ମୁମ୍ବାଇ: ଖୁବଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ବଲିଉଡ ଷ୍ଟାର ରକୁଲ ପ୍ରୀତ ସିଂ ଓ ଜ୍ୟାକି ଭଗନାନୀ। ଉଭୟଙ୍କ ବିବାହକୁ ନେଇ ଦର୍ଶକ ଖୁବ ଉତ୍ସାହିତ ରହିଛନ୍ତି। ମିଳିଥିବା ସୂଚନା ଅନୁସାରେ ଫେବୃଆରୀ ୨୧ରେ ଦକ୍ଷିଣ ଗୋଆର ଏକ ବିଳାସପୂର୍ଣ୍ଣ ହୋଟେଲରେ ଉଭୟଙ୍କ ବିବାହ ଉତ୍ସବ ଅନୁଷ୍ଠିତ ହେବ। ବିବାହ ସ୍ଥାନରେ ଉଭୟ ପହଂଚି ସାରିଥିବା ବେଳେ ଅତିଥିମାନେ ମଧ୍ୟ ସେଠାରେ ପହଞ୍ଚିବାରେ ଲାଗିଛନ୍ତି। ଏହି ବିବାହରେ ରକୁଲଙ୍କୁ ଏକ ଉପହାର ଦେବାକୁ ପ୍ଲାନ କରିଛନ୍ତି ଜ୍ୟାକି। ଭାବି ପତ୍ନୀଙ୍କ ଲାଗି ସେ ଏକ ମ୍ୟୁଜିକ ଭିଡ଼ିଓ କରିଛନ୍ତି। ଯାହାକି ସେମାନଙ୍କ ଲଭଷ୍ଟୋରୀ ଉପରେ ଆଧାରିତ ହୋଇଛି।



