www.samajalive.in
Sunday, December 7, 2025
16.1 C
Bhubaneswar

ଧନ ପ୍ରାପ୍ତି ପାଇଁ ସକାଳେ ସ୍ନାନ ପରେ ପ୍ରଥମେ ସୂର୍ଯ୍ୟଦେବଙ୍କୁ ଦର୍ଶନ କରନ୍ତୁ

ମେଷ ରାଶି – ଧନପ୍ରାପ୍ତି ପାଇଁ ସକାଳେ ସ୍ନାନ ପରେ ପ୍ରଥମେ ସୂର୍ଯ୍ୟଦେବଙ୍କୁ ଦର୍ଶନ କରନ୍ତୁ। ଏହାପରେ ପ୍ରଭୁ ଲକ୍ଷ୍ମୀନାରାୟଣଙ୍କ ନିକଟରେ ଗୁଡ଼ର କ୍ଷୀରୀ ଭୋଗ କରି ମହିଳାଙ୍କୁ ଏହାକୁ ବାଣ୍ଟି ଦିଅନ୍ତୁ।
ବୃଷ ରାଶି – ଧନ ପ୍ରାପ୍ତି ପାଇଁ ସକାଳେ ସ୍ନାନ ପରେ ପ୍ରଥମେ ପ୍ରଭୁ ଶଙ୍କରଙ୍କୁ ଦର୍ଶନ କରନ୍ତୁ। ଶୁକ୍ରବାର ଦିନ ଶିବଲିଙ୍ଗରେ ଗୋଟା ଅରୁଆ ଚାଉଳ ପ୍ରଭୁଙ୍କୁ ଅର୍ପଣ କରିବା ସହ ଦହି ଚିନି ଖାଇ ଘରୁ କାର୍ଯ୍ୟରେ ଯାଆନ୍ତୁ।
ମିଥୁନ ରାଶି – ଆର୍ଥିକ ସମସ୍ୟା ଦୂର ପାଇଁ ସକାଳେ ସ୍ନାନ ପରେ ସର୍ବପ୍ରଥମେ ମା’ଲକ୍ଷ୍ମୀ କିମ୍ବା ମା’ ଦୁର୍ଗାଙ୍କୁ ଦର୍ଶନ କରନ୍ତୁ। ପାଞ୍ଚଟି ଗେଣ୍ଡୁ ଫୁଲ ପ୍ରଭୁ ଗଣେଶଙ୍କୁ ଅର୍ପଣ କରିବା ସହ କନ୍ୟାଙ୍କୁ ମିଠା ଖାଇବାକୁ ଦିଅନ୍ତୁ।
କର୍କଟ ରାଶି – ଧନ ପ୍ରାପ୍ତି ପାଇଁ ସକାଳେ ସ୍ନାନ ପରେ ପ୍ରଥମେ ଭଗବାନ କୃଷ୍ଣଙ୍କୁ ଦର୍ଶନ କରନ୍ତୁ। ପ୍ରଭୁଙ୍କୁ ତୁଳସୀ ପତ୍ର , ମିଶ୍ରି , ଲହୁଣୀ , ଅର୍ପଣ କରନ୍ତୁ। ଲାଲ ଚନ୍ଦନର ତିଳକ ପ୍ରଭୁଙ୍କୁ ଲଗାନ୍ତୁ।
ସିଂହରାଶି – ଧନ ପ୍ରାପ୍ତି ପାଇଁ ସକାଳେ ସ୍ନାନ ପରେ ପ୍ରଥମେ ସୂର୍ଯ୍ୟଦେବଙ୍କୁ ଦର୍ଶନ କରନ୍ତୁ। ବକେୟା ଅର୍ଥ ପ୍ରାପ୍ତି ପାଇଁ ଦକ୍ଷିଣ ହସ୍ତରେ ଲାଲ ଗୋଲାପ ପ୍ରଭୁ ହନୁମାନଙ୍କ ଚରଣରେ ଅର୍ପଣ କରି ତାହାକୁ ନିଜ ପର୍ସରେ ରଖନ୍ତୁ।
କନ୍ୟା ରାଶି – ଧନ ପ୍ରାପ୍ତି ପାଇଁ ସକାଳେ ସ୍ନାନ ପରେ ପ୍ରଥମେ ପ୍ରଭୁ ଗଣେଶଙ୍କୁ ଦର୍ଶନ କରନ୍ତୁ। ଧଳା ଅରୁଆ ଚାଉଳ ମା’ଦୁର୍ଗାଙ୍କୁ ଅର୍ପଣ କରନ୍ତୁ। ଘରେ ପ୍ରଭୁ ଗଣେଶଙ୍କ ନିକଟରେ ଏକ ଗୁଆ ରଖନ୍ତୁ।
ତୁଳା ରାଶି – ଏହି ରାଶିର ବ୍ୟକ୍ତି ବା ମହିଳା ଭଗବାନ ଲକ୍ଷ୍ମୀନାରାୟଣଙ୍କୁ ପଦ୍ମ ଫୁଲ ଅର୍ପଣ କରନ୍ତୁ। ପାଞ୍ଚଟି ବୁନ୍ଦି ଲଡ଼ୁ ପ୍ରଭୁ ହନୁମାନଙ୍କ ନିକଟରେ ଭୋଗ କରି ପିଲାମାନଙ୍କୁ ବାଣ୍ଟି ଦିଅନ୍ତୁ।
ବିଛା ରାଶି – ଏହି ରାଶିର ବ୍ୟକ୍ତି ବା ମହିଳା ଧନ ପ୍ରାପ୍ତି ପାଇଁ ତୁଳସୀ ବୃକ୍ଷ ବିଷ୍ଣୁଙ୍କ ମନ୍ଦିରରେ ଲଗାନ୍ତୁ। ବ୍ୟବସାୟିକ କାର୍ଯ୍ୟରେ ଯିବା ପୂର୍ବରୁ ଶ୍ରୀରାମଙ୍କ ସ୍ତୁତି ପାଠ କରନ୍ତୁ।
ଧନୁ ରାଶି – ଧନ ପ୍ରାପ୍ତି ପାଇଁ ପ୍ରଭୁ ହନୁମାନଙ୍କୁ ଦର୍ଶନ କରନ୍ତୁ। ପାଞ୍ଚଟି ପାନର ପତ୍ର, ହଳଦିଆ ମିଠା ଅଶ୍ୱତ୍ଥ ବୃକ୍ଷ ନିକଟରେ ଅର୍ପଣ କରନ୍ତୁ।
ମକର ରାଶି – ଧନ ପ୍ରାପ୍ତି ପାଇଁ ମା’ଗାୟତ୍ରୀଙ୍କର ଦର୍ଶନ କରନ୍ତୁ। ଯେକୌଣସି ମହତ୍ତ୍ୱ ପୂର୍ଣ୍ଣ କାର୍ଯ୍ୟରେ ଯିବା ପୂର୍ବରୁ ଧଳା ଫୁଲ ନିଜ ପାଖରେ ରଖନ୍ତୁ। ପିମ୍ପୁଡ଼ିକୁ ଚିନି ଖାଇବାକୁ ଦିଅନ୍ତୁ।
କୁମ୍ଭ ରାଶି – ଧନ ପ୍ରାପ୍ତି ପାଇଁ କଦଳୀ ବୃକ୍ଷ ନିକଟରେ ଦେଶୀ ଘିଅର ଦୀପ ଲଗାନ୍ତୁ। ଯେକୌଣସି କାର୍ଯ୍ୟରେ ଯିବା ପୂର୍ବରୁ ପ୍ରଭୁ ହନୁମାନଙ୍କୁ ମିଠାପାନ ଅର୍ପଣ କରନ୍ତୁ।
ମୀନ ରାଶି – ଧନ ପ୍ରାପ୍ତି ପାଇଁ କେସର ତିଳକ ପ୍ରଭୁ ବିଷ୍ଣୁଙ୍କୁ ଅର୍ପଣ କରନ୍ତୁ। ସେହି ତିଳକ ନିଜ ମଥାରେ ଲଗାନ୍ତୁ। ଦେବୀ ଲକ୍ଷ୍ମୀଙ୍କୁ ପେଡ଼ା ଭୋଗ ଅର୍ପଣ କରନ୍ତୁ।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories