିତ ଜାତିସଂଘ ୨୦୨୬ ବର୍ଷ ପାଇଁ ୨୩...

Related Articles

Popular Categories