www.samajalive.in
Monday, December 8, 2025
24.1 C
Bhubaneswar

ବିଜେପି ଉପରେ ବର୍ଷିଲେ ସୁରେଜୱାଲା ; ଚିଦମ୍ବରମ୍‍ଙ୍କ ଗିରଫଦାରୀ ଗଣତନ୍ତ୍ରର ହତ୍ୟା

ନୂଆଦିଲ୍ଲୀ : ଆଇଏନ୍‍ଏକ୍ସ ମିଡିଆ ମାମଲାରେ ଗିରଫ୍‍ ହୋଇଥିବା ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି. ଚିଦମ୍ବରମ୍‍ଙ୍କ ସମର୍ଥନରେ କଂଗ୍ରେସ ଦଳ ଆଗେଇ ଆସିଛି। କେନ୍ଦ୍ରର ବିଜେପି ସରକାର ଚିଦମ୍ବରମ୍‍ଙ୍କ ବିରୋଧରେ ପ୍ରତିଶୋଧମୂଳକ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିଛି ବୋଲି ଦଳ ପକ୍ଷରୁ କୁହାଯାଇଛି । କଂଗ୍ରେସ ମୁଖପାତ୍ର ରଣଦୀପ ସୁରେଜୱାଲା ଗୁରୁବାର ନୂଆଦିଲ୍ଲୀଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଏହା କହିଛନ୍ତି। ଚିଦମ୍ବରମ୍‍ଙ୍କ ଗିରଫଦାରୀକୁ ଦେଶରେ ଦିନ ଦ୍ବିପ୍ରହରରେ ଗଣତନ୍ତ୍ରର ହତ୍ୟା ବୋଲି ସେ ଦର୍ଶାଇଛନ୍ତି । ବିଜେପି ସରକାର ଇଡି ଏବଂ ସିବିଆଇକୁ ପ୍ରତିଶୋଧମୂଳକ କାର୍ଯ୍ୟନୁଷ୍ଠାନରେ ବ୍ୟବହାର କରିଛି ବୋଲି  ସୁରେଜୱାଲା ଅଭିଯୋଗ କରିଛନ୍ତି। ଦେଶର ଆର୍ଥିକ ସ୍ଥିତି ଓ ଅର୍ଥ ବ୍ୟବସ୍ଥା ଦୁର୍ବଳ ହୋଇପଡିଛି, ଏସବୁରୁ ନଜର ହଟାଇବା ପାଇଁ ବିଜେପି ଚିଦମ୍ବରମ୍‍ଙ୍କ ଗିରଫଦାରୀ ନାଟକ ଚଳାଇଛି । ବିଜେପି ଉପରେ ପ୍ରବଳ ବର୍ଷି ସୁରେଜୱାଲା ଏଭଳି ଅଭିଯୋଗ କରିଛନ୍ତି।

ଅନ୍ୟପକ୍ଷରେ ଚିଦମ୍ବରମଙ୍କ ସପକ୍ଷରେ  ଆଗକୁ ଆସିଥିବା କଂଗ୍ରେସର ପ୍ରମୁଖ ନେତାମାନଙ୍କୁ ବିଜେପି ସମାଲୋଚନା କରିଛି। ଗଣମାଧ୍ୟମ ସହ ଆଲୋଚନା ବେଳେ ବିଜେପି ମୁଖପାତ୍ର ଜି.ଭି.ଏଲ୍‍. ନରସିହ୍ମା ରାଓ ଅଭିଯୋଗ କରିଛନ୍ତି ଯେ ରାହୁଲ ଗାନ୍ଧି ଓ ପ୍ରିୟଙ୍କା ଗାନ୍ଧି ଭାଦ୍ରାଙ୍କ ଭଳି ନେତାମାନେ ଯେଉଁଭଳି ଭାବରେ ତାଙ୍କୁ ସମର୍ଥନ କରିଛନ୍ତି ଏଥିରୁ ଜଣାପଡ଼ୁଛି ସେମାନଙ୍କର ଛତ୍ରଛାୟା ତଳେ ଏହି ଦୁର୍ନୀତି ଘଟିଛି। ଏହି ବରିଷ୍ଠ କଂଗ୍ରେସ ନେତାଙ୍କ ବିରୁଦ୍ଧରେ ସିବିଆଇ ଏବଂ ଇଡିର କାର୍ଯ୍ୟାନୁଷ୍ଠାନ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି ହେଉଥିବା ଅଭିଯୋଗକୁ ଖଣ୍ଡନ କରି ଶ୍ରୀ ରାଓ କହିଛନ୍ତି, ଉଚ୍ଚନ୍ୟାୟାଳୟ ଏହି ମାମଲାରେ ଶ୍ରୀ ଚିଦାମ୍ବରମ୍‍ଙ୍କୁ ମୁଖ୍ୟ ଷଡ଼ଯନ୍ତ୍ରକାରୀ ବୋଲି ବର୍ଣ୍ଣନା କରିଛନ୍ତି।

- Advertisement -

ସେହିପରି ଆୟକର ମାମଲାରେ ତାଙ୍କ ବିରୁଦ୍ଧରେ ଚାଲିଥିବା ନ୍ୟାୟିକ ପ୍ରକ୍ରିୟାକୁ ଖାରଜ କରିବା ପାଇଁ ପି. ଚିଦାମ୍ବରମ୍‍ଙ୍କ ପୁତ୍ର କାର୍ତ୍ତି ଚିଦାମ୍ବରମ୍‍ କରିଥିବା ଆବେଦନକୁ ମାଡ୍ରାସ୍‍ ହାଇକୋର୍ଟ  ଅଗ୍ରାହ୍ୟ କରିଦେଇଛନ୍ତି।

 

Hot this week

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

Related Articles

Popular Categories