www.samajalive.in
Friday, December 5, 2025
16.1 C
Bhubaneswar

ଗଭୀର ସମୁଦ୍ରରୁ ଭାସି ଆସିଲା କଣ୍ଟେନର

ରାଜନଗର : କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ ପୁରୁଣା ସାତଭାୟା ସମୁଦ୍ର କୂଳରେ ଦୁଇଟି ଅଜଣା କଣ୍ଟେନର ଲାଗିଛି। ଆଇଟିଟି ଲାଇନ୍‌‌ସ ପ୍ରାଇଭେଟ ଲିମିଟେଡ ଲେଖାଥିବା ଦୁଇଟି କଣ୍ଟେନର ସମୁଦ୍ରରେ କେଉଁଠୁ ଭାସି ଆସିଲା ତାହା ଜଣାପଡି ନାହିଁ। ସାତଭାୟା, ଓକିଲପାଳ ଓ ସ୍ଥାନୀୟ କିଛି ଅଞ୍ଚଳ ବାସିନ୍ଦା ସମୁଦ୍ର କୂଳରେ ପହଞ୍ଚି କଣ୍ଟେନରରୁ ଶୋରିଷ ତେଲ, କୁରକୁରି ପ୍ୟାକେଟ, କପ୍‌ ସେଟ୍‌, ଚପଲ, ଔଷଧ, ଶାଢି, ପ୍ୟାଣ୍ଟ ସାର୍ଟ ଓ ବିଭିନ୍ନ ସାମଗ୍ରୀ ବୋହି ନେଇଥିଲେ। ଏହା ବାଦ୍‌ ସମୁଦ୍ର କୂଳରେ ବିଭିନ୍ନ ସାମଗ୍ରୀ ବିକ୍ଷିପ୍ତ ଭାବେ ପଡ଼ିଥିବା ଦେଖିବାକୁ ମିଳିଛି। ଫରେଷ୍ଟର ରଞ୍ଜିତ ରାଉତ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହ କଣ୍ଟେନର ସମ୍ପର୍କରେ ବିଭାଗୀୟ ଅଧିକାରୀଙ୍କୁ ଖବର ଦେଇଥିଲେ। ଗୋଟିଏ ପଟେ ସରକାର ବାଂଲାଦେଶୀ ଅନୁପ୍ରବେଶ ଆଶଙ୍କାରେ ଉପକୂଳ ସୁରକ୍ଷାକୁ କଡାକଡି ପାଇଁ ହାଇଆଲର୍ଟ ଜାରି କରିଛନ୍ତି। ତଟ ସୁରକ୍ଷା ପାଇଁ ଗୃହ ବିଭାଗ ପକ୍ଷରୁ ପୁଲିସ ଫୋର୍ସକୁ ଆଲର୍ଟ କରାଯାଇ ନଜର ରଖିବାକୁ ନିର୍ଦେଶ ରହିଛି। ମାତ୍ର ସମୁଦ୍ର କୂଳରେ ଏହି ଦୁଇଟି କଣ୍ଟେନର ଭାସି ଆସି ଲାଗିବା ପରେ ଲୋ​‌େ​‌କ ଜାଣିପାରି ସେଥିରୁ ବିଭିନ୍ନ ସାମଗ୍ରୀ ଲୁଟି ନେଇଗଲେ; ଅଥଚ ପ୍ରଶାସନ ପାଖରେ ଖବର ରହିଲା ନାହିଁ କିପରି ବୋଲି ଅଞ୍ଚଳବାସୀ ପ୍ରଶ୍ନ କରିଛନ୍ତି। କୌଣସି ଅନୁପ୍ରବେଶ କିମ୍ବା ଅପ୍ରୀତିକର ପରିସ୍ଥିତି ପାଇଁ ପ୍ରଶାସନ କେତେ ସଜାଗ ଏଥିରୁ ଜଣାପଡୁଛି ବୋଲି ସେମାନେ ପ୍ରକାଶ କରିଛନ୍ତି । କଣ୍ଟେନରରେ ଯଦି ବିସ୍ଫୋରକ ସାମଗ୍ରୀ ଥାନ୍ତା, ପରିସ୍ଥିତି କ’ଣ ହୋଇଥାନ୍ତା ; ପ୍ରଶାସନ କେବଳ ଉପକୂଳ ସୁରକ୍ଷା କଥା କହି ପ୍ରଚାର ସର୍ବସ୍ବ ସାଜିଛି ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଏହି ଘଟଣା ପରେ ବନ କର୍ମଚାରୀଙ୍କୁ ବାଦ୍‌ ଦେଲେ ଜଣେ ହେଲେ ବି ପୁଲିସ କର୍ମଚାରୀ କିମ୍ବା କୌଣସି ବିଭାଗୀୟ ଅଧିକାରୀଙ୍କୁ ସେଠାରେ ଦେଖିବାକୁ ମିଳିନାହିଁ।

Hot this week

ରାତି ବଢିବା ସହ ବଢ଼ିଲାଣି ଭିଡ ,କାଲିଠୁ ବାରବାଟୀରେ ଅଫଲାଇନ ଟିକେଟ ବିକ୍ରି

କଟକ :କାଲିଠୁ ବାରବାଟୀରେ ଅଫଲାଇନ ଟିକେଟ ବିକ୍ରି । କିନ୍ତୁ ଆଜିଠୁ...

ସମ୍ପତ୍ତି ଆଗରେ ସମ୍ପର୍କ ତୁଛ , ମା ର ମୃତ ଦେହ ସତ୍କାର ନହୋଇ ପଡ଼ିରହିଛି

କୁଜଙ୍ଗ: କୁଜଙ୍ଗ ବ୍ଲକ ବିଶ୍ୱାଳି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି।...

ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି-୨୦,କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା

ଭୁବନେଶ୍ୱର: ଆସନ୍ତା ୯ ତାରିଖରେ ବାରବାଟୀ ଷ୍ଟାଡିୟମ, କଟକ ଠାରେ ଭାରତ-ଦକ୍ଷିଣ...

ଜବତ ଗଞ୍ଜେଇ ହେରଫେର: ଥାନା ଅଧିକାରୀ ନିଲମ୍ବିତ

ଫୁଲବାଣୀ: ଜବତ ଗଞ୍ଜେଇ ହେରଫେର କରିଥିବା ଅଭିଯୋଗରେ କାର୍ଯ୍ୟରୁ ନିଲମ୍ବିତ ହୋଇଛନ୍ତି...

୨ ଶିଶୁ ସହ ୧୫ ଦାଦନ ଶ୍ରମିକ ଉଦ୍ଧାର, ଫେରାର ସର୍ଦ୍ଦାର ଗିରଫ

କଣ୍ଟାବାଞ୍ଜି: ତୁରକେଲା ଥାନା ପୁଲିସ ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ଗୁରୁବାର...

Related Articles

Popular Categories