www.samajalive.in
Friday, December 12, 2025
19.1 C
Bhubaneswar

ରାଜ୍ୟସଭା ନିର୍ବାଚନ ଫଳାଫଳ : ଆନ୍ଧ୍ରର ସମସ୍ତ ଆସନରେ ଜିତିଲା ୱାଇଏସଆର, ମଧ୍ୟପ୍ରଦେଶରୁ ଜିତିଲେ ସିନ୍ଧିଆ

– ଆନ୍ଧ୍ରପ୍ରଦେଶ, ମଧ୍ୟପ୍ରଦେଶ ଏବଂ ରାଜସ୍ଥାନର ଆସନର ଫଳାଫଳ
– ୱାଇଏସଆର କଂଗ୍ରେସ ପାର୍ଟି ଆନ୍ଧ୍ରପ୍ରଦେଶର ସମସ୍ତ ଚାରିଟି ଆସନରୁ ବିଜୟୀ
-ମଧ୍ୟପ୍ରଦେଶର ଦୁଇଟି ଆସନରେ ବିଜେପି, କଂଗ୍ରେସ ଗୋଟିଏ ଆସନ ଜିତିଲା
-ରାଜସ୍ଥାନରେ କଂଗ୍ରେସ ଦୁଇଟି ଆସନ ଏବଂ ବିଜେପି ଗୋଟିଏ ଆସନରେ ବିଜୟୀ
-ମଧ୍ୟପ୍ରଦେଶର ବିଜେପିରୁ ସିନ୍ଧିଆ ଏବଂ ସୁମେର ବିଜୟୀ, କଂଗ୍ରେସରୁ ଦିଗବିଜୟ
-ରାଜସ୍ଥାନରେ କଂଗ୍ରେସରୁ ବେଣୁଗୋପାଲ ଏବଂ ଡାଙ୍ଗି, ବିଜେପିରୁ ରାଜେନ୍ଦ୍ର ଗେହଲୋଟ୍ ବିଜୟୀ
-କର୍ଣ୍ଣାଟକର ୪ଟି ରାଜ୍ୟସଭା ଆସନରୁ ୪ଜଣ ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ
-ଗୁଜରାଟ, ଝାଡଖଣ୍ଡ, ମେଘାଳୟ, ମିଜୋରାମ ଏବଂ ମଣିପୁର ପାଇଁ ଭୋଟ ଗଣନା ଜାରି ରହିଛି

ନୂଆଦିଲ୍ଲୀ : ଦେଶର ୮ଟି ରାଜ୍ୟର ୧୯ଟି ରାଜ୍ୟସଭା ଆସନ ପାଇଁ ମତଦାନ ପରେ ଫଳାଫଳ ଆସିବା ଆରମ୍ଭ ହୋଇଛି । ୱାଇଏସଆର କଂଗ୍ରେସ ଦଳ ଆନ୍ଧ୍ରପ୍ରଦେଶର ସମସ୍ତ ଚାରିଟି ଆସନ ଜିତିଛି । ଏଥି ସହ ମଧ୍ୟପ୍ରଦେଶରେ ବିଜେପି ଦୁଇଟି ଏବଂ କଂଗ୍ରେସ ଗୋଟିଏ ଆସନରେ ବିଜୟୀ ହୋଇଛି । ରାଜସ୍ଥାନରେ କଂଗ୍ରେସ ଦୁଇଟି ଆସନ ଏବଂ ବିଜେପି ଗୋଟିଏ ଆସନ ପାଇଛି। କର୍ଣ୍ଣାଟକରେ ୪ଟି ରାଜ୍ୟସଭା ଆସନ ପାଇଁ ୪ଜଣ ପ୍ରାର୍ଥୀ ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍‍.ଡି. ଦେବେଗୌଡ଼ା, କଂଗ୍ରେସ ନେତା ମଲ୍ଲିକାର୍ଜ୍ଜୁନ ଖଡ୍ଗେି, ବିଜେପି ପ୍ରାର୍ଥୀ ଇଆନା କାଡାଦି ଏବଂ ଅଶୋକ ଗସ୍ତି। ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି । ସେହିପରି ଅରୁଣାଚଳ ପ୍ରଦେଶର ବିଜେପି ପ୍ରାର୍ଥୀ ନୱାମ ରେବିୟା ରାଜ୍ୟସଭା ପାଇଁ ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି।
ସୂଚନାଯୋଗ୍ୟ, ରାଜ୍ୟସଭାର ୧୯ଟି ଆସନ ମଧ୍ୟରୁ ଆନ୍ଧ୍ରପ୍ରଦେଶର ୪ ଗୁଜୁରାଟର ୪, ମଧ୍ୟପ୍ରଦେଶ ଓ ରାଜସ୍ଥାନର ୩ଟି ଲେଖାଏଁ, ଝାଡଖଣ୍ଡରେ ୨ଟି ଏବଂ ମଣିପୁର, ମିଜୋରାମ ଏବଂ ମେଘାଳୟରେ ଗୋଟିଏ ଆସନ ପାଇଁ ମତଦାନ ହୋଇଛି। ପୂର୍ବରୁ ଏହି ନିର୍ବାଚନ ଚଳିତ ବର୍ଷ ମାର୍ଚ୍ଚ୨୬ରେ ଅନୁଷ୍ଠିତ ହେବାକୁ ଥିଲା, କିନ୍ତୁ କରୋନା ମହାମାରୀ ଭୂତାଣୁ ସଂକ୍ରମଣ ଯୋଗୁଁ ଭାରତୀୟ ନିର୍ବାଚନ ଆୟୋଗଙ୍କ ଦ୍ବାରା ଏହି ନିର୍ବାଚନ ସ୍ଥଗିତ ରଖାଯାଇଥିଲା।

Hot this week

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

ବାଇକ ସ୍କୁଟି ମୁହାଁମୁହିଁ ଧକ୍କା- ୩ ମୃତ ୨ ଗୁରୁତର

ପାଟଣା - ଶୁକ୍ରବାର ସନ୍ଧ୍ୟା ସାଢ଼େ ୬ଟା ସମୟରେ ଘଟଗାଁ ଥାନା...

ଗାଈ କଟାକୁ ନେଇ ଉତ୍ତେଜନା- ମାମଲା ରୁଜୁ

ଗୋପାଳପୁର - ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟସ୍ଥ ସୋରାବାଡି ଜଙ୍ଗଲରେ...

୫୦ ବର୍ଷ ପରେ ବଡ ପରଦାକୁ ଆସିଲା ‘ସୋଲେ’

ଭୁବନେଶ୍ୱର:୫୦ ବର୍ଷ ପରେ ବଡ ପରଦାକୁ ଆସିଲା 'ସୋଲେ' ।ସିଲଭର ସ୍କ୍ରିନରେ...

ଦାମୀ କାର୍‌ରେ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଚୋରା ଚାଲାଣ- ଧରି ପକାଇଲେ ଗାଁ ଲୋକ

ଗୁରୁଡ଼ିଝାଟିଆ - ମଧ୍ୟାହ୍ନ ଭୋଜନ ଚାଉଳ ଚୋରା ଚାଲାଣ ବେଳେ ଧରିଲେ...

Related Articles

Popular Categories