www.samajalive.in
Friday, December 5, 2025
23.1 C
Bhubaneswar

ଆତ୍ମହତ୍ୟା ନୁହେଁ, ବିଜେପି ସଂଗଠିତ ହତ୍ୟା : ରାହୁଲ ଗାନ୍ଧୀ

ଭୁବନେଶ୍ଵର: ଫକୀର ମୋହନ ସ୍ବୟଂ ଶାସିତ ମହାବିଦ୍ୟାଳୟର ଇଣ୍ଟିଗ୍ରେଟେଡ ବିଏଡ୍‌ ଦ୍ବିତୀୟ ବର୍ଷର ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ମୃତ୍ୟୁକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ରାହୁଲ ଗାନ୍ଧୀ। ସେ କହିଛନ୍ତି ଏହା ଆତ୍ମହତ୍ୟା ନୁହେଁ , ଏହା  ବିଜେପିର ବ୍ୟବସ୍ଥା ଦ୍ଵାରା ସଂଗଠିତ ହୋଇଥିବା ହତ୍ୟା। ଯୌନ ଶୋଷଣ ବିରୋଧରେ ସାହାସୀ ଝିଅ ସୌମ୍ୟାଶ୍ରୀ ସ୍ଵର ଉଠାଇଥିଲା। କିନ୍ତୁ ନ୍ୟାୟ ମିଳିବା ପରିବର୍ତ୍ତେ ତାଙ୍କୁ ଧମକ ଦିଆଯାଇଛି, ଅପମାନିତ ମଧ୍ୟ କରାଯାଇଛି। ନୀରିହ ଝିଅକୁ ଆତ୍ମାହୁତି ପାଇଁ ବାଧ୍ୟ କରାଯାଇଛି। ଆଜି ଦେଶର ଝିଅ ମାନଙ୍କୁ ସୁରକ୍ଷା ଓ ନ୍ୟାୟ ଦରକାର। ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଟାର୍ଗେଟ୍ କରି କହିଛନ୍ତି ଓଡିଶା ହେଉ କିମ୍ବା ମଣିପୁର ସବୁଠି ଝିଅଙ୍କୁ ଦୁର୍ବ୍ୟବହାର କରାଯାଉଛି, କିନ୍ତୁ ଆପଣ ଚୁପ୍ ବସିଛନ୍ତି । ଦେଶକୁ ଆପଣଙ୍କ ନୀରବତା ନୁହେଁ , ଜବାବ ଦରକାର।

ଆଜି ପଞ୍ଚଭୁତରେ ବିଲୀନ ହୋଇଛନ୍ତି ସୌମ୍ୟାଶ୍ରୀ ବିଶି । ବାଲେଶ୍ୱର ଜିଲା ଭୋଗରାଇ ପଳାସିଆ ପୈତୃକ ଗାଁରେ ସୌମ୍ୟାଶ୍ରୀଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି। ତାଙ୍କ ମୃତ୍ୟୁରେ ପରିବାର, ଆତ୍ମୀୟ ଓ ପୁରା ଗ୍ରାମବାସୀମାନେ ଭାଙ୍ଗିପଡିଛନ୍ତି । ଗାଁରେ ମୃତଦେହ ପହଞ୍ଚିବା ମାତ୍ରେ ତାଙ୍କୁ ଶେଷ ଦର୍ଶନ କରିବା ଲାଗି ପ୍ରବଳ ଭିଡ ଦେଖିବାକୁ ମିଳିଥିଲା । ଏମ୍‌ସରେ ଦୀର୍ଘ ୫୫ଘଣ୍ଟାର ଜୀବନ ମରଣ ସହ ଲଢ଼େଇ କରିବା ପରେ ହାରିଯାଇଛନ୍ତି ଫକୀର ମୋହନ ସ୍ବୟଂ ଶାସିତ ମହାବିଦ୍ୟାଳୟର ଇଣ୍ଟିଗ୍ରେଟେଡ ବିଏଡ୍‌ ଦ୍ବିତୀୟ ବର୍ଷର ଛାତ୍ରୀ ସୌମ୍ୟାଶ୍ରୀ ବିଶି।

Hot this week

ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପୁଟିନ୍‌

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ରାଜଘାଟରେ ପହଞ୍ଚି ଜାତିର ପିତା...

ଫେବୃଆରୀ ୧୯ରୁ ମାଟ୍ରିକ୍‌ ପରୀକ୍ଷା; ଗଣତି ପରୀକ୍ଷା ଦିନ ଅଧିକ ୧୫ମିନିଟ୍‌

ସମାଜ ଡିଜିଟାଲ ଡେସ୍କ: ଫେବୃଆରୀ ୧୯ରୁ ରାଜ୍ୟରେ ଆରମ୍ଭ ହେବ ମାଟ୍ରିକ୍‌...

ରାଷ୍ଟ୍ରପତି ଭବନରେ ପୁଟିନଙ୍କୁ ଭବ୍ୟ ସ୍ଵାଗତ

ସମାଜ ଲାଇଭ ଡ଼େସ୍କ : ରାଷ୍ଟ୍ରପତି ଭବନରେ ପହଞ୍ଚିଲେ ରୁଷ ରାଷ୍ଟ୍ରପତି...

ବିଧାୟକଙ୍କୁ ହତ୍ୟା ଧମକ

କଣ୍ଟାବାଞ୍ଜି: ବଲାଙ୍ଗିର ଜିଲା କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗଙ୍କୁ ଏଠାର ରେଳ...

ପୁଲିସ ଏସ୍‌ଆଇ ପରୀକ୍ଷା ଜାଲିଆତି: ମାଷ୍ଟରମାଇଣ୍ଡ ବିରଞ୍ଚି ନାୟକ ଗିରଫ

ସମାଜ ଡିଜିଟାଲ ଡେସ୍କ: ବହୁ ଚର୍ଚ୍ଚିତ ପୁଲିସ ଏସଆଇ ପରୀକ୍ଷା ଜାଲିଆତି...

Related Articles

Popular Categories