www.samajalive.in
Sunday, December 14, 2025
14.1 C
Bhubaneswar

ନିଯୁକ୍ତି କ୍ଷେତ୍ରରେ ଚୀନ ୧୦୦ପ୍ରତିଶତ ଆଗରେ, ମୋଦୀ ସରକାର ୧ପ୍ରତିଶତ ବି ନୁହେଁ: ରାହୁଲ ଗାନ୍ଧି

ନୂଆଦିଲ୍ଲୀ: ରାହୁଲ ଗାନ୍ଧିଙ୍କ ଦୁଇଦିନିଆ ଜର୍ମାନୀ ଗସ୍ତ ଭାରତୀୟ ରାଜନୀତିକୁ ଚଳଚଞ୍ଚଳ କରି ରଖିଛି। ପ୍ରଥମ ଦିନ ରାହୁଲ ଗାନ୍ଧି ଭାରତରେ ବିମୁଦ୍ରାୟନ ଓ ଜିଏସଟି ପାଇଁ ଅର୍ଥବ୍ୟବସ୍ଥା ଦୁର୍ବଳ ହୋଇ ପଡ଼ିଥିବା ମନ୍ତବ୍ୟ ପରେ ଆଜି ନିଯୁକ୍ତି କ୍ଷେତ୍ରରେ ଚୀନ ଓ ଭାରତକୁ ତୁଳନା କରି ତାଙ୍କ ମନ୍ତବ୍ୟ ରଖିଛନ୍ତି। ଚୀନ ତୁଳନାରେ ଭାରତ ନିଯୁକ୍ତି ସୃଷ୍ଟି କରିବାରେ ସମ୍ପୂର୍ଣ୍ଣ ବିଫଳ ବୋଲି ରାହୁଲ ମନ୍ତବ୍ୟ ଦେଇଛନ୍ତି।
ଚୀନ୍‍ର ଅର୍ଥନୀତି ଓ ନିଯୁକ୍ତି ନୀତିକୁ ପ୍ରଶଂସା କରି ଆସୁଥିବା ରାହୁଲ ଶୁକ୍ରବାର ତାଙ୍କ ମତକୁ ଦୋହରାଇ କହିଛନ୍ତି ଯେ ନିଯୁକ୍ତି କ୍ଷେତ୍ରରେ ଚୀନ ୧୦୦ପ୍ରତିଶତ ସଫଳ ହୋଇଥିବାବେଳେ ମୋଦୀ ସରକାର ୧ପ୍ରତିଶତ ସଫଳ ହୋଇ ପାରି ନାହାନ୍ତି। ଏଭଳି ସମୟରେ ଚୀନ ସହ ପ୍ରତିଯୋଗିତା କରିବା ପରିବର୍ତ୍ତେ ମୋଦୀ ସରକାର ଧର୍ମ, ଜାତି ଆଧାରରେ ଭୋଟ ବ୍ୟାଙ୍କ ପୃଥକୀକରଣ କରୁଛନ୍ତି। ଗୋଟିଏ ପଟେ ବିଜେପି ଓ ଆରଏସଏସ ଦେଶରେ ଘୃଣାଭାବ ସୃଷ୍ଟି କରିଚାଲିଥିବାବେଳେ କଂଗ୍ରେସ ପରି ରାଜନୈତିକ ଦଳ ଲୋକଙ୍କୁ ଯୋଡ଼ିବା କାର୍ଯ୍ୟ କରୁଛି। ଭାରତ ଓ ଚୀନ ଏସିଆର ସବୁଠାରୁ ବଡ଼ ଅର୍ଥ ବ୍ୟବସ୍ଥା ହୋଇଥିବାବେଳେ ରୋଜଗାର କ୍ଷେତ୍ରରେ ଚୀନର ପ୍ରୟାସ ଆଗରେ ଭାରତ ତୁଚ୍ଛ ହୋଇ ପଡ଼ିଛି ବୋଲି ରାହୁଲ କହିଛନ୍ତି। ଏ ସମ୍ପର୍କରେ ଏକ ଉଦାହରଣ ଦେଇ ରାହୁଲ କହିଛନ୍ତି ଯେ ଚୀନ ପ୍ରତି ଦିନ ୫୦ହଜାର ନିଯୁକ୍ତି ସୃଷ୍ଟି କରୁଥିବାବେଳେ ମୋଦୀ ସରକାର ଘଣ୍ଟାକୁ କେବଳ ୪୫୦ଟି ନିଯୁକ୍ତି ସୃଷ୍ଟି କରୁଛନ୍ତି। କିନ୍ତୁ ରାହୁଲ ଗାନ୍ଧିଙ୍କ ଦୃଷ୍ଟିରେ କୌଣସି ସରକାର ମଜବୁତ୍‍ ଅର୍ଥବ୍ୟବସ୍ଥା ସେହି ଦେଶର ନିଯୁକ୍ତି ବଜାର ଦ୍ୱାରା ପ୍ରମାଣିତ ହୋଇଥାଏ।
ଜର୍ମାନର ପ୍ରବାସୀ ଭାରତୀୟଙ୍କ ଦ୍ୱାରା ଅନୁଷ୍ଠିତ ସଭାରେ ଅଣ-କଂଗ୍ରେସ ବ୍ୟକ୍ତି ମଧ୍ୟ ଉପସ୍ଥିତ ଅଛନ୍ତି ବୋଲି ରାହୁଲ ସୂଚନା ଦେଇଥିଲେ। ଏଥିପାଇଁ କଂଗ୍ରେସର ନୀତି ଆଦର୍ଶ ଉକ୍ତ ବ୍ୟକ୍ତିଙ୍କ ନିକଟରେ ପହଞ୍ଚାଇବାକୁ ରାହୁଲ କଂଗ୍ରେସ ଦେଶକୁ ଯୋଡ଼ିବାର କାର୍ଯ୍ୟ କରୁଛି ବୋଲି ମନ୍ତବ୍ୟ ଦେଇଥିଲେ।

Hot this week

ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ବଙ୍ଗଳା ନେବା ଅଭିଯୋଗ ଉଠାଇଲା ବିଜେଡି

ଭୁବନେଶ୍ବର : ସ୍ବତନ୍ତ୍ର ଓଡ଼ିଶା ଗଠନ ହେବା ପରଠାରୁ ମୋହନ ଚରଣ...

ନବମ ଶ୍ରେଣୀ ଛାତ୍ର ଠାରୁ ବନ୍ଧୁକ ଜବତ

ଗରଦପୁର : କେନ୍ଦ୍ରାପଡ଼ା ଜିଲା ଗରଦପୁର ବ୍ଲକ କୋରୁଆ ସରକାରୀ ଉଚ୍ଚ...

୨୦୨୬ରେ ଏହି ରାଶିଙ୍କ ଚମକିବ ଭାଗ୍ୟ: ଯାହାବି କରିବେ ସଫଳ ହେବେ, ପ୍ରଚୁର ଧନ ବର୍ଷା ହେବ

ସମାଜ ଡିଜିଟାଲ ଡେସ୍କ: ଗ୍ରହମାନଙ୍କର ସ୍ଥିତି ଏବଂ ଗତି ବ୍ୟକ୍ତିବିଶେଷଙ୍କ ଜୀବନକୁ...

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

Related Articles

Popular Categories