www.samajalive.in
Thursday, December 11, 2025
15.1 C
Bhubaneswar

ବାପାଙ୍କୁ ବଞ୍ଚାଇବା ପାଇଁ ପୁଅର ଆକୁଳ ନିବେଦନ

ଭୁବନେଶ୍ବର: ବାପାଙ୍କୁ ବଞ୍ଚାଇବା ପାଇଁ ପୁଅ ଦୀର୍ଘ ଦିନ ହେଲା ସଙ୍ଘର୍ଷ ଜାରି ରଖିଛି। ଏବେ ପାଖରେ ଥିବା ସମ୍ବଳ ସରି ଆସିଲାଣି। ଖର୍ଚ୍ଚ ହୋଇ ସାରିଲାଣି ୧୫ ଲକ୍ଷରୁ ଉର୍ଦ୍ଧ୍ବ। ଦୈନିକ ମେଡିକାଲ ଖର୍ଚ୍ଚ ତୁଲାଇବା ପୁଅ ପାଇଁ କଷ୍ଟକର ବ୍ୟାପାର ହୋଇପଡ଼ିଛି। ପ୍ରତି ଦିନ ଦରକାର ପଡୁଛି ୧୫ ରୁ ୨୦ ହଜାର ଟଙ୍କା। ତଥାପି ହାର ମାନି ନାହାନ୍ତି ପୁଅ ସତ୍ୟଜିତ ସାହୁ।  ବାପାଙ୍କ ଜୀବନ ବଞ୍ଚାଇବା ପାଇଁ  ସମସ୍ତ ପ୍ରକାର ଉଦ୍ୟମ ଜାରି ରଖିଛନ୍ତି। ସତ୍ୟଜିତଙ୍କ ବାପା ରାମ ଚନ୍ଦ୍ର ସାହୁ ( ୬୦ )ଙ୍କୁ ବଞ୍ଚାଇବା ପାଇଁ ମିଳାପ ଆପ ସହଯୋଗର ହାତ ବଢାଇଛି। ଏହି ଆପ ମାଧ୍ୟମରେ ବଦାନ୍ଯ ବ୍ଯକ୍ତିମାନେ ସହାୟତାର ହାତ ବଢାଇବା ଆରମ୍ଭ କରିଛନ୍ତି। ବାପା ରାମ ଚନ୍ଦ୍ର ସାହୁ ୫୦ରୁ  ଅଧିକ ଦିନ ହେଲାଣି ଆଇସିୟୁରେ ରହି ଚିକିତ୍ସିତ ହେଉଛନ୍ତି।

ସୂଚନା ଅନୁଯାୟୀ, ରାମ ଚନ୍ଦ୍ରଙ୍କ ଘର କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଅନ୍ତର୍ଗତ ଘରଭଞ୍ଜା ଗାଁରେ। ସେ ନରେନ୍ଦ୍ର ଗୁଞ୍ଜରୀ ବିଦ୍ୟାପୀଠ ବ୍ଲକ ଗ୍ରାଣ୍ଟ ସ୍କୁଲରେ କାର୍ଯ୍ୟରତ ଥିଲେ।  ହେଲେ ବାପାଙ୍କ  ଆକସ୍ମିକ ଦୁର୍ଘଟଣା ତାଙ୍କ ପରିବାରର ମେରୁଦଣ୍ଡ ଦୋହୋଲାଇ ଦେଇଛି। ହସଖୁସିର ପରିବାରରେ ଯେମିତି କଳାବାଦଲ ଘୋଟିଯାଇଛି। ପୁଅ ବିଜେବି କଲେଜରେ ସମ୍ବାଦିକତା ପାଠ୍ୟକ୍ରମ ଶେଷ କରିବା ପରେ   ଡିଜିଟାଲ ଗଣମାଧ୍ୟମରେ କାର୍ଯ୍ୟ କରୁଛନ୍ତି। କମ ଦରମାରେ ବାପାଙ୍କ ଚିକିତ୍ସା ଖର୍ଚ୍ଚ ତୁଲାଇବା କଷ୍ଟକର ହୋଇପଡ଼ିଛି।

- Advertisement -

ଖବର ଅନୁଯାୟୀ, ରାମ ଚନ୍ଦ୍ର ଗତ ଏପ୍ରିଲ ୨୨ ତାରିଖରେ ରାଜକନିକାରୁ ଚାନ୍ଦବାଲି ଯିବା ସମୟରେ ଓସ୍ତିଆ ପେଟ୍ରୋଲ ପମ୍ପ ନିକଟରେ ତାଙ୍କର ଦୁର୍ଘଟଣା ଘଟିଥିଲା । ଫଳରେ ରାମ ଚନ୍ଦ୍ରଙ୍କ ଅଣ୍ଟା, ଛାତି ହାଡ ଏବଂ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ କିଛି ଦିନ ଚିକିତ୍ସିତ ହେବା ପରେ କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଦୀର୍ଘ ୫୦ରୁ  ଅଧିକ ଦିନ ହେବ ଆଇସିୟୁରେ ଚିକିତ୍ସିତ ହେବା ଯୋଗୁଁ ପୁଅ ସତ୍ୟଜିତ ପାଖରୁ ପ୍ରାୟ ସମସ୍ତ ଅର୍ଥ ଶେଷ ହୋଇ ସାରିଲାଣି। ତାଙ୍କ ବାପାଙ୍କ ମୁଣ୍ଡରେ ଆଘାତ ଲାଗିଥିବାରୁ ଶରୀରର ଅଧିକାଂଶ ଅଙ୍ଗପ୍ରତ୍ୟଙ୍ଗ କାମ କରିବା ବନ୍ଦ କରିଦେଇଛି। ଏଥିପାଇଁ  କ୍ରିଟିକାଲ ସର୍ଜରୀର ଆବଶ୍ୟକତା ରହିଛି ବୋଲି ଡାକ୍ତର କହିଛନ୍ତି। ଯେଉଁଥିପାଇଁ ବହୁତ ଅର୍ଥ ଦରକାର ପଡୁଛି। ବାପାଙ୍କ ଜୀବନ ବଞ୍ଚାଇବା ପାଇଁ ପୁଅ ସତ୍ୟଜିତ ସାହୁ ଆର୍ଥିକ ସହାୟତା ନିବେଦନ କରିଛନ୍ତି। ତେଣୁ ସେ ସମସ୍ତଙ୍କୁ ନିବେଦନ କରି କହିଛନ୍ତି ଯେ, କିଛି କିଛି ସହାୟତା କଲେ ବାପାଙ୍କ ଜୀବନ ବଞ୍ଚିପାରିବ।

https://milaap.org/fundraisers/support-ramachandra-sahoo?utm_source=whatsapp&utm_medium=thank_you&mlp_referrer_id=5705516

ସତ୍ଯଜିତ ସାହୁ ( ପୁଅ ): 7978515397

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories