www.samajalive.in
Saturday, December 6, 2025
16.1 C
Bhubaneswar

ଅତ୍ୟାବଶ୍ୟକୀୟ ପଦାର୍ଥ ପରିବହନ କରୁଛି ପୂର୍ବତଟ ରେଳପଥ

ସମାଜ ପୋର୍ଟାଲ ଡେସ୍କ: ଦେଶରେ କୋଭିଡ-୧୯ ସଂକ୍ରମଣ ତଥା ୨୧ ଦିନିଆ ଲକ ଡାଉନ ସମୟରେ ଖାଦ୍ୟାଭାବକୁ ଦୂର କରିବ ପାଇଁ ରେଳ ମନ୍ତ୍ରଣାଳୟ ଅତ୍ୟାବଶ୍ୟକୀୟ ପଦାର୍ଥର ପରିବହନ କରୁଛି। ରେଳବାଇ ଖାଦ୍ୟଶସ୍ୟ, ପେଟ୍ରୋଲିୟମ୍ ଉତ୍ପାଦ, କୋଇଲା, ଫଳ, ପରିବା, ଦୁଗ୍‌ଧ, ଜାଳେଣୀ ତେଲ, ଚିନି ଓ ଲୁଣ ଭଳି ଅତ୍ୟାବଶ୍ୟକୀୟ ପଦାର୍ଥ ପରିବହନ କରୁଛି। ୨୧ ଦିନ ଆହ୍ୱାନକୁ ସାମ୍ନାରେ ରଖି ପୂର୍ବ ତଟ ରେଳପଥ ବିଭିନ୍ନ ଶକ୍ତି ଉତ୍ପାଦନ ସ୍ଥଳକୁ କୋଇଲା ଯୋଗାଣ ନିୟମିତ ଭାବେ ଜାରି ରଖିଥିବା ବେଳେ ପୂର୍ବତଟ ରେଳପଥର ପରିସୀମା ମଧ୍ୟରୁ ମାଲ ପରିବହନ କରି ଦେଶର ବିଭିନ୍ନ ସ୍ଥାନକୁ ଚାଉଳ ଯୋଗାଣ କରାଯାଉଛି। ହୀରାକୂଦ, ବଲାଙ୍ଗୀର, ବରଗଡ଼ ଏବଂ ଡୁଙ୍ଗୁରିପାଲି ଷ୍ଟେସନରୁ ରେଳବାଇ ଚାଉଳ ବୋଝେଇ କରି ସରେଇ, କଟିହାର, ଟାଟା, କରଯେରିଗ୍ରାମ, ଟତସିଲ୍‌ୱାଇ, ନାମକୋନ, ଜସିଡିହି, ମଧୁପୁର ଏବଂ ଦୁମ୍‌କାକୁ ଅତ୍ୟାବଶ୍ୟକୀୟ ପଦାର୍ଥ ପରିବହନ କରାଯାଉଛି।

ଅନ୍ୟ ପକ୍ଷରେ ଦେଶର ବିଭିନ୍ନ ଶକ୍ତି ଉତ୍ପାଦନ ସ୍ଥାନକୁ ତାଳଚେର, ପାରାଦ୍ୱୀପ, ବିଶାଖାପାଟଣା ଓ ଧାମରାଠାରୁ କୋଇଲା ପରିବହନ କରାଯାଉଛି। ତାଲାବନ୍ଦ ଘୋଷଣାର ୮ ଦିନ ବା ମାର୍ଚ୍ଚ ୨୨ ରୁ ୨୯ ପର୍ଯ୍ୟନ୍ତ ସମୁଦାୟ ୧୦୧୨ଟି ଟ୍ରେନ୍ ଅତ୍ୟାବଶ୍ୟକୀୟ ସାମଗ୍ରୀ ପରିବହନ କରିଛି।

Hot this week

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଭିନ୍ନ ଭିନ୍ନ ଦୂରତ୍ବ ପାଇଁ କମ୍ପାନୀ ନେବେ ଏତିକି ଟଙ୍କା

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

Related Articles

Popular Categories