www.samajalive.in
Saturday, December 6, 2025
26.1 C
Bhubaneswar

ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ପରେ ଝାରପଡା ଜେଲରେ ରେଡ୍: ଗଞ୍ଜେଇ , ବିଡି , ସିଗାରେଟ୍ ଓ ଲାଇଟର୍ ଜବତ

ଭୁବନେଶ୍ବର: ଭୁବନେଶ୍ବର ଝାରପଡା ଜେଲରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ପରେ କମିଶନରେଟ୍ ପୁଲିସ୍ ପକ୍ଷରୁ ରେଡ୍ କରାଯାଇଛି। ନିଜେ ଡିସିପି ଉପସ୍ଥିତ ରହିଛନ୍ତି ଏବଂ ତା ସହିତ ବିଭିନ୍ନ ଥାନାର ଆଇଆଇସି ଏବଂ ଜୋନାଲ ଏସିପି ଜେଲ ଭିତରକୁ ଯାଇ ଯାଞ୍ଚ କରିଛନ୍ତି। ପ୍ରତ୍ୟେକ ସେଲ ଯାଞ୍ଚ କରାଯାଇଛି। ଏହି ରେଡ୍ କରିବା ପରେ ଡିସିପି କହିଛନ୍ତି ଜେଲରୁ ବିଶେଷ କିଛି ଆପତ୍ତିଜନକ ସାମଗ୍ରୀ ମିଳିନାହିଁ। କମନ ଏରିଆରୁ କିଛି ଗଞ୍ଜେଇ , ବିଡି , ସିଗାରେଟ୍ ଓ ଲାଇଟର୍ ମିଳିଛି। କେମିତି ଏପରି ସାମଗ୍ରୀ ଜେଲ ଭିତରକୁ ନଆସିବ , ସେ୍‌ଥିପାଇଁ ଜେଲ କର୍ତ୍ତୁପକ୍ଷଙ୍କ ସହ ଆଲୋଚନା କରାଯାଇଛି। ଜେଲର ସୁରକ୍ଷା ଏବଂ ଆଗାମୀ ଦିନରେ ନିର୍ବାଚନ ଆସୁଥିବାରୁ ଏପରି ରେଡ୍ କରାଯାଇଥିବା କହିଛନ୍ତି ଡିସିପି। ତେବେ ଗତକାଲି ଝାରପଡା ଭିତରେ ଗ୍ୟାଙ୍ଗୱାରର ଖବର ଆସିଥିଲା । ଦୁଇ ଗୋଷ୍ଠୀ ମଧ୍ୟରେ ପିଟାପିଟି ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ଏହି ଆକ୍ରମଣରେ ୪ରୁ ଅଧିକ କଏଦୀ ଗୁରୁତର ହୋଇଥିଲେ । ସେମାନଙ୍କୁ ଜେଲ ହସ୍ପିଟାଲରେ ପ୍ରାଥମିକ ଚିକିତ୍ସା ପରେ କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ଗତ କିଛି ମାସ ହେବ ଜେଲରେ ମାରପିଟି ବଢିଥିବାବେଳେ ନିଶା କାରବାରକୁ ନେଇ ଏଭଳି ଗଣ୍ଡଗୋଳ ହେଉଥିବା କୁହାଯାଉଛି ।

Hot this week

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

Related Articles

Popular Categories