ବେଙ୍ଗାଲୁରୁ: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଗୁରୁବାର ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ଯୁଦ୍ଧ ବିମାନ ତେଜସ ଉଡ଼ାଇଛନ୍ତି। ବେଙ୍ଗାଲୁରୁସ୍ଥିତ ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ(ହାଲ) ପରିସରରୁ ରାଜନାଥ ଏହାର ଉଡ଼ାଣ କରିଥିଲେ। ରାଜନାଥ ପ୍ରଥମ ଥର ଲାଗି କୌଣସି ଯୁଦ୍ଧ ବିମାନରେ ଉଡ଼ାଣ କରିଛନ୍ତି। ଏହା ସହିତ ପ୍ରଥମ ପ୍ରତିରକ୍ଷା ମନ୍ତ୍ରୀ ଭାବେ ମଧ୍ୟ ସେ ତେଜସ ଉଡ଼ାଇଛନ୍ତି। ସୂଚନାଯୋଗ୍ୟ, ତେଜସର ସର୍ବାଧିକ ବେଗ ଘଣ୍ଟାପ୍ରତି ପାଖାପାଖି ୨୦୦୦ କିଲୋମିଟର। ଏହାର ଓଜନ ୧୨ ଟନ। ତେଜସ ଆକାଶମାର୍ଗରୁ ଆକାଶମାର୍ଗକୁ ଟାର୍ଗେଟ କରୁଥିବା ଏକ ହାଲୁକା ଯୁଦ୍ଧ ବିମାନ। ଏହାର ନିର୍ମାଣରେ ୩୦୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି।
ରାଜନାଥ ଆସନ୍ତା ୨୮ ତାରିଖରେ ମୁମ୍ବଇରେ ନୌସେନା ପାଇଁ ବିଭିନ୍ନ ଯୋଜନାର ଶୁଭାରମ୍ଭ କରିବେ। ସ୍କର୍ପିୟନ ଶ୍ରେଣୀର ୨ୟ ବୁଡ଼ାଯାହାଜ ଆଇଏନଏସ ଖଣ୍ଡେରୀକୁ ନୌସେନାରେ ସାମିଲ କରିବେ। ଏହା ବ୍ୟତୀତ ପି-୧୭ଏ ସିରିଜର ପ୍ରଥମ ଯୁଦ୍ଧ ଯାହାଜ ଆଇଏନଏସ ନୀଳଗିରିର ଉଦ୍ଘାଟନ କରିବେ।



