www.samajalive.in
Sunday, December 7, 2025
15.1 C
Bhubaneswar

ପଳାଶୁଣିରେ ଗ୍ରାମୀଣ ପାନୀୟଜଳ ପ୍ରକଳ୍ପ ଲୋକାର୍ପିତ

ବାଙ୍କୀ :  ବାଙ୍କୀ-ଡମପଡା ବ୍ଲକ ଅନ୍ତର୍ଗତ ନରାଗାଙ୍ଗ ପଞ୍ଚାୟତ ଅଧିନ ପଳାଶୁଣି ଗ୍ରାମରେ ମଙ୍ଗଳବାର ଦିନ ଗ୍ରାମୀଣ ପାନୀୟଜଳ ଯୋଗାଣ ପ୍ରକଳ୍ପ ଲୋକାର୍ପିତ ହୋଇଯାଇଛି। ଏହି ପ୍ରକଳ୍ପରେ ଗ୍ରାମର ୧୪୨ପରିବାଙ୍କୁ ବସୁଧା ଯୋଜନାରେ ସରକାରୀ ପାନୀୟ ପାଇପ ଜଳ ଯୋଗାଣ କରାଯାଇଥିବା ସୂଚନା ମିଳିଛି। ବାଙ୍କୀର ପୂର୍ବତନ ବିଧାୟକ ପ୍ରଭାତ କୁମାର ତ୍ରିପାଠୀ ଏହି ପ୍ରକଳ୍ପର ଶୁଭ ଉଦ୍ଦ୍ଘାଟନ କରିଥିବା ବେଳେ ବିଧାୟକ ଦେବୀରଞ୍ଜନ ତ୍ରିପାଠୀ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ବସୁଧା ଯୋଜନା ଓ ଗ୍ରାମର ପାନୀୟଜଳ ସଙ୍କଟର ଏହି ଜଳ ଯୋଗାଣ ପ୍ରକଳ୍ପ ଏକ ସଫଳ ତୃଷ୍ଣା ମେଣ୍ଟାଇବାରେ ସକ୍ଷମ ହେବ ବୋଲି କହିଛନ୍ତି।

୫୨ଲକ୍ଷ ଟଙ୍କା ବ୍ୟୟବରାଦରେ ୧ଲକ୍ଷ ଲିଟର ଭୂତଳ ଜଳ ସଂରକ୍ଷଣ ଏବଂ ୫୦ହଜାର ଲିଟର କ୍ଷମତା ବିଶିଷ୍ଟ ପାଣି ଟାଙ୍କି ସହିତ ଗ୍ରାମରେ ୧ହଜାର ୭୦୦ମିଟର ପାଇପ୍ ସଞ୍ଜୋଗ କରାଯାଇଛି। ଏହି ଅବସରରେ ପଳାଶୁଣି ପ୍ରାଥମିକ ବିଦ୍ୟାଳୟ ନିକଟରେ ଆୟୋଜିତ ଲୋକାର୍ପଣ ଉତ୍ସବରେ ଅନ୍ୟତମ ସମ୍ମାନିତ ଅତିଥି ଭାବରେ ଡମପଡା ବ୍ଲକ ଅଧ୍ୟକ୍ଷ ସୂର୍ଯ୍ୟନାରାୟଣ ପାତ୍ର,ଉପାଧ୍ୟକ୍ଷା ରେବତୀ ଜେନା,ସରପଞ୍ଚ ପ୍ରଶାନ୍ତ ମତଗଜସିଂ,ଗ୍ରାମ ମୁରବି ଭଗବାନ ପଣ୍ଡା,ଡଃ. ଗଣେଶ୍ୱର ସ୍ୱାଇଁ,ନାରାୟଣ ଜେନା ପ୍ରମୁଖ ଯୋଗଦେଇଥିଲେ। ବିଭାଗୀୟ କନିଷ୍ଠ ଯନ୍ତ୍ରୀ ବୈଷ୍ଣବ ମଲ୍ଲିକ ଯୋଜନାର ରୂପରେଖ ସମ୍ପର୍କରେ ସୂଚନା ଦେଇଥିଲେ। ଶିକ୍ଷାବିତ୍ ଦିଲ୍ଲିପ କୁମାର ଦାସ ଲୋକାର୍ପିତ ଉତ୍ସବର ସଞ୍ଜୋଜନା କରିଥିଲେ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories