www.samajalive.in
Sunday, December 7, 2025
16.1 C
Bhubaneswar

ମମତାଙ୍କ ଉପରେ ବର୍ଷିଲେ ରାଜନାଥ : ମୁଖ୍ୟମନ୍ତ୍ରୀ-ପ୍ରଧାନମନ୍ତ୍ରୀ ବ୍ୟକ୍ତି ନୁହଁନ୍ତି ଏକ ଅନୁଷ୍ଠାନ

କଲକତା : ‘ବାତ୍ୟା’ ୟାସ ଦ୍ୱାରା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବା ପାଇଁ ପଶ୍ଚିମବଙ୍ଗ ଗସ୍ତରେ ଯାଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ସମୀକ୍ଷା ବୈଠକରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଯୋଗ ନଦେବା ଘଟଣାକୁ ନେଇ ବିିଭିନ୍ନ ମହଲରୁ ସମାଲୋଚନା କରାଯାଇଛି। ଏ ନେଇ ମମତାଙ୍କ ଉପରେ ବର୍ଷିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ। ସମୀକ୍ଷା ବୈଠକରେ ପ୍ରଧାନମନ୍ତ୍ରୀ ମୋଦୀ ଅଧଘଣ୍ଟା ଧରି ଅପେକ୍ଷା କଲେ, କିନ୍ତୁୁ ଅନ୍ୟ ସ୍ଥାନରେ ମିଟିଂ ଥିବା କହି ବାତ୍ୟା ସମ୍ପର୍କିତ କାଗଜପତ୍ର ଦେଇ ମୁଖ୍ୟମନ୍ତ୍ରୀ ଚାଲିଗଲେ। ଏହି ପ୍ରସଙ୍ଗରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ମମତାଙ୍କୁ ଟାର୍ଗେଟ କରିଛନ୍ତି।

ପଶ୍ଚିମବଙ୍ଗରେ ଆଜିର ଘଟଣା ଆଶ୍ଚର୍ଯ୍ୟଜନକ ବୋଲି ରାଜନାଥ କହିଛନ୍ତି। ମୁଖ୍ୟମନ୍ତ୍ରୀ ଏବଂ ପ୍ରଧାନମନ୍ତ୍ରୀ ବ୍ୟକ୍ତି ନୁହଁନ୍ତି, ସେମାନେ ହେଉଛନ୍ତି ଅନୁଷ୍ଠାନ। ଉଭୟ ଜନସେବା ପାଇଁ ସଂକଳ୍ପ ନିଅନ୍ତି ଏବଂ ସମ୍ବିଧାନ ପ୍ରତି ନିଷ୍ଠାର ଶପଥ ନେଇଥାନ୍ତି।

- Advertisement -

ସେ କହିଛନ୍ତି ଯେ ବିପର୍ଯ୍ୟୟ ସମୟରେ ବଙ୍ଗଳାବାସୀଙ୍କୁ ସହାୟତା ପ୍ରଦାନ କରିବାର ଭାବନା ନେଇ ଯାଇଥିବା ପ୍ରଧାନମନ୍ତ୍ରୀଙ୍କ ସହ ଏହି ପ୍ରକାର ଆଚରଣ ଯନ୍ତ୍ରଣାଦାୟକ। ଜନସେବା ସଂକଳ୍ପ ଏବଂ ସାମ୍ବିଧାନିକ କର୍ତ୍ତବ୍ୟଠାରୁ ରାଜନୈତିକ ପାର୍ଥକ୍ୟର ଏହା ଏକ ଦୁର୍ଭାଗ୍ୟ ଜନକ ଉଦାହରଣ, ଯାହା ଭାରତୀୟ ସଙ୍ଘୀୟ ବ୍ୟବସ୍ଥାର ମୂଳ ଭାବନାକୁ କ୍ଷତି ପହଞ୍ଚାଉଛି।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories